Advertisment

ପ୍ୟାରିସ୍ ପାରାଅଲିମ୍ପିକ୍ସ: ୨ଟି ପଦକ ଜିତି ଇତିହାସ ରଚିଲେ ପ୍ରୀତି

୨୦୦ ମିଟର T35 ରେସରେ ବ୍ରୋଞ୍ଜ ଆଣିଛନ୍ତି ପ୍ରୀତି ପାଲ।

author-image
Madhupriya Mistry
Preethi Pal

Preethi Pal

ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଦମ୍ ଦେଖାଉଛନ୍ତି ଭାରତୀୟ ଆଥଲେଟ୍। ଚଳିତ ଅଲିମ୍ପିକ୍ସରେ ଇତିହାସ ରଚିଲେ ପାରା ସ୍ପିଣ୍ଟର ପ୍ରୀତି ପାଲ। ଦୁଇଟି ପଦକ ଜିତିଛନ୍ତି। ଗତକାଲି ୨୦୦ ମିଟର T35 ରେସରେ ବ୍ରୋଞ୍ଜ ଆଣିଛନ୍ତି ପ୍ରୀତି ପାଲ। ୩୦.୦୧ ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରିଥିଲେ। ପୂର୍ବରୁ ଶହେ ମିଟରରେ ବ୍ରୋଞ୍ଜ ଜିତିଥିଲେ।

Advertisment

ଅଲିମ୍ପିକ୍ସର ଟ୍ରାକ୍ ଏଣ୍ଡ ଫିଲ୍ଡ ଇଭେଣ୍ଟରେ ଦୁଇଟି ମେଡାଲ୍ ଜିତିବାରେ ପ୍ରଥମ ଭାରତୀୟ ଆଥଲେଟ ଭାବରେ ଇତିହାସ ରଚିଛନ୍ତି ପ୍ରୀତି। ସେ କହିଛନ୍ତି, ପ୍ରଥମ ମେଡାଲ୍ ଜିତିବା ପରେ ଟ୍ରୋଲ୍ ହୋଇଥିଲେ। ଏହା ହିଁ ତାଙ୍କୁ ଦ୍ୱିତୀୟ ପଦକ ଜିତିବାରେ ପ୍ରେରଣା ଦେଇଥିଲା।

ସେହିପରି ପୁରୁଷ ହାଇ ଜମ୍ପରେ ରୌପ୍ୟ ଜିତିଛନ୍ତି ନିସଦ କୁମାର। ହାଇ ଜମ୍ପ T47 ବର୍ଗ ଫାଇନାଲରେ ସେ ରୌପ୍ୟ ଆଣିଛନ୍ତି। ନିସଦ ମୋଟ୍ ୨.୦୪ ମିଟର ଜମ୍ପ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ବି ସେ ଜିତିଥିଲେ ସିଲଭର ମେଡାଲ୍। ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାରତ ନିଜ ନାଁରେ ୭ଟି ପଦକ କରିଛି। ଏହା ଭିତରେ ରହିଛି ଗୋଟିଏ ସ୍ୱର୍ଣ୍ଣ ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ।

Advertisment
Paris Paralympics 2024 Preethi Pal