Advertisment

ପ୍ରଥମଥର ଅଷ୍ଟ୍ରେଲିଆ ଓପନ ଫାଇନାଲରେ ପ୍ରଣୟ

ସେମି ଫାଇନାଲର ପ୍ରଥମ ସେଟ୍‌ରେ ରାଜାୱତ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ସେ କ୍ରମାଗତ ଭାବେ ପ୍ରଣୟଙ୍କୁ ଆଟାକ କରିଥିଲେ। କିନ୍ତୁ ସେ ବେଶୀ ସମୟ ପ୍ରଣୟଙ୍କୁ ଅଡ଼ୁଆରେ ପକାଇ ପାରି ନଥିଲେ।

HS Prannoy

HS Prannoy

Advertisment

ଭାରତର ଷ୍ଟାର ଶଟଲର ଏଚଏସ୍‌ ପ୍ରଣୟ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମି ଫାଇନାଲରେ ଭାରତର ପ୍ରିୟାଂଶୁ ରାଜାୱତଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଆଜିର ମ୍ୟାଚ୍‌ରେ ରାଜାୱତ ଦମଦାର ଆରମ୍ଭ କରିଥିଲେ।

Advertisment

ତେବେ ପ୍ରଣୟ ଲୟକୁ ଫେରିବା ମାତ୍ରେ ସେ ପୂରା ବ୍ୟାକଫୁଟକୁ ଚାଲି ଯାଇଥିଲେ। ଥୋମାସ କପରେ ଭାରତକୁ ଜିତାଇଥିବା ପ୍ରଣୟ ସିଧାସଳଖ ୨୧-୧୮ ଓ ୨୧-୧୨ରେ ରାଜାୱତଙ୍କୁ ପରାସ୍ତ କରିଛନ୍ତି। ଏବେ ସେ ଫାଇନାଲରେ ବିଶ୍ୱର ୨୪ ନମ୍ବର ଖେଳାଳି ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ଭେଟିବେ।

ସେମି ଫାଇନାଲର ପ୍ରଥମ ସେଟ୍‌ରେ ରାଜାୱତ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ସେ କ୍ରମାଗତ ଭାବେ ପ୍ରଣୟଙ୍କୁ ଆଟାକ କରିଥିଲେ। କିନ୍ତୁ ସେ ବେଶୀ ସମୟ ପ୍ରଣୟଙ୍କୁ ଅଡ଼ୁଆରେ ପକାଇ ପାରି ନଥିଲେ।

Advertisment

ପ୍ରଣୟ ଧୀରେଧୀରେ ବ୍ରେକ ପଏଣ୍ଟ ହାସଲ କରିଥିଲେ ଓ ମ୍ୟାଚ୍‌କୁ ଧିମା କରି ଦେଇଥିଲେ। ସେ ନିଜର ପ୍ରତିପକ୍ଷଙ୍କୁ ନେଟ ପାଖରେ ଖେଳିବାକୁ ଏକ ପ୍ରକାରର ବାଧ୍ୟ କରିଥିଲେ। ଏହାର ଫାଇଦା ମଧ୍ୟ ତାଙ୍କୁ ମିଳିଥିଲା। ସେ ପ୍ରଥମ ସେଟ୍‌କୁ ୨୧-୧୮ରେ ଜିତି ନେଇଥିଲେ।

ଦ୍ୱିତୀୟ ସେଟ୍‌ରେ କିନ୍ତୁ ରାଜାୱତଙ୍କୁ କମବ୍ୟାକ ପାଇଁ ୩୧ ବର୍ଷୀୟ ପ୍ରଣୟ କୌଣସି ସୁଯୋଗ ଦେଇ ନଥିଲେ। ଏହି ସେଟ୍‌କୁ ସେ ଏକତରଫା ଭାବେ ୨୧-୧୨ରେ ଜିତି ଫାଇନାଲ ଟିକେଟ ହାସଲ କରିଥିଲେ।

ଅଷ୍ଟ୍ରେଲିଆ ଓପନର ଅଭିଯାନ ପ୍ରଣୟ ବେଶ ସଂଘର୍ଷର ସହ ଆରମ୍ଭ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ତାଙ୍କର ମୁକାବିଲା ଚାଇନିଜ ତାଇପେଇର ଚି ୟୁ ଜେନଙ୍କ ସହ ହୋଇଥିଲା। ସେ ୭୪ ମିନିଟର ଲଢ଼େଇ ପରେ ଜେନଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।

ଏହି ରାଉଣ୍ଡରେ ତାଙ୍କର ମୁକାବିଲା ଟପ୍ ସିଡ୍‌ ତଥା ଇଣ୍ଡୋନେସିଆର ହିରୋ ଆନ୍ଥୋନୀ ସିନିସୁକା ଗିନଟିଙ୍ଗ ସହ ହୋଇଥିଲା। ଲାଗୁଥିଲା ପ୍ରଣୟ ଏହି ମ୍ୟାଚ୍‌ ହାରିଯିବେ। କିନ୍ତୁ ସବୁ ପ୍ରକାରର ଚ୍ୟାଲେଞ୍ଜକୁ ମାତ ଦେଇ ସେ ଗିନଟିଙ୍ଗଙ୍କୁ ମଧ୍ୟ ହରାଇଥିଲେ। ଏହାପରେ ସେ ସେମିରେ ଭାରତର ପ୍ରିୟାଂଶଙ୍କୁ ଭେଟିଥିଲେ। ତାଙ୍କୁ ମଧ୍ୟ ପ୍ରଣୟ ହରାଇ ଦେଇଛନ୍ତି।

Badminton
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe