/odisha-reporter/media/post_attachments/uploadimage/library/16_9/16_9_0/IMAGE_1696249241.jpg)
Preeti and Parul
ଏସୀୟ କ୍ରୀଡ଼ା ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍ରେ ଆଜି ଭାରତକୁ ମିଳିଛି ୨ଟି ପଦକ। ପାରୁଲ ଚୌଧୁରୀ ରୌପ୍ୟ ପଦକ ଜିତିଥିବା ବେଳେ ପ୍ରୀତି ବ୍ରୋଞ୍ଜ ପଦକ ଜିତିଛନ୍ତି।
Advertisment
ପାରୁଲ ଧାର୍ଯ୍ୟ ଦୂରତାକୁ ୯:୨୭.୬୩ ମିନିଟ୍ରେ ଅତିକ୍ରମ କରିଥିବା ବେଳେ ପ୍ରୀତିଙ୍କୁ ଲାଗିଥିଲା ୯:୪୩.୩୨ ମିନିଟ୍। ଅନ୍ୟପକ୍ଷରେ ବ୍ରୁନେଇର ୱିନଫ୍ରେଡ୍ ମୁଟିଲେ ୟାବି ୯:୧୮.୨୮ ମିନିଟ୍ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ ଓ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଏହା ସହିତ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୫୮କୁ ବୃଦ୍ଧି ପାଇଛି। ତା’ ମଧ୍ୟରେ ୧୩ଟି ସ୍ୱର୍ଣ୍ଣ ପଦକ, ୨୨ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି।
Advertisment
ପାରୁଲ ଓ ପ୍ରୀତିଙ୍କ ପୂର୍ବରୁ ଆଜି ୩୦୦୦ ମିଟର ସ୍ପୀଡ୍ ସ୍କେଟିଂ ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜ ପଦକ ଜିତିଥିଲେ। ଟେବୁଲ ଟେନିସ୍ରେ ଆହିକା ଓ ସୁତୀର୍ଥା ମୁଖାର୍ଜୀ ସେମି ଫାଇନାଲରେ ହାରି ବ୍ରୋଞ୍ଜ ପଦକ ପାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
