Advertisment

ପାରା ଏସୀୟ କ୍ରୀଡ଼ା: ଫାଇନାଲରେ ପହଞ୍ଚିଲେ ପ୍ରମୋଦ, ରୌପ୍ୟ ପକ୍କା କଲେ

ପ୍ରମୋଦ ଭଗତ ଗତକାଲି ମିକ୍ସଡ ଡବଲ୍ସ ବା ମିଶ୍ରିତ ଯୁଗଳରେ ବ୍ରୋଞ୍ଜ ପଦକ ଜିତିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Pramod Bhagat

Pramod Bhagat

ଚୀନର ହାଙ୍ଗଝୌରେ ଚାଲିଥିବା ପାରା ଏସୀୟ କ୍ରୀଡ଼ାରେ ବୁଧବାର ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶାର ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଆଜି ଏକ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି।

Advertisment

ବ୍ୟାଡମିଣ୍ଟନ ପୁରୁଷ ଏକକ ବର୍ଗରେ ସେମି ଫାଇନାଲରେ ପ୍ରମୋଦ ଥାଇଲ୍ୟାଣ୍ଡର ମଙ୍ଗଖୋନ ବୁନ୍‌ସୁନ୍‌ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହିତ ସେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି।

ପ୍ରମୋଦ ଥାଇଲ୍ୟାଣ୍ଡର ମଙ୍ଗଖୋନ ବୁନ୍‌ସୁନ୍‌ଙ୍କୁ ୨୧-୧୩, ୨୧-୧୨ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଗତକାଲି ପ୍ରମୋଦ ମିକ୍ସଡ ଡବଲ୍ସ ବା ମିଶ୍ରିତ ଯୁଗଳରେ ସେମି ଫାଇନାଲରେ ମନୀଷା ରାମଦାସଙ୍କୁ ସାଥୀ କରି ଖେଳିଥିବା ବେଳେ ଇଣ୍ଡୋନେସିଆର ଯୋଡ଼ି ଲିଆନି ରାତ୍ରି ଓକତିଲା ଓ ହିଜମତ ରାମଦାନୀଙ୍କଠାରୁ ୧୯-୨୧ ଓ ୧୪-୨୧ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।

Advertisment

ଅନ୍ୟପକ୍ଷରେ ପ୍ରମୋଦଙ୍କ ପାଖରେ ଆଉ ଏକ ପଦକ ମଧ୍ୟ ନିଶ୍ଚିତ କରିସାରିଛନ୍ତି। ସେ ପୁରୁଷ ଡବଲ୍ସର ସେମି ଫାଇନାଲରେ ମଧ୍ୟ ପହଞ୍ଚିଛନ୍ତି। ସେଥିରେ ହାରିଲେ ବ୍ରୋଞ୍ଜ ପଦକ ପାଇବେ। ଆଉ ଜିତିଲେ ଫାଇନାଲ୍‌କୁ ଯିବେ ଓ ରୌପ୍ୟ ପଦକ ନିଶ୍ଚିତ କରିବେ।

ଚଳିତ ପାରା ଏସୀୟ କ୍ରୀଡ଼ାରେ ଭାରତ ରେକର୍ଡ ୭୩ଟି ପଦକ ଜିତି ସାରିଲାଣି। ପୂର୍ବରୁ କେବେ ଭାରତ ଏହି କ୍ରୀଡ଼ାରେ ଏତେ ସଂଖ୍ୟକ ପଦକ ଜିତି ନଥିଲା। ଏହି ୭୩ଟି ପଦକ ମଧ୍ୟରେ ୧୭ଟି ସ୍ୱର୍ଣ୍ଣ, ୨୧ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଜ ପଦକ ରହିଛି। 

Para Asian Games 2023