Advertisment

ପ୍ୟାରିସ ଅଲିମ୍ପିକ୍ସ ଫେରନ୍ତା ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି

ଭାରତ ୧୧୭ ଜଣ ଖେଳାଳିଙ୍କୁ ପ୍ୟାରିସ ଅଲିମ୍ପିକ୍ସକୁ ପଠାଇଥିଲା। ହେଲେ ଦେଶକୁ କେବଳ ୬ଟି ପଦକ ମିଳିଛି। ଏହା ମଧ୍ୟରେ କୌଣସି ସ୍ୱର୍ଣ୍ଣ ମଧ୍ୟ ନାହିଁ।

author-image
Hemant Lenka
Paris Olympics

Paris Olympics

ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅଲିମ୍ପିକ୍ସ କଣ୍ଟିଜେଣ୍ଟକୁ ଭେଟିବେ। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପରେ ଏହି ଭେଟଘାଟ ଦିଲ୍ଲୀରେ ଅନୁଷ୍ଠିତ ହେବ। ଦିନ ପ୍ରାୟ ୧ଟା ବେଳେ ମୋଦି ପ୍ୟାରିସ ଅଲିମ୍ପିକ୍ସରୁ ଫେରିଥିବା ସମସ୍ତ ଖେଳାଳିଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପ୍ୟାରିସ ଯାଇଥିବା ୧୧୭ ଜଣିଆ ଭାରତୀୟ କଣ୍ଟିଜେଣ୍ଟ ମଧ୍ୟରୁ ଅଧିକାଂଶ ଖେଳାଳି ୧୫ ଅଗଷ୍ଟ ଭେଟଘାଟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ତେବେ ଜାଭେଲିନରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ପ୍ୟାରିସରୁ ଜର୍ମାନୀ ଯାଇଥିବାରୁ ସେ ମୋଦିଙ୍କ ସହ ଭେଟ କରି ନ ପାରନ୍ତି। ହେଲେ ସେ ଭିଡିଓ କଲରେ ଉପସ୍ଥିତ ରହିପାରନ୍ତି। 

ସେହିପରି ଫାଇନାଲ ଯାଇ ଅଯୋଗ୍ୟ ଘୋଷଣା ହୋଇଥିବା ରେସଲର ଭିନେଶ ଫୋଗାଟ ମଧ୍ୟ ମୋଦିଙ୍କ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବେ ବୋଲି କୁହାଯାଉଛି। ଭାରତ ୧୧୭ ଜଣ ଖେଳାଳିଙ୍କୁ ପ୍ୟାରିସ ଅଲିମ୍ପିକ୍ସକୁ ପଠାଇଥିଲା। ହେଲେ ଦେଶକୁ କେବଳ ୬ଟି ପଦକ ମିଳିଛି। ଏହା ମଧ୍ୟରେ କୌଣସି ସ୍ୱର୍ଣ୍ଣ ମଧ୍ୟ ନାହିଁ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ଫୋନରେ ମଧ୍ୟ କଥା ହୋଇ ସାରିଛନ୍ତି। ପୋଡିୟମରେ ପହଞ୍ଚିବା ଠାରୁ ଅଳ୍ପକେ ରହିଯାଇଥିବା ଖେଳାଳିମାନଙ୍କୁ ମଧ୍ୟ ସେ ସମର୍ଥନ କରିଛନ୍ତି।

୫୦ କେଜି ବର୍ଗର ରେସଲିଂ ଫାଇନାଲ ପୂର୍ବରୁ ଅଯୋଗ୍ୟ ବିବେଚିତ ହୋଇଥିବା ଭିନେଶଙ୍କ ପାଇଁ ମଧ୍ୟ ମୋଦି ଟ୍ୱିଟ କରିଥିଲେ। ଏବେ ସେ ପ୍ୟାରିସ ଫେରନ୍ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଶୁଭେଚ୍ଛା ଜଣାଇବାକୁ ନିଷ୍ପତ୍ତି ନେଇଛନ୍ତି।

PM Modi Paris Olympics 2024 Olympics 2024