Advertisment

ପୃଥ୍ୱୀ ଶ'ଙ୍କୁ ଦଳରୁ ବାହାର କଲା ମୁମ୍ବାଇ, ଜାଣନ୍ତୁ କାହିଁକି

ଅତ୍ୟଧିକ ମୋଟାପଣ କାରଣରୁ ଯୁବ ବ୍ୟାଟର ପୃଥ୍ୱୀ ଶ'ଙ୍କୁ ଲାଗିଛି ପୁଣି ଏକ ବଡ଼ ଝଟକା। ରଣଜୀ ଦଳରୁ ବାହାର କରିଦେଲା ମୁମ୍ବାଇ।

author-image
Ordigital Desk
ଅଦ୍ୟତନ ହୋଇଛି
Prithvi Shaw

Prithvi Shaw

ଯୁବ ବ୍ୟାଟର ପୃଥ୍ୱୀ ଶ'ଙ୍କୁ ଲାଗିଛି ପୁଣି ଏକ ବଡ଼ ଝଟକା। ଏହି ଡାହାଣହାତି ବ୍ୟାଟରଙ୍କୁ ରଣଜୀ ଦଳରୁ ବାହାର କରିଦେଇଛି ମୁମ୍ବାଇ। ଅତ୍ୟଧିକ ମୋଟାପଣ କାରଣରୁ ତାଙ୍କୁ ଏଭଳି ଦଣ୍ଡ ମିଳିଛି ଏବଂ ଫିଟନେସ ଉପରେ ଧ୍ୟାନ ଦେବାକୁ କୁହାଯାଇଛି।

Advertisment

ରଣଜୀ ଟ୍ରଫି ପାଇଁ ମୁମ୍ବାଇ ଟିମ ପରିଚାଳନା କମିଟି ପୃଥ୍ୱୀ ଶ'ଙ୍କୁ ଦଳରୁ ବାହାର କରିବାର କୌଣସି ସଠିକ କାରଣ କହିନାହିଁ। ହେଲେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୟନକର୍ତ୍ତା ଫିଟନେସ ଓ ଅନୁଶାସନକୁ ନେଇ ତାଙ୍କ ଉପରେ ଖୁସି ନାହାନ୍ତି। 

Advertisment

ପୃଥ୍ୱୀ ଶ'ଙ୍କୁ କଠିନ ପରିଶ୍ରମ କରିବା ଜରୁରୀ
ସଞ୍ଜୟ ପାଟିଲ (ଅଧ୍ୟକ୍ଷ), ରବି ଠାକୁର, ଜିତେନ୍ଦ୍ର ଠାକରେ, କିରଣ ପାୱାର ଏବଂ ବିକ୍ରାନ୍ତ ୟେଲିଗେଟିଙ୍କୁ ନେଇ ଗଠିତ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଚୟନ କମିଟି ଆଗାମୀ ମ୍ୟାଚ୍ ପାଇଁ ଦଳରୁ ପୃଥ୍ୱୀ ଶ'ଙ୍କୁ ବାହାର କରିବାକୁ ନିଷ୍ପତ୍ତି ନେଇଛି। ୨୬ରୁ ୨୯ ଅକ୍ଟୋବର ପର୍ଯ୍ୟନ୍ତ ତ୍ରିପୁରା ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ମୁମ୍ବାଇ ଦଳ ଅଗରତାଲା ଗସ୍ତ କରିବ। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ୨୪ ବର୍ଷୀୟ ଖେଳାଳିଙ୍କ ଶରୀରରେ ୩୫ ପ୍ରତିଶତ ଚର୍ବି ରହିଛି ଏବଂ ତାଙ୍କୁ କଠିନ ପରିଶ୍ରମର ଆବଶ୍ୟକତା ରହିଥିବା ଦଳ ପରିଚାଳନା ଏମସିଏକୁ ସୂଚନା ଦେଇଛି।

ଚଳିତ ରଣଜୀ ସିଜିନରେ ପୃଥ୍ୱୀ ଶ'ଙ୍କ ପ୍ରଦର୍ଶନ
ରଣଜୀ ଟ୍ରଫି ୨୦୨୪ରେ ୨ଟି ମ୍ୟାଚରେ ୪ ଇନିଂସ ଖେଳି ପୃଥ୍ୱୀ ଶ' ଏପର୍ଯ୍ୟନ୍ତ ଯଥାକ୍ରମେ ୭, ୧୨, ୧ ଏବଂ ଅପରାଜିତ ୩୯ ରନ କରିଛନ୍ତି। ସେ ୨୦୧୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପାଇଁ ପଦାର୍ପଣ କରିଥିଲେ, କିନ୍ତୁ ବ୍ୟକ୍ତିଗତ ସମସ୍ୟା କାରଣରୁ ତାଙ୍କ କ୍ୟାରିୟର ଆଗକୁ ବଢ଼ିପାରିନଥିଲା। ଭାରତୀୟ ଦଳ ପାଇଁ ସେ ୬ଟି ଏକଦିବସୀୟ ମ୍ୟାଚ୍ ଖେଳି ୧୮୯ ରନ୍ ଏବଂ ୯ ଟେଷ୍ଟ ମ୍ୟାଚ୍ ଖେଳି ୪୨.୩୭ ହାରରେ ୩୩୯ ରନ୍ ସଂଗ୍ରହ କରିଛନ୍ତି।

Prithvi Shaw Ranji Trophy Mumbai Ranji Team