Advertisment

କ୍ଷମା ମାଗିଲା ପାକିସ୍ତାନ କ୍ରିକେଟ ବୋର୍ଡ

ଇସଲାମାବାଦ: ପାକିସ୍ତାନ କ୍ରିକେଟ୍‌ ବୋର୍ଡ(ପିସିବି) ଆଜି ନିଜର ଟ୍ୱିଟ୍‌ ପାଇଁ ସମସ୍ତଙ୍କୁ କ୍ଷମା ମାଗିଛି। ଗତକାଲି ପିସିବି ସର୍ଫରାଜ ଅହମ୍ମଦଙ୍କୁ ଟି-୨୦ ଓ ଟେଷ୍ଟ କ୍ୟାପ୍ଟେନ ପଦରୁ ବିଦା କରିଥିଲା। ଏହାପରେ ବୋର୍ଡ ପାକ୍‌ ଖେଳାଳିମାନେ ଅଭ୍ୟାସ୍‌ କରୁଥିବା ଭିଡିଓ ପୋଷ୍ଟ କରିଥିଲା। ଏଥିରେ କୁହାଯାଇଥିଲା ଯେ ଏହା ପ୍ରକୃତ ପାକିସ୍ତାନ ଟିମ୍‌। ଏହି ଭିଡିଓରେ ପାକିସ୍ତାନ ଖେଳାଳିମାନେ ନାଚୁଥିବା ଦେଖିବାକୁ ମିଳିଥିଲା। ସେହିପରି ସର୍ଫରାଜ ଅହମ୍ମଦଙ୍କୁ ଜଣେ ବ୍ୟକ୍ତି ସେଠାରୁ ଅନ୍ୟତ୍ର ପଠାଉଥିବା ମଧ୍ୟ ଭିଡିଓରେ […]

କ୍ଷମା ମାଗିଲା ପାକିସ୍ତାନ କ୍ରିକେଟ ବୋର୍ଡ

cc

Advertisment

ଇସଲାମାବାଦ: ପାକିସ୍ତାନ କ୍ରିକେଟ୍‌ ବୋର୍ଡ(ପିସିବି) ଆଜି ନିଜର ଟ୍ୱିଟ୍‌ ପାଇଁ ସମସ୍ତଙ୍କୁ କ୍ଷମା ମାଗିଛି। ଗତକାଲି ପିସିବି ସର୍ଫରାଜ ଅହମ୍ମଦଙ୍କୁ ଟି-୨୦ ଓ ଟେଷ୍ଟ କ୍ୟାପ୍ଟେନ ପଦରୁ ବିଦା କରିଥିଲା। ଏହାପରେ ବୋର୍ଡ ପାକ୍‌ ଖେଳାଳିମାନେ ଅଭ୍ୟାସ୍‌ କରୁଥିବା ଭିଡିଓ ପୋଷ୍ଟ କରିଥିଲା। ଏଥିରେ କୁହାଯାଇଥିଲା ଯେ ଏହା ପ୍ରକୃତ ପାକିସ୍ତାନ ଟିମ୍‌। ଏହି ଭିଡିଓରେ ପାକିସ୍ତାନ ଖେଳାଳିମାନେ ନାଚୁଥିବା ଦେଖିବାକୁ ମିଳିଥିଲା।

Advertisment

ସେହିପରି ସର୍ଫରାଜ ଅହମ୍ମଦଙ୍କୁ ଜଣେ ବ୍ୟକ୍ତି ସେଠାରୁ ଅନ୍ୟତ୍ର ପଠାଉଥିବା ମଧ୍ୟ ଭିଡିଓରେ ରହିଥିଲା। ଅର୍ଥାତ ଟିମ୍‌ରୁ ସର୍ଫରାଜଙ୍କୁ ବିଦା କଲାଭଳି ଏକ ଦୃଶ୍ୟ ଏଥିରେ ଥିଲା। ଯାହାକୁ ନେଇ ସୋଶାଲ ମିଡିଆରେ ବୋର୍ଡକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଟ୍ରୋଲ ପରେ ପିସିବି ତୁରନ୍ତ ଉକ୍ତ ଭିଡିଓକୁ ଡିଲେଟ୍‌ କରିଦେଇଛି। ପିସିବି ପକ୍ଷରୁ କୁହାଯାଇଛି ଯେ “ପିସିବି ଉକ୍ତ ଟ୍ୱିଟ ପାଇଁ କ୍ଷମା ମାଗୁଛି ଏବଂ ଏଭଳି ଭିଡିଓ ପୋଷ୍ଟ କରିବାର ସମୟ ଭୁଲ ଥିଲା ବୋଲି ସ୍ୱୀକାର କରୁଛି। ଟି-୨୦ ବିଶ୍ୱକପକୁ ଗୋଟିଏ ବର୍ଷ ଥିବାରୁ ପ୍ରଚାର ପାଇଁ ଏହି ଭିଡିଓ ପୋଷ୍ଟ କରାଯାଇଥିଲା। କିନ୍ତୁ ଅଧିନାୟକ ପଦ ଘୋଷଣା ବେଳେ ଏହି ଭିଡିଓକୁ ପୋଷ୍ଟ କରିବା ଏକ ଭୁଲ।”

Advertisment

ଗତକାଲି ସର୍ଫରାଜଙ୍କୁ ଉଭୟ ଟେଷ୍ଟ ଓ ଟି-୨୦ ଅଧିନାୟକ ପଦରୁ ପିସିବି ବହିଷ୍କୃତ କରିଥିଲା। ଟେଷ୍ଟରେ ଆଝାର ଅଲୀ ଓ ଟି-୨୦ରେ ପାକିସ୍ତାନ କମାଣ ବାବର ଆଜମ ସମ୍ଭାଳିବେ।

https://twitter.com/i/status/1185113196522291200

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe