Advertisment

ଅଲିମ୍ପିକ୍ସ: ସହଜ ବିଜୟ ସହ ଆଗେଇଲେ ପିଭି ସିନ୍ଧୁ

ପରବର୍ତ୍ତୀ ରାଉଣ୍ଡରେ ତାଙ୍କର ମୁକାବିଲା ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କ ସହ ହେବ। ଏହି ମ୍ୟାଚଟି ବୁଧବାର ଖେଳାଯିବ।

author-image
Hemant Lenka
ଅଦ୍ୟତନ ହୋଇଛି
PV Sindhu

PV Sindhu

ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ ସହଜ ବିଜୟ ସହ ପ୍ୟାରିସ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛନ୍ତି। ଗ୍ରୁପ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ସିନ୍ଧୁ ମାଳଦ୍ୱୀପର ଫାତିମା ଅବଦୁଲ ରଜାକଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌କୁ ୨-୦ରେ ଜିତି ସେ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Advertisment

ଆଜିର ମ୍ୟାଚ୍‌ରେ ସିନ୍ଧୁ ନିଜର ଜଲୱା ଦେଖାଇଥିଲେ। ତାଙ୍କ ଶାମ୍ସ ଓ ନେଟ ପ୍ଲେର ଜବାବ ରଜାକଙ୍କ ପାଖରେ ଆଦୌ ନଥିଲା। ପ୍ରଥମ ସେଟ୍‌କୁ ସିନ୍ଧୁ ୨୧-୯ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟକୁ ସିନ୍ଧୁ ଆହୁରି ସହଜ କରି ନେଇଥିଲେ। ଏହି ସେଟ୍‌କୁ ସେ ୨୧-୬ରେ ଜିତି ମ୍ୟାଚ୍‌କୁ କବଜା କରିଥିଲେ। ମାତ୍ର ୨୯ ମିନିଟ ମଧ୍ୟରେ ସିନ୍ଧୁ ମ୍ୟାଚକୁ ଶେଷ କରି ଦେଇଛନ୍ତି।

ଏବେ ପରବର୍ତ୍ତୀ ରାଉଣ୍ଡରେ ତାଙ୍କର ମୁକାବିଲା ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କ ସହ ହେବ। ଏହି ମ୍ୟାଚଟି ବୁଧବାର ଖେଳାଯିବ।

Advertisment

ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଶଟଲର ଭାବେ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ୨୦୨୧ରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏଥର ତାଙ୍କ ନଜର ସ୍ୱର୍ଣ୍ଣ ପଦକ ଉପରେ ରହିଛି।

Paris Olympics PV Sindhu Olympics 2024