Advertisment

ଷ୍ଟିପଲଚେଜ୍‌ରେ ପାରୁଲଙ୍କୁ ରୌପ୍ୟ ଓ ପ୍ରୀତିଙ୍କୁ ବ୍ରୋଞ୍ଜ

ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୫୮କୁ ବୃଦ୍ଧି ପାଇଛି।

Preeti and Parul

Preeti and Parul

Advertisment

ଏସୀୟ କ୍ରୀଡ଼ା ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଆଜି ଭାରତକୁ ମିଳିଛି ୨ଟି ପଦକ। ପାରୁଲ ଚୌଧୁରୀ ରୌପ୍ୟ ପଦକ ଜିତିଥିବା ବେଳେ ପ୍ରୀତି ବ୍ରୋଞ୍ଜ ପଦକ ଜିତିଛନ୍ତି।

Advertisment

ପାରୁଲ ଧାର୍ଯ୍ୟ ଦୂରତାକୁ ୯:୨୭.୬୩ ମିନିଟ୍‌ରେ ଅତିକ୍ରମ କରିଥିବା ବେଳେ ପ୍ରୀତିଙ୍କୁ ଲାଗିଥିଲା ୯:୪୩.୩୨ ମିନିଟ୍‌। ଅନ୍ୟପକ୍ଷରେ ବ୍ରୁନେଇର ୱିନଫ୍ରେଡ୍ ମୁଟିଲେ ୟାବି ୯:୧୮.୨୮ ମିନିଟ୍‌ ସମୟ ନେଇ ପ୍ରଥମ ସ୍ଥାନରେ ରହିଥିଲେ ଓ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏହା ସହିତ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୫୮କୁ ବୃଦ୍ଧି ପାଇଛି। ତା’ ମଧ୍ୟରେ ୧୩ଟି ସ୍ୱର୍ଣ୍ଣ ପଦକ, ୨୨ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି।

Advertisment

ପାରୁଲ ଓ ପ୍ରୀତିଙ୍କ ପୂର୍ବରୁ ଆଜି ୩୦୦୦ ମିଟର ସ୍ପୀଡ୍ ସ୍କେଟିଂ ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜ ପଦକ ଜିତିଥିଲେ। ଟେବୁଲ ଟେନିସ୍‌ରେ ଆହିକା ଓ ସୁତୀର୍ଥା ମୁଖାର୍ଜୀ ସେମି ଫାଇନାଲରେ ହାରି ବ୍ରୋଞ୍ଜ ପଦକ ପାଇଥିଲେ।

Asian Games Asian Games 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe