Advertisment

ଟିମ୍ ଇଣ୍ଡିଆକୁ ଏମିତି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବ୍ରିସବେନରେ ଐତିହାସିକ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ବଧେଇ ଜଣାଇଛନ୍ତି। ମୋଦି ଟୁଇଟ୍ କରି କହିଛନ୍ତି, ଆମେ ସମସ୍ତେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟରେ ବହୁତ ଉତ୍ସାହିତ। ଟିମର ସବୁ ଖେଳାଳି ପୂରା ମ୍ୟାଚରେ ଜବରଦସ୍ତ ଜୋଶ ଓ ଉତ୍ସାହ ଦେଖାଇଛନ୍ତି। ସେମାନଙ୍କର ଦୃଢ଼ ଇଚ୍ଛା, ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ଦେଖିବା ଯୋଗ୍ୟ ଥିଲା। ଆପଣମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ […]

ଅଦ୍ୟତନ ହୋଇଛି
ଟିମ୍ ଇଣ୍ଡିଆକୁ ଏମିତି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

modi

Advertisment

ନୂଆଦିଲ୍ଲୀ: ବ୍ରିସବେନରେ ଐତିହାସିକ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ବଧେଇ ଜଣାଇଛନ୍ତି। ମୋଦି ଟୁଇଟ୍ କରି କହିଛନ୍ତି, ଆମେ ସମସ୍ତେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟରେ ବହୁତ ଉତ୍ସାହିତ। ଟିମର ସବୁ ଖେଳାଳି ପୂରା ମ୍ୟାଚରେ ଜବରଦସ୍ତ ଜୋଶ ଓ ଉତ୍ସାହ ଦେଖାଇଛନ୍ତି। ସେମାନଙ୍କର ଦୃଢ଼ ଇଚ୍ଛା, ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ଦେଖିବା ଯୋଗ୍ୟ ଥିଲା। ଆପଣମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା।

Advertisment

https://twitter.com/narendramodi/status/1351436475414548480?s=20

ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ନବୀନ ଟୁଇଟ୍ କରି କହିଛନ୍ତି, ଗାବାରେ ଜବରଦସ୍ତ ବିଜୟ ପାଇଁ ଅଭିନନ୍ଦନ। ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଟିମକୁ ସିରିଜ୍ ଜିତିବାରେ ସହାୟକ ହୋଇଛି। ପୂରା ଟିମକୁ ମୋର ଅନେକ ଶୁଭେଚ୍ଛା।

https://twitter.com/Naveen_Odisha/status/1351455966110236675?s=20

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟୁଇଟ୍ କରି କହିଛନ୍ତି, ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଚମତ୍କାର ସିରିଜ୍ ବିଜୟ। ପ୍ରଥମ ଟେଷ୍ଟରେ ଖରାପ ଆରମ୍ଭ ସାଙ୍ଗକୁ ଏକାଧିକ ଆହତ ସମସ୍ୟା ସତ୍ତ୍ୱେ ନୂଆ ପ୍ରତିଭାଙ୍କ ଉପସ୍ଥିତିରେ ଏହି ଟିମ୍ ଯେଉଁଭଳି ପ୍ରଦର୍ଶନ କଲା, ତାହା ଖୁବ୍ ପ୍ରଶଂସାଯୋଗ୍ୟ।

Advertisment

https://twitter.com/PandaJay/status/1351438670704771072?s=20

ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଜୟ ଶାହ, ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ କ୍ରିକେଟର୍ ତଥା ସାଂସଦ ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହୱାଗ, କ୍ୟାପଟେନ୍ ବିରାଟ୍ କୋହଲି, କମେଣ୍ଟେଟର ହର୍ଷା ଭୋଗଲେ, ଭାରତୀୟ ମହିଳା ସୀମିତ ଓଭର ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌର ମଧ୍ୟ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି।

https://twitter.com/GautamGambhir/status/1351437651929296897?s=20

https://twitter.com/virendersehwag/status/1351434581929431040?s=20

https://twitter.com/imVkohli/status/1351444900269629441?s=20

https://twitter.com/bhogleharsha/status/1351433660654731267?s=20

https://twitter.com/ICC/status/1351436290001088518?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe