Advertisment

ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପ: ଘୋଷଣା ହେଲା ଦଳ, ଫେରିଲେ ସିନ୍ଧୁ

ବ୍ୟାଡମିଣ୍ଟନ ଏସିଆ ଟିମ ଚାମ୍ପିୟନଶିପ ୨୦୨୪ ମାଲେସିୟାରେ ଫେବୃଆରୀ ୧୩ରୁ ୧୯ ଯାଏ ଚାଲିବ।

ଅଦ୍ୟତନ ହୋଇଛି
PV Sindhu

PV Sindhu

Advertisment

ଚଳିତ ବର୍ଷ ଖେଳା ଯିବାକୁ ଥିବା ବ୍ୟାଡମିଣ୍ଟନ ଏସିଆ ଟିମ ଚାମ୍ପିୟନଶିପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ଫ୍ରେଞ୍ଚ ଓପନ ୨୦୨୩ ପରେ ବ୍ୟାଡମିଣ୍ଟନରୁ ଦୂରେଇ ରହିଥିବା ସିନ୍ଧୁ ଏସିଆ ଚାମ୍ପିୟନଶିପକୁ କମବ୍ୟାକ କରିଛନ୍ତି।

Advertisment

ଅକ୍ଟୋବର ୨୦୨୩ରେ ସେ ଆଣ୍ଠୁ ଜନିତ ସମସ୍ୟାରେ ପଡ଼ିଥିଲେ। ସେବେଠାରୁ ଆଉ ସେ ବ୍ୟାଡମିଣ୍ଟନ କୋର୍ଟରେ ନଜର ଆସି ନଥିଲେ। ଏବେ ସେ ଫିଟ ହୋଇଥିବାରୁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଏଯାଏ ଭାରତ କେବେ ହେଲେ ବି ବ୍ୟାଡମିଣ୍ଟନରେ ଏସିଆ ଚାମ୍ପିୟନଶିପ ଜିତି ନାହିଁ। ତେଣୁ ଏଥର ଚାମ୍ପିୟନ ହେବାକୁ ଦଳ ଲକ୍ଷ୍ୟ ରଖିଛି। ୨୦୨୨ରେ ଭାରତୀୟ ଟିମ ପ୍ରଥମଥର ପାଇଁ ଥୋମାସ କପ ଜିତିଥିଲା। ସେହିପରି ଏସିଆନ ଗେମ୍ସରେ ପୁରୁଷ ଟିମ ରୌପ୍ୟ ପଦକ ହାତେଇଥିଲା।

Advertisment

ତେଣୁ ବିଜୟୀ ଟିମରେ ଥିବା ସଦସ୍ୟମାନଙ୍କୁ ଏସିଆ ଚାମ୍ପିୟନଶିପ ପାଇଁ ଚୟନ କରାଯାଇଛି। ଭାରତୀୟ ପୁରୁଷ ଦଳ ୨୦୧୬ ଓ ୨୦୧୮ ସଂସ୍କରଣରେ ବ୍ରୋଞ୍ଜ ପଦକ ପାଇଥିଲା। ଦଳ କେବେ ହେଲେ ଫାଇନାଲକୁ ଯାଇ ନାହିଁ।

ଦଳରେ ଅଭିଜ୍ଞ ଏଚଏସ୍‌ ପ୍ରଣୟ ଓ କିଦାମ୍ବୀ ଶ୍ରୀକାନ୍ତ ରହିଛନ୍ତି। ଏମାନଙ୍କ ସହ ଲକ୍ଷ୍ୟ ସେନ, ଚିରାଗ ସେଟୀ, ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ, ଚରାଗ ସେନ, ଧ୍ରୁବ କାପିଲା, ଏମଆର ଅର୍ଜୁନ, ସୂରଜ ଗୋଆଲା ଓ ପୃଥ୍ୱୀ ରୟ ଅଛନ୍ତି।

ମହିଳା ଟିମରେ ପିଭି ସିନ୍ଧୁଙ୍କ ଅନମୋଲ ଖାର୍ବା, ତନବୀ ଶର୍ମା, ଅସ୍ମିତା ଚାଲିହା, ତ୍ରିସା ଜୁଲୀ, ଗାୟତ୍ରୀ ଗୋପିଚାନ୍ଦ, ଅଶ୍ୱିନୀ ପୋନ୍ନାପ୍ପା, ତନିଶା କ୍ରାଷ୍ଟୋ, ପ୍ରିୟା ଦେବୀ ଓ ଶ୍ରୁତି ମିଶ୍ରାଙ୍କୁ ସୁଯୋଗ ମିଳିଛି।

ବ୍ୟାଡମିଣ୍ଟନ ଏସିଆ ଟିମ ଚାମ୍ପିୟନଶିପ ୨୦୨୪ ମାଲେସିୟାରେ ଫେବୃଆରୀ ୧୩ରୁ ୧୯ ଯାଏ ଚାଲିବ। ଏହି ଟିମ ଇଭେଣ୍ଟ ଭାରତୀୟ ଶଟଲରଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ପାଇଁ ଏହି ଟୁର୍ଣ୍ଣାମେଣ୍ଟରୁ ପଏଣ୍ଟ ମିଳିବ।

Badminton PV Sindhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe