Advertisment

ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ, ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି। ଅଲିମ୍ପିକ୍ସରେ ମଧ୍ୟ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ସେହି ଅଭାବକୁ ଆଜି ପ୍ରମୋଦ ପୂରଣ କରି ଦେଇଛନ୍ତି। ସେ ତାଙ୍କର ବିଶ୍ୱର ୧ ନମ୍ବର ଖେଳାଳି […]

author-image
Jitendra Garnayak
ଅଦ୍ୟତନ ହୋଇଛି
ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ, ଜିତିଲେ ସ୍ୱର୍ଣ୍ଣ

Pramod

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି। ଅଲିମ୍ପିକ୍ସରେ ମଧ୍ୟ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ସେହି ଅଭାବକୁ ଆଜି ପ୍ରମୋଦ ପୂରଣ କରି ଦେଇଛନ୍ତି। ସେ ତାଙ୍କର ବିଶ୍ୱର ୧ ନମ୍ବର ଖେଳାଳି ମାନ୍ୟତାକୁ ବି ବଜାୟ ରଖିଛନ୍ତି।

Advertisment

ବିଶ୍ୱର ୧ ନମ୍ବର ଖେଳାଳି ପ୍ରମୋଦ ଫାଇନାଲରେ ବ୍ରିଟେନ୍‌ର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍‌ରେ ହରାଇଛନ୍ତି। ୪୫ ମିନିଟ୍ ଧରି ଏହି ଖେଳ ଚାଲିଥିଲା। ପ୍ରଥମ ଗେମ୍‌ରେ ଆଗୁଆ ରହିବା ପରେ ୨ୟ ଗେମ୍‌ରେ ବି ପ୍ରମୋଦ ନିଜ ଦବଦବା ବଜାୟ ରଖି ଏହି ସଫଳତା ହାସଲ କରିଛନ୍ତି। ପ୍ରମୋଦ ସ୍ୱର୍ଣ୍ଣ ଜିତିବା ସହିତ ଟୋକିଓ ଅଲିମ୍ପିକ୍ସରେ ଭାରତ ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।

ଆଜିର ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ପ୍ରମୋଦ ଏକତରଫା ଭାବେ ଜିତି ଫାଇନାଲରେ ପ୍ରବେଶ କରିଥିଲେ।

Advertisment

ବିଶ୍ୱ ଚାମ୍ପିଅନଶିପରେ ପ୍ରମୋଦ ଭଗତ ୪ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୧୮ ଏସିଆନ୍ ପାରା ଗେମ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ। ୫ ବର୍ଷ ବର୍ଷ ହୋଇଥିବା ବେଳେ ପୋଲିଓର ଶିକାର ହୋଇଥିବା ପ୍ରମୋଦ ଭଗତ ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପାରା ଶଟଲର। ସେ ୪୫ଟି ଅନ୍ତର୍ଜାତୀୟ ପଦକ ଜିତିଛନ୍ତି।

ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବିଶେଷ କରି ବରଗଡ଼ ଜିଲ୍ଲାର ଅତାବିରା ସ୍ଥିତ ତାଙ୍କ ଜନ୍ମମାଟିରେ ଲୋକ ଖୁସିରେ ବିଭୋର ହୋଇଯାଇଛନ୍ତି।