Advertisment

ପଦକ ବିଜେତା ମନୁ ଭାକରଙ୍କ ସହ କଥା ହେଲେ ମୋଦି

ମୋଦି କହିଛନ୍ତି ଯେ ପଏଣ୍ଟ୍ ୱାନ ବ୍ୟବଧାନରେ ମନୁ ରୌପ୍ୟରୁ ବଞ୍ଚିତ ହୋଇଥିଲେ ବି ଦେଶର ନାଁ ଉଜ୍ଜ୍ୱଳ କରିଛନ୍ତି।

Manu Bhaker

Manu Bhaker

Advertisment

ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ପଦକ ଜିତିଥିବା ଯୁବ ଶୁଟର ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ଫୋନରେ କଥା ହୋଇ ମୋଦି ସାବାସୀ ଦେବା ଦେଇଛନ୍ତି।

Advertisment

ମୋଦି କହିଛନ୍ତି ଯେ ପଏଣ୍ଟ୍ ୱାନ ବ୍ୟବଧାନରେ ମନୁ ରୌପ୍ୟରୁ ବଞ୍ଚିତ ହୋଇଥିଲେ ବି ଦେଶର ନାଁ ଉଜ୍ଜ୍ୱଳ କରିଛନ୍ତି। କାଂସ୍ୟ ପଦକ ଜିତିବା ସହିତ ଶୁଟିଂରେ ଦେଶର ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସ ପଦ ଜିତିଛନ୍ତି।

ଆରମ୍ଭ ଏତେ ଭଲ କରିଛ, ମୋର ବିଶ୍ୱାସ ଅଛି ଆଗକୁ ବି ତୁମେ ବହୁତ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ମୋଦି। ଏଥିସହ ଅନ୍ୟ ସମସ୍ତ ଭାରତୀୟ ଖେଳାଳି ଖୁସି ଅଛନ୍ତି କି ନାହିଁ ଏବଂ ପ୍ୟାରିସରେ ସବୁ ବ୍ୟବସ୍ଥା ଠିକ୍ ଅଛି କି ନାହିଁ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ। ମନୁ ଭାକର ଏପରି ସ୍ୱତନ୍ତ୍ର ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ଅନ୍ୟପକ୍ଷରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତର ପିସ୍ତଲ କୁଇନ୍ ମନୁ ଭାକର। ଗୀତାର ଉଦାହରଣ ଦେଇ କହିଛନ୍ତି, ଫଳ ନୁହେଁ କର୍ମ ଉପରେ ଫୋକସ୍ ଥିଲା। ତାଙ୍କୁ ଫାଇନାଲ ଇଭେଣ୍ଟର ଶେଷ କିଛି ମୁହୂର୍ତ୍ତ ବିଷୟରେ ପଚରାଯାଇଥିଲା।

ଏହାର ଜବାବରେ ମନୁ କହିଛନ୍ତି, ଅନେକ ଥର ଗୀତା ପଢ଼ିଥିଲେ। ଭଗବତ ଗୀତାର ସେହି ମର୍ମସ୍ପର୍ଶୀ ବାଣୀ ତାଙ୍କ ମୁଣ୍ଡରେ ଚାଲିଥିଲା। ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଥିବା ବାଣୀ, ତୁମେ କର୍ମ ଉପରେ ଧ୍ୟାନ ଦିଅ। ଫଳାଫଳ ଉପରେ ନୁହେଁ। ତାହା ହିଁ ମୁଣ୍ଡରେ ଚାଲୁଥିଲା ବୋଲି ମନୁ କହିଛନ୍ତି।

୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବା ମନୁ ଭାକରଙ୍କୁ ଅନ୍ତର୍ଜାରୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଆରା ଢଙ୍ଗରେ ଶୁଭେଛା ଜଣାଇଛନ୍ତି। ବାଲୁକା କଳାକୃତି ଜରିଆରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ସୁଦର୍ଶନ। ପୁରୀ ବେଳାଭୂମିରେ ୧୦ ଫୁଟ ଲମ୍ବ ବିଶିଷ୍ଟ ବାଲୁକା କଳାରେ ବନ୍ଧୁକ ସହ ମନୁଙ୍କୁ ସ୍ଥାନିତ କରିଛନ୍ତି ସୁଦର୍ଶନ।

Shooting Olympics Paris Olympics 2024 Olympic Paris Olympic Paris Olympics Olympics 2024 Manu Bhaker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe