Advertisment

ଓଭାଲ୍‌ ଟେଷ୍ଟ୍‌: ବଟ୍‌ଲର୍ ବିସ୍ଫୋରଣ, ଲଞ୍ଚ୍‌ ସୁଦ୍ଧା ଇଂଲଣ୍ଡ ୩୦୪/୮

ଓଭାଲ୍‌: ଭାରତ ବିପକ୍ଷ ୫ମ ତଥା ଶେଷ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଘରୋଇ ଇଂଲିଶ ଟିମ୍‌ ଜୋସ୍‌ ବଟ୍‌ଲର୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏବେ ଦୃଢ ସ୍ଥିତିକୁ ଆସିଯାଇଛି। ଦ୍ୱିତୀୟ ଖେଳ ଆରମ୍ଭରୁ ହିଁ ବଟ୍‌ଲର୍‌ ଭାରତୀୟ ବୋଲରଙ୍କ ଉପରେ କଡ଼ା ପ୍ରହାର ଆରମ୍ଭ କରିଦେଇଥିଲେ। ପ୍ରଥମଦିନର ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଆଦିଲ ରଶିଦ୍‌ ଦ୍ୱିତୀୟ ଦିନର ଖେଳ ଆରମ୍ଭରୁ ଆଉଟ୍‌ ହୋଇଯାଇଥିଲେ ହେଁ ଏହା ବଟଲର୍‌ଙ୍କ ଇନିଂସ୍‌ ଉପରେ […]

ଓଭାଲ୍‌ ଟେଷ୍ଟ୍‌: ବଟ୍‌ଲର୍ ବିସ୍ଫୋରଣ, ଲଞ୍ଚ୍‌ ସୁଦ୍ଧା ଇଂଲଣ୍ଡ ୩୦୪/୮

bt2

Advertisment

ଓଭାଲ୍‌: ଭାରତ ବିପକ୍ଷ ୫ମ ତଥା ଶେଷ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ର ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଘରୋଇ ଇଂଲିଶ ଟିମ୍‌ ଜୋସ୍‌ ବଟ୍‌ଲର୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏବେ ଦୃଢ ସ୍ଥିତିକୁ ଆସିଯାଇଛି।

Advertisment

ଦ୍ୱିତୀୟ ଖେଳ ଆରମ୍ଭରୁ ହିଁ ବଟ୍‌ଲର୍‌ ଭାରତୀୟ ବୋଲରଙ୍କ ଉପରେ କଡ଼ା ପ୍ରହାର ଆରମ୍ଭ କରିଦେଇଥିଲେ। ପ୍ରଥମଦିନର ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଆଦିଲ ରଶିଦ୍‌ ଦ୍ୱିତୀୟ ଦିନର ଖେଳ ଆରମ୍ଭରୁ ଆଉଟ୍‌ ହୋଇଯାଇଥିଲେ ହେଁ ଏହା ବଟଲର୍‌ଙ୍କ ଇନିଂସ୍‌ ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲା। ଅନ୍ୟତମ ସାଥୀ ଖେଳାଳି ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ଧରି ବଟଲର୍‌ ଇଂଲଣ୍ଡ ଇନିଂସ୍‌କୁ ଆଗକୁ ନେଇଥିଲେ।

publive-image

ଇତି ମଧ୍ୟରେ ବଟଲର୍‌ ମାତ୍ର ୧୦୩ଟି ବଲ୍‌ ଖେଳି ୬୩ ରନ୍‌ ସଂଗ୍ରହ କରିସାରିଛନ୍ତି। ବ୍ରଡ୍‌ ମଧ୍ୟ ଦ୍ରୁତ ୩୬ ରନ୍‌ କରି ତାଙ୍କୁ ଭରପୂର ସହଯୋଗ କରୁଛନ୍ତି।

Advertisment

ଦ୍ୱିତୀୟ ଦିନର ଲଞ୍ଚ ସୁଦ୍ଧା ଟିମ୍‌ ଇଂଲଣ୍ଡ ୮ ୱିକେଟ୍‌ ହରାଇ ୩୦୪ ରନ୍‌ ସଂଗ୍ରହ କରିଛି। ଗୋଟିଏ ସମୟରେ ୭ ୱିକେଟ୍‌ ହରାଇ ୧୯୮ ରନ୍‌ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଟିମ୍‌ ଇଂଲଣ୍ଡ ଏବେ ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଛି।

ପ୍ରଥମ ଦିନର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଜୋସ୍‌ ବଟଲର୍‌ ଓ ଆଦିଲ ରଶିଦ୍‌ ଇଂଲଣ୍ଡର ଅସମାପ୍ତ ଇନିଂସ୍‌ ଆରମ୍ଭ କରିଥିଲେ। ୭ ୱିକେଟ୍‌ ହରାଇ ୧୯୮ ରନ୍‌ରୁ ଦ୍ୱିତୀୟ ଦିନ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଆଉ ୧୨ ରନ୍‌ ଯୋଡ଼ିଥିବା ବେଳେ ଭାରତୀୟ ସ୍ପିଡ୍‌ଷ୍ଟର୍‌ ଯଶପ୍ରୀତ ବୁମ୍‌ରା ରଶିଦ୍‌ଙ୍କୁ ଆଉଟ୍‌ କରିଦେଇଥିଲେ।

publive-image

ଅନ୍ୟପକ୍ଷେ ଟାଣୁଆ ବ୍ୟାଟସ୍‌ମ୍ୟାନ୍‌ ବଟଲର୍‌ କିନ୍ତୁ ଭାରତୀୟ ବୋଲର୍‌ଙ୍କୁ କଡ଼ା ପ୍ରହାର କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ତାଙ୍କୁ ଷ୍ଟୁଆର୍ଟ ବ୍ରଡ୍‌ ଭରପୂର ସହଯୋଗ କରିଥିଲେ। ଉଭୟ ୯ମ ୱିକେଟ୍‌ ପାଇଁ ୯୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଛନ୍ତି। ଏବେ ବି ଉଭୟ କ୍ରିଜ୍‌ରେ ଅପରାଜିତ ରହିଛନ୍ତି।

ରଶିଦ୍‌ଙ୍କୁ ଆଉଟ୍‌ କରିବା ପରେ ଇଂଲଣ୍ଡର ପ୍ରଥମ ପାଳିରେ ଯଥାଶୀଘ୍ର ପୂର୍ଣ୍ଣଚ୍ଛେଦ ପକାଇବାକୁ ଲକ୍ଷ୍ୟ ରଖିଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ବଟଲର୍‌ ଓ ବ୍ରଡ୍‌ ଏହା ସମ୍ଭବ କରାଇ ଦେଇ ନଥିଲେ।

ଭାରତ ପକ୍ଷରୁ ବୁମ୍‌ରା ଓ ଇଶାନ୍ତ ଶର୍ମା ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୨ଟି ୱିକେଟ୍ ହାସଲ କରିଛନ୍ତି।

ଟସ୍‌ ପାଇଁ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଂଲଣ୍ଡ ପ୍ରଥମ ଦିନରେ ଜବରଦସ୍ତ ଆରମ୍ଭ କରିଥିଲା। ନିଜର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିବା ଇଂଲିଶ ଓପନର୍‌ ଆଲିଷ୍ଟର କୁକ୍‌ ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ପ୍ରଥମ ଦିନର ଚା’ ପାନ ବିରତି ପର୍ଯ୍ୟନ୍ତ ଟିମ୍‌ ଇଂଲଣ୍ଡ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା।

publive-image

କିନ୍ତୁ ଚା’ପାନ ବିରତି ପରେ ବୁମ୍‌ରା ଓ ଇଶାନ୍ତ ଇଂଲଣ୍ଡର ବ୍ୟାଟିଂ ଦୁର୍ଗକୁ ଭୁଶୁଡ଼ାଇ ଦେଇଥିଲେ। ଫଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟ୍‌ ହରାଇ ୧୯୮ ରନ୍‌ କରିପାରିଥିଲା। ପ୍ରଥମ ଦିନର ଶେଷ ଅଧିବେଶନରେ ଭାରତୀୟ ବୋଲର୍‌ମାନେ ୬ଟି ୱିକେଟ୍‌ ଦଖଲ କରି ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe