Advertisment

ଜନ୍ମଦିନରେ ମିଳିଲା ଆଶ୍ୱସ୍ତି, ଦଳକୁ ଫେରିବେ ପୃଥ୍ୱୀ ଶ’

ପୃଥ୍ୱୀ ଶ’ଙ୍କୁ ଆଗାମୀ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ମୁମ୍ବାଇ ଏହାର ସମ୍ଭାବ୍ୟ ଖେଳାଳି ତାଲିକାରେ ସାମିଲ କରିଛି। ଏହା ପୂର୍ବରୁ ଫିଟନେସ୍ ଓ ଶୃଙ୍ଖଳାଗତ କାରଣରୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ମୁମ୍ବାଇ ତାଙ୍କୁ ବାଦ ଦେଇଥିଲା।

Prithvi Shaw

Prithvi Shaw

Advertisment

ଜନ୍ମଦିନରେ ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ଭାଗ୍ୟ ଫିଟିଛି। ଜାତୀୟ ଦଳ ପରେ ଖରାପ ଫିଟନେସ୍ ପାଇଁ ରଣଜୀ ଟ୍ରଫିରୁ ବାଦ ପଡ଼ିଥିଲେ ପୃଥ୍ୱୀ ଶ’। ହେଲେ ଏବେ ତାଙ୍କୁ ପ୍ରତ୍ୟାବର୍ତ୍ତନର ସୁଯୋଗ ମିଳିଛି। ପୃଥ୍ୱୀ ଶ’ଙ୍କୁ ଆଗାମୀ ଟୁର୍ଣ୍ଣାମେଣ୍ଟ ଲାଗି ମୁମ୍ବାଇ କ୍ରିକେଟ ସଂଘ ଏହାର ସମ୍ଭାବ୍ୟ ଖେଳାଳି ତାଲିକାରେ ସାମିଲ କରିଛି। ନଭେମ୍ବର ୯ରେ ସେ ନିଜର ୨୫ତମ ଜନ୍ମଦିନ ପାଳନ କରୁଥିବାବେଳେ ତାଙ୍କୁ ମିଳିଛି ଏହି ଖୁସି ଖବର।

Advertisment

ନଭେମ୍ବର ୨୩ରୁ ଆରମ୍ଭ ହେବ ବିସିସିଆଇର ଘରୋଇ ଟି୨୦ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫି। ଏଥିପାଇଁ ଆଜି (ଶନିବାର) ୨୮ ଜଣିଆ ସମ୍ଭାବ୍ୟ ଖେଳାଳି ତାଲିକା ଜାରି କରିଛି ମୁମ୍ବାଇ। ହେଲେ ସବୁଠାରୁ ବଡ଼ କଥା ହେଉଛି, ଏହି ତାଲିକାରେ ପୃଥ୍ୱୀ ଶ’ଙ୍କ ନାଁ ଅଛି। ଏହା ପୂର୍ବରୁ ଫିଟନେସ୍ ଓ ଶୃଙ୍ଖଳାଗତ କାରଣରୁ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟରୁ ମୁମ୍ବାଇ ତାଙ୍କୁ ବାଦ ଦେଇଥିଲା। ଏହାପରେ ତାଙ୍କ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହେଲେ ବର୍ତ୍ତମାନ ସୟଦ ମୁସ୍ତାକ ଅଲି ଟ୍ରଫିକୁ ଯଦି ସେ ପ୍ରତ୍ୟାବର୍ତ୍ତନ କରନ୍ତି, ଏହା ତାଙ୍କ ପାଇଁ ବଡ଼ ଆଶ୍ୱସ୍ତି ହେବ। 

ପୃଥ୍ୱୀଙ୍କ ବ୍ୟତୀତ ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ଶାର୍ଦ୍ଦୁଲ ଠାକୁର, ଅଙ୍ଗକ୍ରିଶ ରଘୁବଂଶୀ ଏବଂ ଶାମ୍ସ ମୁଲାନି ମଧ୍ୟ ସୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟ ପାଇଁ ମୁମ୍ବାଇର ସମ୍ଭାବ୍ୟ ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି। ଯଦିଓ ଏହି ତାଲିକା ଚୂଡ଼ାନ୍ତ ନୁହେଁ, ହେଲେ ପୃଥ୍ୱୀ ଶ’ ଚୂଡ଼ାନ୍ତ ତାଲିକାରେ ମଧ୍ୟ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ସମୟ ମଧ୍ୟରେ ଆଇପିଏଲ୍ ୨୦୨୫ ପାଇଁ ମେଗା ଅକ୍ସନ ଆୟୋଜନ ହେବାକୁ ଥିବାରୁ ଏହା ପୃଥ୍ୱୀଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଛି।

Advertisment
Prithvi Shaw Syed Mushtaq Ali Trophy Prithvi Shaw In Mumbai Player List
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe