Advertisment

ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ କେମିତି ପ୍ରସ୍ତୁତି କରୁଥିଲେ ସିନ୍ଧୁ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ୍‌: ବିଶ୍ୱ ବାଡମିଣ୍ଟନ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ। ବର୍ତ୍ତମାନ ସିନ୍ଧୁ ବିଶ୍ୱ ବିଜେତା। ହେଲେ ଏହି ବିଶ୍ୱ ବିଜେତା ହେବା ପାଇଁ ସିନ୍ଧୁଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ୨୦୧୭ ଓ ୨୦୧୮ରେ ସେ ଫାଇନାଲରେ ପ୍ରବେଶ କରିଥିଲେ ହେଁ  ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ପାରି ନଥିଲେ। ୨୦୧୯ରେ ସ୍ୱର୍ଣ୍ଣ ଜତିବା ପାଇଁ ସିନ୍ଧୁ ଫୁଲଦମରେ ଲାଗି ପଡ଼ିଥିଲେ। […]

ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ କେମିତି ପ୍ରସ୍ତୁତି କରୁଥିଲେ ସିନ୍ଧୁ, ଦେଖନ୍ତୁ ଭିଡିଓ

t

Advertisment

ହାଇଦ୍ରାବାଦ୍‌: ବିଶ୍ୱ ବାଡମିଣ୍ଟନ ଚାମ୍ପିୟନଶିପ୍‌ରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ। ବର୍ତ୍ତମାନ ସିନ୍ଧୁ ବିଶ୍ୱ ବିଜେତା।

Advertisment

ହେଲେ ଏହି ବିଶ୍ୱ ବିଜେତା ହେବା ପାଇଁ ସିନ୍ଧୁଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ୨୦୧୭ ଓ ୨୦୧୮ରେ ସେ ଫାଇନାଲରେ ପ୍ରବେଶ କରିଥିଲେ ହେଁ  ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ପାରି ନଥିଲେ। ୨୦୧୯ରେ ସ୍ୱର୍ଣ୍ଣ ଜତିବା ପାଇଁ ସିନ୍ଧୁ ଫୁଲଦମରେ ଲାଗି ପଡ଼ିଥିଲେ।

ଏବେ ଚାମ୍ପିୟନଶିପ୍‌ ପାଇଁ ସିନ୍ଧୁ କେମିତି କଠିନ ପରିଶ୍ରମ କରୁଥିଲେ, ତା’ର ଏକ ଭିଡିଓ ସାମ୍ନାକୁ ଆସିଛି। ସିନ୍ଧୁ ଜିମରେ ନିଜର ଫିଟ୍‌ ରଖିବା ପାଇଁ ଝାଳ ବୁହାଉଥିବାର ପୂରା ଦୃଶ୍ୟ ଏହି ଭିଡିଓରେ ରହିଛି।

Advertisment

୨୪ ବର୍ଷୀୟ ବିଶ୍ୱ ବିଜେତା ହେବା ପଛରେ ସିନ୍ଧୁ ତାଙ୍କ ବାପା ମା’ କୋଚ ଓ ଟ୍ରେନରଙ୍କ ହାତ ରହିଥିବା କହିଛନ୍ତି। ଦୀର୍ଘ ବର୍ଷ ହେଲାଣି ସେ ବିଶ୍ୱ ବିଜେତା ହେବାକୁ ପରିଶ୍ରମ କରୁଥିଲେ। ଯାହା ୨୦୧୯ରେ ପୂରଣ ହୋଇଛି ବୋଲି ସିନ୍ଧୁ କହିଛନ୍ତି। ସିନ୍ଧୁଙ୍କୁ ଜିମରେ ଶ୍ରୀକାନ୍ତ ବର୍ମା ହିଁ ଟ୍ରେନିଂ ଦେଉଥିଲେ। ସିନ୍ଧୁଙ୍କ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।

ଦେଖନ୍ତୁ ସେହି ଭିଡିଓ
https://twitter.com/i/status/1166376817265168385

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe