Advertisment

ପିଟି ଉଷାଙ୍କ ଏକାଡେମୀରେ ଗୁଣ୍ଡାଗର୍ଦ୍ଦି, ମହିଳା ଆଥେଲଟଙ୍କ ସୁରକ୍ଷାକୁ ନେଇ ଚିନ୍ତା

ଉଷା ସ୍କୁଲ ଅଫ ଆଥଲେଟିକ୍ସ ଖୋଲି ପିଲାମାନଙ୍କୁ ତାଲିମ ଦିଆଯାଏ। ତେଣୁ ଏଠାରେ ଗୁଣ୍ଡାଗର୍ଦ୍ଦି କରାଯାଉଥିବାରୁ ପିଟି ଉଷା ମହିଳା ଆଥଲେଟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

PT Usha

PT Usha

Advertisment

କିମ୍ବଦନ୍ତୀ ଆଥଲେଟ ତଥା ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ପିଟି ଉଷା ସାଂଘାତିକ ଅଭିଯୋଗ ଆଣିଛନ୍ତି। କେରଳର ବାଲୁସେରୀରେ ଥିବା ତାଙ୍କ ଏକାଡେମୀରେ ଉଚ୍ଛେଦ ଓ ଗୁଣ୍ଡାଗାର୍ଦ୍ଦି କରାଯାଉଛି। ଏଠାରେ ଉଷା ସ୍କୁଲ ଅଫ ଆଥଲେଟିକ୍ସ ଖୋଲି ପିଲାମାନଙ୍କୁ ତାଲିମ ଦିଆଯାଏ। ତେଣୁ ଏଠାରେ ଗୁଣ୍ଡାଗର୍ଦ୍ଦି କରାଯାଉଥିବାରୁ ପିଟି ଉଷା ମହିଳା ଆଥଲେଟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ସେ ଭୋଗୁଥିବା ସମସ୍ୟାରେ ବିରାମ ଲଗାଇବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହଯୋଗ ଲୋଡ଼ିଛନ୍ତି।

Advertisment

ଭାରତ ପାଇଁ ଅଲିମ୍ପିକ୍ସରେ ପଦକ ବିଜେତା ଆଥଲେଟ ସୃଷ୍ଟି କରିବା ପାଇଁ ୨୦୦୨ ମସିହାରେ ଉଷା ସ୍କୁଲ ଅଫ ଆଥଲେଟିକ୍ସ ସ୍ଥାପନ କରାଯାଇଥିଲା। ଏଠାରେ ହଜାର ହଜାର ଆଥଲେଟଙ୍କୁ ଆଥଲେଟିକ୍ସ ତାଲିମ ଦିଆଯାଏ। ହେଲେ ଏବେ ଏହି ଏକାଡେମୀରେ ନିଜେ ପିଟି ଉଷା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏ ସମ୍ପର୍କରେ ପିଟି ଉଷା ଦିଲ୍ଲୀରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏଥିସହ ସେ ନିଜର କଷ୍ଟ ବୟାନ କରିବା ବେଳେ ସର୍ବସମ୍ମୁଖରେ କାନ୍ଦି ମଧ୍ୟ ପକାଇଛନ୍ତି। ସେ କହିଛନ୍ତି, ଗତବର୍ଷ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହେବା ପରଠାରୁ ଉଚ୍ଛେଦ ଓ ଗୁଣ୍ଡାଗର୍ଦ୍ଦି ବଢ଼ିବାରେ ଲାଗିଛି। ଏକାଡେମୀରେ ଥିବା ମହିଳା ଆଥେଲଟଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ ଏକାଡେମୀ ଚାରିପାଖରେ ଗୋଟିଏ ପାଚେରୀ କରିବାକୁ ସେ ଚିନ୍ତା କରିଥିଲେ। ହେଲେ ଅର୍ଥ ଅଭାବରୁ ଏହା ସମ୍ଭବ ହୋଇ ନଥିବା ସେ କହିଛନ୍ତି।

Advertisment

ଉଷାଙ୍କ ଅଭିଯୋଗ ଅନୁଯାୟୀ, ନିକଟରେ କିଛି ଲୋକ ଏକାଡେମୀ ପରିସରରେ ବଳପୂର୍ବକ ପ୍ରବେଶ କରି ନିର୍ମାଣ କାମ ଆରମ୍ଭ କରିଛନ୍ତି। ଏହି ଜବରଦଖଲକୁ ଏକାଡେମୀର ଅଭିଯୋଗ ପରେ ଉଚ୍ଛେଦ କରାଯାଇଛି। ଉଷା ସ୍କୁଲ ଅଫ ଏକାଡେମୀ ପରିସରରେ କିଛି ଲୋକ ପ୍ରବେଶ କରିବା ସହ ନିର୍ମାଣ କାମ ଆରମ୍ଭ କରିଥିଲେ। ମ୍ୟାନେଜମେଣ୍ଟ ଏ ବିଷୟରେ ପଚାରିବାରୁ ସେମାନେ ସମସ୍ତଙ୍କୁ ଦୁର୍ବ୍ୟବହାର କରିଥିଲେ। ସେମାନଙ୍କୁ ପ୍ରଶାସନ ଅନୁମତି ଦେଇଥିବା କହିଥିଲେ। ଆମେ ପୁଲିସ୍‌ରେ ଅଭିଯୋଗ କରିବାରୁ କାମ ବନ୍ଦ ହୋଇଥିଲା।

ଡ୍ରଗ୍ସ ଖାଉଥିବା ଲୋକଙ୍କ ଠାରୁ ପ୍ରେମୀ ଯୁଗଳ ମନଇଚ୍ଛା ଏକାଡେମୀ ପରିସରରେ ରାତି ବେଳା ପ୍ରବେଶ କରୁଛନ୍ତି। କିଛି ଅଳିଆ ଆବର୍ଜନାକୁ ଡ୍ରେନରେ ପକାଇ ସମସ୍ୟା ସୃଷ୍ଟି କରୁଛନ୍ତି। ଆମକୁ ନିୟମିତ ଭାବେ ଟାର୍ଗେଟ କରାଯାଉଛି। ଆମକୁ ଝିଅମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ପଡ଼ିବ। କେରଳ ମୁଖ୍ୟମନ୍ତ୍ରୀ ଏ ଘଟଣାରେ ହସ୍ତକ୍ଷେପ କରନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ ବୋଲି ପିଟି ଉଷା ଅନୁରୋଧ କରିଛନ୍ତି।

ନିକଟରେ ପିଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏସିଆନ ଗେମ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଉଷା ୧୯୮୪ ଅଲିମ୍ପିକରେ ମାତ୍ର କିଛି ସେକେଣ୍ଡ ପାଇଁ ପଦ ଜିତିବାରୁ ବଞ୍ଚିତ ହୋଇଥିଲେ।

Indian Athlete
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe