Advertisment

ପାରା ଅଲିମ୍ପିକ୍ସରେ କମାଲ କଲେ ପ୍ରବୀଣ କୁମାର: ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ପ୍ରବୀଣ କୁମାର ରୌପ୍ୟ ପଦକ ଜିତିଥିଲେ। ଏଥର ଦେଶ ତାଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲା। ସେ ମଧ୍ୟ ଦେଶବାସୀଙ୍କୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି।

Praveen Kumar

Praveen Kumar

Advertisment

ପାରା ଅଲିମ୍ପିକ୍ସରେ ଭାରତର ପଦକ ବର୍ଷା ଜାରି ରହିଛି। ଆଜି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରବୀଣ କୁମାର। ସେ ପୁରୁଷ ଉଚ୍ଚ ଡିଆଁର ଟି ୬୪ ବର୍ଗରେ ଦେଶ ପାଇଁ ଏପରି ସଫଳତା ଆଣିଛନ୍ତି।

Advertisment

ଆରମ୍ଭରୁ କମାଲ କରିଥିବା ପ୍ରବୀଣ ୨.୦୮ ମିଟର ଉଚ୍ଚକୁ କ୍ଲିୟର କରିଛନ୍ତି। ଏହାପରେ ସେ ୨.୧୦ ମିଟର ମଧ୍ୟ କ୍ଲିୟର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ସଫଳ ହୋଇ ପାରି ନଥିଲା। ତଥାପି ସେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ୨.୦୮ ମିଟର ହେଉଛି ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ।

୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ପ୍ରବୀଣ କୁମାର ରୌପ୍ୟ ପଦକ ଜିତିଥିଲେ। ଏଥର ଦେଶ ତାଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଆଶା ରଖିଥିଲା। ସେ ମଧ୍ୟ ଦେଶବାସୀଙ୍କୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି।

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଏହା ଭାରତର ୬ଷ୍ଠ ସ୍ୱର୍ଣ୍ଣ ପଦକ। ଭାରତୀୟ ଆଥଲେଟମାନେ ଟୋକିଓରେ ୫ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ହେଲେ ବର୍ତ୍ତମାନ ସୁଦ୍ଧା ଏହା ୬ରେ ପହଞ୍ଚି ଗଲାଣି। ସେହିପରି ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୬ରେ ପହଞ୍ଚିଛି।

ଟୋକିଓରେ ଦଳ ୫ଟି, ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ ପଦକ ଜିତିଥିଲା। ହେଲେ ପ୍ୟାରିସରେ ଭାରତୀୟ ଆଥଲେଟମାନେ ୬ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ଜିତିଛନ୍ତି।

Paris Paralympics Paris Paralympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe