Advertisment

Indonesia Masters: ମ୍ୟାଚ୍ ବେଳେ ସିନ୍ଧୁଙ୍କୁ ରେଡ କାର୍ଡ ଦେଖାଇଇଲେ ଅମ୍ପାୟାର, ଲକ୍ଷ୍ୟ ସେନ ବି ହାରିଲେ

ସିନ୍ଧୁ ବାରମ୍ବାର ମ୍ୟାଚ୍‌ରେ ରାଗିବାରୁ ପ୍ରଥମେ ତାଙ୍କୁ ଚେୟାର ଅମ୍ପାୟାର ୟେଲୋ କାର୍ଡ ଦେଖାଇଥିଲେ। ତଥାପି ସିନ୍ଧୁ ନିଜ ରାଗକୁ ନିୟନ୍ତ୍ରଣ ନ କରିବାରୁ ତାଙ୍କୁ ଦ୍ୱିତୀୟ ସେଟର ମଧ୍ୟଭାଗରେ ରେଡ କାର୍ଡ ଦେଖାଇଥିଲେ।

PV

ପିଭି ସିନ୍ଧୁ

Advertisment

ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ଇଣ୍ଡୋନେସିଆ(Indonesia) ମାଷ୍ଟର୍ସ ୫୦୦ର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ସେ ଟପ ଶିଡ୍‌ ଚେନ ୟୁ ଫେଇଙ୍କ ଠାରୁ ସିଧାସଳଖ ୦-୨ରେ ହାରି ଯାଇଛନ୍ତି। ଶୁକ୍ରବାର ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ସିନ୍ଧୁ ଲଢ଼େଇ କରିଥିଲେ ହେଁ ଚାଇନିଜ ଖେଳାଳିଙ୍କ ଠାରୁ ୧୩-୨୧ ଓ ୧୭-୨୧ରେ ହାରି ଯାଇଛନ୍ତି।

Advertisment

ତେବେ ଜାକାର୍ତ୍ତାର କୋର୍ଟ ୧ରେ ହୋଇଥିବା ଏହି ମ୍ୟାଚ୍‌ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ସିନ୍ଧୁ ବାରମ୍ବାର ମ୍ୟାଚ୍‌ରେ ରାଗିବାରୁ ପ୍ରଥମେ ତାଙ୍କୁ ଚେୟାର ଅମ୍ପାୟାର ୟେଲୋ କାର୍ଡ ଦେଖାଇଥିଲେ। ତଥାପି ସିନ୍ଧୁ ନିଜ ରାଗକୁ ନିୟନ୍ତ୍ରଣ ନ କରିବାରୁ ତାଙ୍କୁ ଦ୍ୱିତୀୟ ସେଟର ମଧ୍ୟଭାଗରେ ରେଡ କାର୍ଡ ଦେଖାଇଥିଲେ। ସିନ୍ଧୁ ୧୨-୧୭ରେ ପଛରେ ରହିଥିବା ବେଳେ କାର୍ଡ ପାଇବା ଯୋଗୁ ଆହୁରି ରାଗି ଯାଇଥିଲେ।

ଶେଷରେ ମ୍ୟାଚ ରେଫରୀ ଏଥିରେ ହସ୍ତକ୍ଷେପ କରିବା ସହ ଚେୟାର ଅମ୍ପାୟାରଙ୍କ ସହ ଚାଲିଥିବା ତାଙ୍କର ତିକ୍ତତାକୁ ସମାଧାନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ରେଡ କାର୍ଡ ପ୍ରଦର୍ଶନ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଥିଲା। ସିନ୍ଧୁ(PV Sindhu) ମଧ୍ୟ ଦମଦାର ପ୍ରଦର୍ଶନ କରି ସ୍ଥିତିକୁ ୧୭-୧୮ କରି ଦେଇଥିଲେ। ତଥାପି ସେ ମ୍ୟାଚ ବଞ୍ଚାଇବାକୁ ସକ୍ଷମ ହୋଇ ନଥିଲେ। ସେ ଦ୍ୱିତୀୟ ସେଟକୁ ୧୭-୨୧ରେ ହାରିବା ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। 

Advertisment

ଦ୍ୱିତୀୟ ସେଟରେ ସିନ୍ଧୁ ଲଢ଼େଇ କରିଥିଲେ ହେଁ ପ୍ରଥମ ସେଟ ସଂପୂର୍ଣ୍ଣ ଏକତରଫା ରହିଥିଲା। ଚାଇନିଜ ଖେଳାଳି ଜଣଙ୍କ ସିନ୍ଧୁଙ୍କୁ ଆରମ୍ଭରୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ହାଫ ସ୍ମାଶ ଜରିଆରେ ସେ ଉକ୍ତ ସେଟକୁ ୨୧-୧୩ରେ ଜିତି ନେଇଥିଲେ। ସିନ୍ଧୁଙ୍କ ପାଖରେ ଚାଇନିଜ ଖେଳାଳିଙ୍କ ମୁକାବିଲା କରିବାକୁ କୌଣସି ସୁଯୋଗ ମଧ୍ୟ ମିଳି ନଥିଲା।

ଦ୍ୱିତୀୟ ସେଟରେ ମଧ୍ୟ ସିନ୍ଧୁ ଆଶା ଅନୁସାରେ ପ୍ରଦର୍ଶନ କରି ନଥିଲେ। ପଛରେ ପଡ଼ିବାରୁ ଚେୟାର ଅମ୍ପାୟାରଙ୍କ କିଛି ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରିଥିଲେ। ଏହାକୁ ନେଇ ବେଶ କିଛି ସମୟ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷରେ ଏହି ସେଟକୁ ମଧ୍ୟ ସିନ୍ଧୁ ହାରି ଯାଇଥିଲେ। 

କୋର୍ଟ ନମ୍ବର ୨ରୁ ମଧ୍ୟ ଭାରତ ପାଇଁ ନିରାଶ କରିବା ଭଳି ଖବର ଆସିଛି। ଏଠାରେ ଭାରତର ଲକ୍ଷ୍ୟ ସେନ ଥାଇଲ୍ୟାଣ୍ଡର ପାନିତଚାପୋନଙ୍କ ସହ ଲଢ଼େଇ କରିଥିଲେ। ହେଲେ ୨୧ ବର୍ଷୀୟ ପାନିତଚାପୋନ ଦମଦାର ପ୍ରଦର୍ଶନ କରି ଲକ୍ଷ୍ୟ ସେନଙ୍କୁ ୨୦-୧୮ ଓ ୨୨-୨୦ରେ ହରାଇ ଦେଇଛନ୍ତି।

ଏଥିସହ ଇଣ୍ଡୋନେସିଆ ମାଷ୍ଟର୍ସରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି। ବଶ୍ୱରେ ଲକ୍ଷ୍ୟ ସେନଙ୍କ ରାଙ୍କ ୭ ରହିଥିବା ବେଳେ ପାନିତଚାପୋନ ୪୪ତମ ସ୍ଥାନରେ ରହିଛନ୍ତି। ତଥାପି ଲକ୍ଷ୍ୟଙ୍କୁ ନିଜ ଠାରୁ କମ ଅଭିଜ୍ଞ ଓ ଦୁର୍ବଳ ଖେଳାଳିଙ୍କ ଠାରୁ ହାରିବାକୁ ପଡ଼ିଛି। 

Indonesia PV Sindhu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe