Advertisment

କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବେ ପିଟର୍ ତିର୍କୀ ଓ ହରିପ୍ରସାଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପ୍ରଥମ ଅନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ ଏବଂ ରାଜ୍ୟର ଜଣାଶୁଣା କୋଚ ହରି ପ୍ରସାଦ ପଟ୍ଟନାୟକ ଚଳିତ ବର୍ଷ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବେ। ବିଶିଷ୍ଟ କ୍ରିକେଟ୍ କୋଚ୍ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଶହୀଦ ସ୍ପୋର୍ଟିଂ ପକ୍ଷରୁ ୨୦୧୨ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ୨୦୨୦-୨୧ ବର୍ଷ ପାଇଁ ଲାଇଫ୍ ଟାଇମ୍‍ ପୁରସ୍କାର ପିଟର ତିର୍କୀ ଏବଂ […]

author-image
Ranjit Kumar Jena
କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବେ ପିଟର୍ ତିର୍କୀ ଓ ହରିପ୍ରସାଦ

peter-tirkey-and-hari-prasa

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପ୍ରଥମ ଅନ୍ତର୍ଜାତିକ ହକି ଖେଳାଳି ପିଟର ତିର୍କୀ ଏବଂ ରାଜ୍ୟର ଜଣାଶୁଣା କୋଚ ହରି ପ୍ରସାଦ ପଟ୍ଟନାୟକ ଚଳିତ ବର୍ଷ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବେ। ବିଶିଷ୍ଟ କ୍ରିକେଟ୍ କୋଚ୍ କମଲ ଗାଙ୍ଗୁଲିଙ୍କ ସ୍ମୃତିରେ ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ଶହୀଦ ସ୍ପୋର୍ଟିଂ ପକ୍ଷରୁ ୨୦୧୨ ମସିହାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ୨୦୨୦-୨୧ ବର୍ଷ ପାଇଁ ଲାଇଫ୍ ଟାଇମ୍‍ ପୁରସ୍କାର ପିଟର ତିର୍କୀ ଏବଂ ଶ୍ରେଷ୍ଠ କୋଚ୍ ପୁରସ୍କାର ପାଇବେ ହରିପ୍ରସାଦ।

Advertisment

୧୯୮୨ ମସିହାରେ ମାଲେସିୟାରେ ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପରେ ପିଟର୍ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ୧୯୮୪ ଲସ୍‍ ଏଞ୍ଜେଲିସ ଅଲିମ୍ପିକ୍ସ କ୍ୟାମ୍ପରେ ବି ସେ ସାମିଲ ଥିଲେ। ରାଉରକେଲା ସେଲ ଏକାଡେମୀ ସହ ଏବେ ବି ଜଡ଼ିତ ଥିବା ପିଟର ତିର୍କୀ ହକିରୁ ସନ୍ନ୍ୟାସ ନେବା ପରେ କୋଚ ଭାବେ ସକ୍ରିୟ ଅଛନ୍ତି। ୨୦୨୦-୨୧ ସିଜନ୍‍ ପାଇଁ ସେ ଶହୀଦ ସ୍ପୋର୍ଟିଂ ଲାଇଫ୍‍ ଟାଇମ୍‍ ପୁରସ୍କାର ପାଇବେ।

ସେହିପରି କରାଟେ ସହ ଶୁଟିଂ, ଭାରୋତ୍ତୋଳନ ଏବଂ ପାୱାର ଲିଫଟିଂ ଭଳି ଏକାଧିକ କ୍ରୀଡ଼ାର ପ୍ରସାରରେ ସମର୍ପିତ ଥିବା କ୍ରୀଡ଼ା ବ୍ୟକ୍ତିତ୍ୱ ଡ. ହରିପ୍ରସାଦ ପଟ୍ଟନାୟକଙ୍କୁ ଏଥରର କମଲ ଗାଙ୍ଗୁଲୀ ସ୍ମାରକୀ ଶ୍ରେଷ୍ଠ କୋଚ ପୁରସ୍କାର ପ୍ରଦାନ କରାଯିବ। ଶହୀଦ ସ୍ପୋର୍ଟିଂ କ୍ଲବର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଏହି ଦୁଇ ସଫଳ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ୨୦୨୦-୨୧ କ୍ରୀଡ଼ା ବର୍ଷ ପାଇଁ ମନୋନୀତ କରାଯାଇଥିଲା।

Advertisment

ଚୟନ ସମିତିରେ ସମ୍ପାଦକଙ୍କ ସହ ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତି, ସୁରେଶ ସ୍ୱାଇଁ, ସମୀକ୍ଷା ପଟ୍ଟନାୟକ, ତପନ ସ୍ୱାଇଁ, ସମୀର ରାଉତ, ନିରଞ୍ଜନ ରେଡ୍ଡୀ, ସଞ୍ଜୀବ ବିଶ୍ୱାଳ, ଶକ୍ତି ପ୍ରକାଶ ନନ୍ଦ, ସମ୍ବିତ ମହାପାତ୍ର ଏବଂ ମାରୁତି ଇଷ୍ଟେଟ ଏମ୍ଡି ଜିତେନ୍ଦ୍ର ପ୍ରସାଦ ସିଂହ ସାମିଲ ଥିଲେ।

କମଲ ଗାଙ୍ଗୁଲୀ ସ୍ମାରକୀ ଶ୍ରେଷ୍ଠ କୋଚ୍ ପୁରସ୍କାର ୨୦୧୨ରେ କିଶୋର ମାଣିଆ, ୨୦୧୩ରେ ରୋଇଂ କୋଚ ଜୋସ ଜ୍ୟାକବ, ୨୦୧୪ରେ ଫୁଟବଲ କୋଚ ନନ୍ଦକିଶୋର ପଟ୍ଟନାୟକ, ୨୦୧୫ରେ ଆଥଲେଟିକ୍ସ କୋଚ ନୀଳମାଧବ ଦେଓ, ୨୦୧୭ରେ ଜିମ୍ନାଷ୍ଟିକ୍‍ କୋଚ ଅଶୋକ ମିଶ୍ର, ୨୦୧୮ରେ କ୍ରିକେଟ କୋଚ ରଶ୍ମିତା ମହାନ୍ତି ଏବଂ ୨୦୧୯ରେ ପାଇଁ ପାରା ବ୍ୟାଡମିଣ୍ଟନ କୋଚ ଶିବ ପ୍ରସାଦ ଦାସ ଶ୍ରେଷ୍ଠ କୋଚ୍ ପୁରସ୍କାର ପାଇଥିଲେ।

୨୦୧୪ରୁ ଲାଇଫ ଟାଇମ୍‍ ପୁରସ୍କାର ପ୍ରଦାନ କରାଯାଉଥିଲା ବେଳେ ପ୍ରଥମ ବର୍ଷ ମଦନମୋହନ ମହାନ୍ତି ଏହି ସମ୍ମାନ ପାଇଥିଲେ। ୨୦୧୫ରେ ବିଜୟ ଶତପଥୀ, ୨୦୧୭ରେ ଅରୂପାନନ୍ଦ ରାଉତରାୟ, ୨୦୧୮ରେ ଅଶୋକାନନ୍ଦ ଜେନା ଏବଂ ୨୦୧୯ରେ ଅଶୋକ ମହାନ୍ତି ଏହି ପୁରସ୍କାର ପାଇଥିଲେ।