Advertisment

ପାରା ଏସୀୟ କ୍ରୀଡ଼ାରେ ପ୍ରମୋଦ ଭଗତଙ୍କ କମାଲ; ଜିତିଲେ ସ୍ୱର୍ଣ୍ଣ ପଦକ

ପାରା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ଭଗତ ହାତେଇଲେ ସ୍ୱର୍ଣ୍ଣ ପଦକ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଭଗତ ଏହି ପଦକକୁ ନିଜ ନାଁରେ କରି ଦେଇଛନ୍ତି।

ଅଦ୍ୟତନ ହୋଇଛି
pramod bhagat

pramod bhagat

Advertisment

ହାଙ୍ଗଝୌ ପାରା ଏସିଆନ୍ ଗେମ୍ସରେ ଗୋଲଡ୍ ମେଡାଲ ଜିତିଲେ ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ପୁରୁଷ ଏସଏଲ୍ ଥ୍ରୀ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ଭଗତ ହାତେଇଲେ ସ୍ୱର୍ଣ୍ଣ ପଦକ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଭଗତ ଏହି ପଦକକୁ ନିଜ ନାଁରେ କରି ଦେଇଛନ୍ତି।

Advertisment

ଫାଇନାଲରେ ସେ ନିତେଶଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ହରାଇଛନ୍ତି । । ପ୍ରଥମ ଥର ପାଇଁ ଏସିଆନ ଗେମ୍ ଗେମ୍ସରେ ୩ ଟି ପଦକ ହାସଲ କରିଛନ୍ତି ପ୍ରମୋଦ । ୨୦୧୮ ପାରା ଏସୀୟ କ୍ରୀଡ଼ାରେ ବି ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ।

ପାରା ଏସିଆନ୍ ଗେମ୍ସରେ ପ୍ରମୋଦଙ୍କ ଏହା ଲଗାତର ଦ୍ୱିତୀୟ ସ୍ୱର୍ଣ୍ଣପଦକ । ପୂର୍ବରୁ ଜାକର୍ତ୍ତା ପାରା ଏସୀୟ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ । ଚଳିତ ଏସିଆନ୍ ଗେମ୍ସରେ ସେ ମିକ୍ସଡ଼ ଡବଲ୍ସରେ ବ୍ରୋଞ୍ଜ ଜିତି ସାରିଛନ୍ତି । ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଗୋଲଡ୍ ମେଡାଲ ପାଇଥିଲେ ବରଗଡର ଏହି ଖେଳାଳି ।

Advertisment

୨୦୧୦ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ହାସଲ କରି ପାରି ନ ଥିଲେ ପ୍ରମୋଦ । ୨୦୧୪ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ କିନ୍ତୁ କେବଳ ଏକକରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ ।

୨୦୧୮ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ପ୍ରମୋଦ । ସେତେବେଳେ ସେ ଏକକରେ ସ୍ୱର୍ଣ୍ଣ ଓ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୨୨ରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଭାଗ ନେଇଥିଲେ । ଏହି କ୍ରୀଡ଼ାରେ ସେ ମିଶ୍ରିତ ଯୁଗଳରେ କାଂସ୍ୟ, ଯୁଗଳରେ କାଂସ୍ୟ ଓ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। 

Pramod Bhagat India Gold Medal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe