୧୩ରେ ଭାରତୀୟ ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ପାଇଁ ଭାରତୀୟ ଖେଳାଳି ଶୀଘ୍ର ଯାତ୍ରା କରିବେ। ଜୁଲାଇ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଭାରତରୁ ଟୋକିଓ ଅଭିମୁଖେ ଯାତ୍ରା କରିବ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୩ ତାରିଖରେ ଭାରତୀୟ ଖେଳାଳିଙ୍କ ସହ କଥା ହେବେ। କରୋନା ମହାମାରୀ କାରଣରୁ ଏହି କଥାବାର୍ତ୍ତା ଭର୍ଚୁଆଲରେ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ପୂର୍ବରୁ ଅଲିମ୍ପିକ୍ ଦିବସ ଅବସରରେ ମଧ୍ୟ ଖେଳାଳିଙ୍କ ସହ କଥା ହୋଇସାରିଛନ୍ତି। ସେ ମନ୍ […]

PM-Modi

PM-Modi

Ranjit Kumar Jena
  • Published: Friday, 09 July 2021
  • Updated: 09 July 2021, 08:47 PM IST

Sports

Latest News

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ପାଇଁ ଭାରତୀୟ ଖେଳାଳି ଶୀଘ୍ର ଯାତ୍ରା କରିବେ। ଜୁଲାଇ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଭାରତରୁ ଟୋକିଓ ଅଭିମୁଖେ ଯାତ୍ରା କରିବ। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୩ ତାରିଖରେ ଭାରତୀୟ ଖେଳାଳିଙ୍କ ସହ କଥା ହେବେ। କରୋନା ମହାମାରୀ କାରଣରୁ ଏହି କଥାବାର୍ତ୍ତା ଭର୍ଚୁଆଲରେ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ପୂର୍ବରୁ ଅଲିମ୍ପିକ୍ ଦିବସ ଅବସରରେ ମଧ୍ୟ ଖେଳାଳିଙ୍କ ସହ କଥା ହୋଇସାରିଛନ୍ତି। ସେ ମନ୍ କି ବାତରେ ଦେଶବାସୀଙ୍କୁ ଖେଳାଳିଙ୍କ ସଂଘର୍ଷର କାହାଣୀ ଉପରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଥିଲେ ଯେ, ଅଲିମ୍ପିକରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିବା ସମସ୍ତ କ୍ରୀଡ଼ାବିତଙ୍କୁ ଅଲିମ୍ପିକ୍ ଦିବସରେ ଧନ୍ୟବାଦ ଜଣାଉଛି। ଏହାସହ ପ୍ରଧାନମନ୍ତ୍ରୀ ମୋଦି ଟୋକିଓରେ ଭାଗ ନେବାକୁ ଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ, ଭାରତର ଅଭିଜ୍ଞ ମହିଳା ବକ୍ସର ଏମସି ମ୍ୟାରୀ କମ୍ ଓ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଟୋକିଓ ଅଲିମ୍ପିକର ଉଦଘାଟନୀ ସମାରୋହରେ ଭାରତର ଧ୍ୱଜାବାହକ ହେବେ। ସେହିପରି କ୍ରୀଡ଼ାର ଉଦଯାପନୀ ସମାରୋହରେ ରେସଲର୍ ବଜରଙ୍ଗ ପୁନିଆ ଭାରତୀୟ ଧ୍ୱଜା ନିଜ ହାତରେ ଧରିବେ। ଏ ନେଇ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ଘୋଷଣା କରିଥିଲା।

ଟୋକିଓ ଅଲିମ୍ପିକର ଆୟୋଜନ ଗତ ବର୍ଷ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନା ମହାମାରୀ ସଂକ୍ରମଣ ଯୋଗୁ ଏହା ସମ୍ଭବ ହୋଇପାରିନଥିଲା ଏବଂ ଏହା ପରେ ଆଇଓସି ଏହି କ୍ରୀଡ଼ା ମହାକୁମ୍ଭକୁ ବର୍ଷକ ପାଇଁ ସ୍ଥଗିତ କରିଦେଇଥିଲା। ଏବେ ଏହି କ୍ରୀଡ଼ା ଆସନ୍ତା ଜୁଲାଇ ୨୩ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ପ୍ରଥମଥର ଅଲିମ୍ପିକରେ ଦୁଇଜଣ ଅର୍ଥାତ୍ ଜଣେ ମହିଳା ଓ ଜଣେ ପୁରୁଷ ଧ୍ୱଜାବାହକ ହେବେ। ଲିଙ୍ଗଗତ ସମାନତାକୁ ସୁନିଶ୍ଚିତ କରିବା ପାଇଁ ଏହା କରାଯାଇଛି ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା କହିଛନ୍ତି। ରିଓ ଅଲିମ୍ପିକ୍ ଗେମ୍ସରେ ସୁଟର ଅଭିନବ ବିନ୍ଦ୍ରା ଭାରତର ଧ୍ୱଜାବାହକ ଥିଲେ। ୨୦୦୮ରେ ବିନ୍ଦ୍ର ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ଭାରତର ଏକମାତ୍ର ଖେଳାଳି, ଯିଏ ଅଲିମ୍ପିକ୍ ଗେମ୍ସର ସିଙ୍ଗଲ୍ସ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକକୁ ୧୨୦ରୁ ଅଧିକ ଭାରତୀୟ ଆଥଲେଟ୍ କ୍ୱାଲିଫାଏ କରିଛନ୍ତି। ହେଲେ ଭାରତୀୟ ଅଲିମ୍ପିକ୍ ସଂଘ ଏଯାଏ ଖେଳାଳିଙ୍କ ସଂଖ୍ୟା ଆନୁଷ୍ଠାନିକ ଭାବେ ଘୋଷଣା କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos