କମାଲ୍ କଲେ ସିନ୍ଧୁ, ସେମିରେ ପହଞ୍ଚିଲେ

ଟୋକିଓ: ଭାରତର ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ୱାର୍ଟର୍ ଫାଇନାଲରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ସିଧାସଳଖ ୨୧-୧୩, ୨୨-୨୦ ଗେମରେ ହରାଇ ସିନ୍ଧୁ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ସେମିରେ ସିନ୍ଧୁଙ୍କ ସାମ୍ନା ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ୍ ଓ ଇନ୍ତାନନ୍ ରତଚାନୋକଙ୍କ ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର୍ ମୁକାବିଲାର ବିଜେତା ସହ ହେବ। ଉକ୍ତ ମ୍ୟାଚର ପ୍ରଥମ ଗେମକୁ ସିନ୍ଧୁ ସହଜରେ ଜିତି ନେଇଥିଲେ। […]

pv-sindhu

Ranjit Kumar Jena
  • Published: Friday, 30 July 2021
  • , Updated: 30 July 2021, 03:28 PM IST

ଟୋକିଓ: ଭାରତର ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ ଟୋକିଓ ଅଲିମ୍ପିକ୍ସର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ୱାର୍ଟର୍ ଫାଇନାଲରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ସିଧାସଳଖ ୨୧-୧୩, ୨୨-୨୦ ଗେମରେ ହରାଇ ସିନ୍ଧୁ ଅନ୍ତିମ-୪ରେ ସ୍ଥାନ ପକ୍କା କରିଛନ୍ତି। ସେମିରେ ସିନ୍ଧୁଙ୍କ ସାମ୍ନା ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ୍ ଓ ଇନ୍ତାନନ୍ ରତଚାନୋକଙ୍କ ମଧ୍ୟରେ ଖେଳାଯିବାକୁ ଥିବା କ୍ୱାର୍ଟର୍ ମୁକାବିଲାର ବିଜେତା ସହ ହେବ।

ଉକ୍ତ ମ୍ୟାଚର ପ୍ରଥମ ଗେମକୁ ସିନ୍ଧୁ ସହଜରେ ଜିତି ନେଇଥିଲେ। ସିନ୍ଧୁ ଆରମ୍ଭରୁ ୫-୬ରେ ପଛୁଆ ରହିଥିଲେ। କିନ୍ତୁ ପରେ ସେ କମବ୍ୟାକ୍ କରି ବ୍ରେକ୍ ସୁଦ୍ଧା୧୧-୭ରେ ଆଗୁଆ ହୋଇଥିଲେ। ଦ୍ୱିତୀୟାର୍ଦ୍ଧରେ ୧୮-୧୩ରେ ଆଗୁଆ ଥିବା ସିନ୍ଧୁ ଲଗାତର ତିନି ପଏଣ୍ଟ ହାସଲ କରି ପ୍ରଥମ ଗେମକୁ ନିଜ ନାଁରେ କରିଥିଲେ।

ଦ୍ୱିତୀୟ ଗେମରେ ସିନ୍ଧୁ ପୁଣିଥରେ ଭଲ ଆରମ୍ଭ କରି ବ୍ରେକ୍ ସୁଦ୍ଧା ୧୧-୬ରେ ଆଗୁଆ ରହିଥିଲେ ଏବଂ ମ୍ୟାଚକୁ ଏକତରଫା ଭାବେ ଜିତିନେବେ ବୋଲି ଲାଗୁଥିଲା। ବ୍ରେକ୍ ପରେ ମଧ୍ୟ ସିନ୍ଧୁଙ୍କ ଦବଦବା କାଏମ୍ ରହିଥିଲା ଏବଂ ୧୫-୧୧ରେ ଆଗୁଆ ରହିଥିଲେ। କିନ୍ତୁ ଏହି ସମୟରେ ୟାମାଗୁଚି ଲଗାତର ୫ ପଏଣ୍ଟ ହାସଲ କରି ଗେମରେ ୧୬-୧୫ରେ ଆଗୁଆ ହୋଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା। ୟାମାଗୁଚି ଚମତ୍କାର କମବ୍ୟାକ୍ କରି ୨୦-୧୯ରେ ଆଗୁଆ ଥିଲେ, କିନ୍ତୁ ସିନ୍ଧୁ ଲଗାତର ୩ ପଏଣ୍ଟ ହାସଲ କରି ଗେମକୁ ୨୨-୨୦ରେ ନିଜ ନାଁରେ କରିବା ସହ ମ୍ୟାଚକୁ ଜିତି ନେଇଥିଲେ।

ଚଳିତ ଅଲିମ୍ପିକ୍ସରେ ସିନ୍ଧୁ ଏପର୍ଯ୍ୟନ୍ତ ଗୋଟିଏ ବି ଗେମ୍ ହାରିନାହାନ୍ତି। ଗ୍ରୁପ୍ ଷ୍ଟେଜରେ ସିନ୍ଧୁ ପ୍ରଥମ ମ୍ୟାଚରେ ଇସ୍ରାଏଲର ସେନିଆ ପୋଲିକାର୍ପୋଭାଙ୍କୁ ୨୧-୭, ୨୧-୧୦ ଗେମରେ ହରାଇଥିବା ବେଳେ ଦ୍ୱିତୀୟ ମୁକାବିଲାରେ ହଂକଂର ଚିଉଙ୍ଗ ଗାନ୍ ୟି'ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଥିଲେ। ସେହିପରି ପ୍ରି-କ୍ୱାର୍ଟର୍ ଫାଇନାଲରେ ଡେନମାର୍କର ମିଆ ବ୍ଲିଚଫେଲ୍ଟଙ୍କୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଥିଲେ।

Related story