Advertisment

ଅଗଷ୍ଟ ୧୫ରେ ଅଲିମ୍ପିକ୍ସ ଖେଳାଳି ହେବେ ସ୍ୱତନ୍ତ୍ର ଅତିଥି

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତର ସବୁ ଆଥଲେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଲାଲ୍ କିଲ୍ଲାକୁ ଆମନ୍ତ୍ରଣ କରିବେ। ଭାରତୀୟ ଅଲିମ୍ପିକ୍ସ ଟିମକୁ ପିଏମ୍ ମୋଦି ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ଦେବେ। ପିଏମ୍ ସେହି ସମୟରେ ବ୍ୟକ୍ତିଗତ ଭାବେ ସମସ୍ତ ଅଲିମ୍ପିଆନଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଏବଂ କଥାବାର୍ତ୍ତା ହେବେ। ଭାରତର ୨୨୮ ଜଣିଆ ସଦସ୍ୟ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି, […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଅଗଷ୍ଟ ୧୫ରେ ଅଲିମ୍ପିକ୍ସ ଖେଳାଳି ହେବେ ସ୍ୱତନ୍ତ୍ର ଅତିଥି

modi

ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତର ସବୁ ଆଥଲେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖ ଅର୍ଥାତ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଲାଲ୍ କିଲ୍ଲାକୁ ଆମନ୍ତ୍ରଣ କରିବେ। ଭାରତୀୟ ଅଲିମ୍ପିକ୍ସ ଟିମକୁ ପିଏମ୍ ମୋଦି ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ଦେବେ। ପିଏମ୍ ସେହି ସମୟରେ ବ୍ୟକ୍ତିଗତ ଭାବେ ସମସ୍ତ ଅଲିମ୍ପିଆନଙ୍କୁ ବ୍ୟକ୍ତିଗତ ଭାବେ ଭେଟିବେ ଏବଂ କଥାବାର୍ତ୍ତା ହେବେ।

Advertisment

ଭାରତର ୨୨୮ ଜଣିଆ ସଦସ୍ୟ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି, ଯେଉଁଥିରେ ୧୨୦ ଜଣ ଖେଳାଳି ସାମିଲ୍ ଅଛନ୍ତି। ଭାରତୀୟ ଦଳରେ ପିଭି ସିନ୍ଧୁ, ମନୁ ଭାକର, ଏମସି ମ୍ୟାରୀ କମ୍, ମୀରାବାଈ ଚାନୁ, ଭିନେଶ ଫୋଗାଟ୍, ଦୀପିକା କୁମାର ଆଦି ଖେଳାଳି ସାମିଲ୍‌ ଅଛନ୍ତି।

ସୋମବାର ଭାରତୀୟ ମହିଳା ହକି ଟିମ୍ ପ୍ରଥମଥର ଅଲିମ୍ପିକ୍ସ ସେମିଫାଇନାଲରା ପହଞ୍ଚି ଇତିହାସ ରଚିଥିଲା। ସେହିପରି ପିଭି ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ହରାଇ ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଥିଲେ। ଅଲିମ୍ପିକ୍ସରେ ସିନ୍ଧୁଙ୍କର ଏହା ଦ୍ୱିତୀୟ ବ୍ୟକ୍ତିଗତ ମେଡାଲ୍‌ ଥିଲା।

Advertisment

https://twitter.com/narendramodi/status/1422492017309847561?s=20

ଚଳିତ ବର୍ଷ ଭାରତ ସର୍ବାଧିକ ଖେଳାଳିଙ୍କୁ ଅଲିମ୍ପିକ୍ସ ପଠାଇଥିବା ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ମୋଦି କହିଛନ୍ତି, ୧୦୦ ବର୍ଷରେ ଦେଖାଦେଇଥିବା ସବୁଠାରୁ ବଡ଼ ବିପର୍ଯ୍ୟୟ ସମୟରେ ଆମ ଖେଳାଳିମାନେ ଅଲିମ୍ପିକ୍ସ ଗେମ୍ସରେ ଭାଗ ନେଇଛନ୍ତି। ଏହାସହ କିଛି ଗେମରେ ପ୍ରଥମଥର କ୍ୱାଲିଫାଏ କରିଛୁ। କେବଳ କ୍ୱାଲିଫାଏ ନୁହେଁ, ଆମେ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଟକ୍କର ମଧ୍ୟ ଦେଇଛୁ। ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ଓ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଆଉ ଏହି ଆତ୍ମବିଶ୍ୱାସ ହିଁ ନୂଆ ଭାରତର ପରିଚୟ ବୋଲି ପିଏମ୍ ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ଓ ବ୍ୟାଡମିଣ୍ଟନରେ ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତ ୨ ପଦକ ସହ ତାଲିକାର ୬୩ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ବକ୍ସିରେ ଭାରତର ଆଉ ଏକ ପଦକ ନିଶ୍ଚିତ ହୋଇସାରିଛି। ତେବେ ଏହି ପଦକ ବ୍ରୋଞ୍ଜ, ରୌପ୍ୟ କିମ୍ବା ସ୍ୱର୍ଣ୍ଣ ମଧ୍ୟରୁ କ’ଣ ହେବ, ତାହା ଆସନ୍ତାକାଲି ଜଣାପଡ଼ିବ।

Tokyo Olympics