Advertisment

ହୃଦୟ ଜିତିଲେ, କିନ୍ତୁ ବିଶ୍ୱକପ ଫାଇନାଲ ହାରିଗଲେ ଭାରତର ପ୍ରଜ୍ଞାନନ୍ଦ

ମଙ୍ଗଳବାର ଠାରୁ ଉଭୟଙ୍କ ମଧ୍ୟରେ ଫାଇନାଲ ଲଢ଼େଇ ଆରମ୍ଭ ହୋଇଥିଲା। ପ୍ରଥମ ଦୁଇ କ୍ଲାସିକାଲ ଗେମ୍‌କୁ ଡ୍ର ରଖିବାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ସମର୍ଥ ହୋଇଥିଲେ।

author-image
Hemant Lenka
chess

chess

ବିଶ୍ୱର ନମ୍ବର ୱାନ ଖେଳାଳି ମାଗ୍ନସ କାର୍ଲସେନଙ୍କୁ ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଡ଼ା ଟକ୍କର ଦେଇ ହାରି ଯାଇଛନ୍ତି ଭାରତର ଆର ପ୍ରଜ୍ଞାନନ୍ଦ। କାର୍ଲସନ ଟ୍ରାଏ ବ୍ରେକ୍‌ରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କୁ ହରାଇ ଦେଇଛନ୍ତି। ପ୍ରଜ୍ଞାନନ୍ଦ ମ୍ୟାଚ୍‌ ହାରି ଯାଇଥିଲେ ମଧ୍ୟ ଏତେ କମ ବୟସରେ ଫାଇନାଲରେ ପହଞ୍ଚିବା ଓ ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି।

Advertisment

ମଙ୍ଗଳବାର ଠାରୁ ଉଭୟଙ୍କ ମଧ୍ୟରେ ଫାଇନାଲ ଲଢ଼େଇ ଆରମ୍ଭ ହୋଇଥିଲା। ପ୍ରଥମ ଦୁଇ କ୍ଲାସିକାଲ ଗେମ୍‌କୁ ଡ୍ର ରଖିବାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ସମର୍ଥ ହୋଇଥିଲେ। ଦୁଇଟି ଲଢ଼େଇ ଡ୍ର ରହିବାରୁ ଆଜି ଟ୍ରାଏ ବ୍ରେକରରେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା।

ତେବେ ଟ୍ରାଏ ବ୍ରେକରରେ ପ୍ରଜ୍ଞାନନ୍ଦ ସାମାନ୍ୟ ପଛରେ ପଡ଼ି ଯାଇଥିଲେ। ଏହାର ଫାଇଦା ଉଠାଇ କାର୍ଲସେନ ବାକୁରେ ଖେଳା ଯାଉଥିବା ଫାଇନାଲରେ ବାଜି ମାରି ନେଇଛନ୍ତି।

Advertisment

୩୨ ବର୍ଷୀୟ କାର୍ଲସେନ ପ୍ରଥମଥର ପାଇଁ ବିଶ୍ୱକପ ଜିତି ସମସ୍ତଙ୍କୁ ନିଜର ଦକ୍ଷତା ପ୍ରଦର୍ଶିତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାର୍ଲସେନ ଫୁଡ ପଏଜନିଂରେ ଆକ୍ରାନ୍ତ ଥାଇ ମଧ୍ୟ ମ୍ୟାଚ୍‌ ଖେଳିଥିଲେ। ଏଥିସହ ଚେସ୍‌ର ଜାଏଣ୍ଟ କିଲର ଭାବେ ପରିଚିତ ପ୍ରଜ୍ଞାନନ୍ଦଙ୍କୁ ହରାଇବାକୁ ସକ୍ଷମ ହୋଇଥିଲେ।

ଅନ୍ୟପକ୍ଷରେ ପ୍ରଜ୍ଞାନନ୍ଦ ରୌପ୍ୟ ପଦକ ହାସଲ କରିବା ସହ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥାନ ପକ୍କା କରିଛନ୍ତି। ସେ ଦ୍ୱିତୀୟ ଭାରତୀୟ ଭାବେ ଏପରି ସଫଳତା ହାସଲ କରିଛନ୍ତି।

ଚେନ୍ନାଇରେ ଜନ୍ମିତ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ଫାଇନାଲ ମ୍ୟାଚ୍‌ ହାରି ଯାଇଛନ୍ତି ସତ, କିନ୍ତୁ ଭାରତୀୟ ଚେସ୍‌ ଇତିହାସରେ ସେ ନିଜର ଦବଦବା ଦେଖାଇବାକୁ ସକ୍ଷମ ହୋଇଛନ୍ତି। ବିଶ୍ୱନାଥ ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦ ଦ୍ୱିତୀୟ ଭାରତୀୟ ଭାବେ ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଥିଲେ।

ସୋମବାର ବିଶ୍ୱର ୩ ନମ୍ବର ଖେଳାଳି ଫାବିଆନୋ କାରୁଆନାଙ୍କ ବିପକ୍ଷରେ ୩.୫-୨.୫ରେ ଚମକପ୍ରଦ ବିଜୟ ହାସଲ କରି ପ୍ରଜ୍ଞାନନ୍ଦ ଫାଇନାଲରେ ପ୍ରବେଶ କରିଥିଲେ।

Chess Player Praggnanandhaa