Advertisment

ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

ଟୋକିଓ: ପୁଣି ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି। ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

PV-SINDHU

ଟୋକିଓ: ପୁଣି ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି। ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ।

Advertisment

ରବିବାର ଖେଳାଯାଇଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨୧-୧୩, ୨୧-୧୫ ଗେମରେ ହରାଇ ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି। ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ'ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।

ମ୍ୟାଚର ପ୍ରଥମ ଗେମରେ ଦୁନିଆ ଷଷ୍ଠ ମାନ୍ୟତାପ୍ରାପ୍ତ ଖେଳାଳି ସିନ୍ଧୁ ଦମଦାର ପ୍ରଦର୍ଶନ କରିଥିଲେ। ସିନ୍ଧୁ ନିଜର ପାୱାରଫୁଲ୍‌ ସ୍ମାଶ୍ ଦ୍ୱାରା ଚାଇନା ଖେଳାଳିଙ୍କୁ ନାକେଦମ କରିଥିଲେ। ପ୍ରଥମ ଗେମରେ ହାଫ୍ ଟାଇମ୍ ସୁଦ୍ଧା ସିନ୍ଧୁ ୧୧-୮ରେ ଆଗୁଆ ରହିଥିଲେ। କିନ୍ତୁ ଏହା ପରେ ସିନ୍ଧୁ ଘନଘନ ଆକ୍ରମଣ କରି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ସୁଯୋଗ ଦେଇନଥିଲେ। ଏଥିସହ ପ୍ରଥମ ଗେମକୁ ସିନ୍ଧୁ ୨୧-୧୩ରେ ଜିତି ମ୍ୟାଚରେ ୧-୦ର ଅଗ୍ରଣୀ ହାସଲ କରିଥିଲେ। ଏହି ଗେମକୁ ଜିତିବା ପାଇଁ ତାଙ୍କୁ ମାତ୍ର ୨୩ ମିନିଟ୍‌ ସମୟ ନେଇଥିଲେ।

Advertisment

ସେହିପରି ଦ୍ୱିତୀୟ ଗେମରେ ମଧ୍ୟ ସିନ୍ଧୁ ଦମଦାର ଆରମ୍ଭ କରିଥିଲେ ଏବଂ ବ୍ରେକ୍ ସୁଦ୍ଧା ୧୧-୮ରେ ଲିଡ୍ କରିଥିଲେ। ଏହା ପରେ ଚାଇନା ଖେଳାଳି କମବ୍ୟାକ୍ କରିବାକୁ ପ୍ରୟାସ କରିଥିଲେ ଏବଂ କିଛି ପଏଣ୍ଟ ମଧ୍ୟ ଜିତିଥିଲେ। କିନ୍ତୁ ସିନ୍ଧୁଙ୍କ ଦମ୍ ଆଗରେ ବେଦମ୍ ହୋଇଥିଲେ ଚାଇନା ଖେଳାଳି। ୧୮-୧୫ରେ ଆଗୁଆ ଥିବା ସିନ୍ଧୁ ଲଗାତର ତିନି ପଏଣ୍ଟ ହାସଲ କରି ମ୍ୟାଚକୁ ଜିତି ନେଇଥିଲେ। ଦ୍ୱିତୀୟ ଗେମକୁ ସିନ୍ଧୁ ୨୯ ମିନିଟରେ ନିଜ ନାଁରେ କରିଥିଲେ।

କ୍ୱାର୍ଟର୍ ଫାଇନାଲରେ ସେ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୮, ୨୧-୯ ଗେମରେ ହରାଇ ସେମିଫାଇନାଲ୍ ଟିକେଟ୍ କାଟିଥିଲେ। କିନ୍ତୁ ଅନ୍ତିମ-୪ରେ ସିନ୍ଧୁ ତାଇପେଇର ତାଇ ଜୁ ୟିଙ୍ଗଠାରୁ ୧୮-୨୧, ୧୨-୨୧ ଗେମରେ ହାରି ଫାଇନାଲ୍ ରେସରୁ ଆଉଟ୍ ହୋଇଥିଲେ।

Tokyo Olympics