Advertisment

କଳିଙ୍ଗରେ ହାରିଲା ଭାରତୀୟ ଫୁଟବଲ ଟିମ

ଫିଫା ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଖେଳୁଥିବା ଭାରତ ପ୍ରଥମ ମ୍ୟାଚରେ କୁଏତକୁ ୧-୦ରେ ହରାଇଥିଲା।

FIFA

FIFA

Advertisment

ଅନେକ ଆଶା ଓ ସମ୍ଭାବନା ନେଇ ଭୁବନେଶ୍ୱରରେ ଫିଫା ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ଖେଳୁଥିବା ଭାରତୀୟ ଟିମକୁ ଶକ୍ତ ଝଟକା ଲାଗିଛି। ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଫୁଟବଲ ଟିମ ପରାଜୟର ସ୍ୱାଦ ଚାଖିଛି। ଅପେକ୍ଷାକୃତ ଶକ୍ତିଶାଳୀ ତଥା ଫିଫା ରାଙ୍କିଙ୍ଗର ୬୧ ନମ୍ବର ସ୍ଥାନରେ ଥିବା କତାର ୩-୦ ଗୋଲରେ ଭାରତକୁ ହରାଇ ଦେଇଛି।

Advertisment

ଫିଫା ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଖେଳୁଥିବା ଭାରତ ପ୍ରଥମ ମ୍ୟାଚରେ କୁଏତକୁ ୧-୦ରେ ହରାଇଥିଲା। ବିଜୟ ସହ କଳିଙ୍ଗକୁ ଆସିଥିବା ଭାରତୀୟ ଟିମ ଆଜି ମଧ୍ୟ କତାରକୁ କଡ଼ା ଟକ୍କର ଦେବ ବୋଲି ସମସ୍ତେ ଆଶା କରିଥିଲେ। ଏଥିସହ କଳିଙ୍ଗ ଷ୍ଟାଡିୟମରେ ଭାରତ ଚଳିତ ବର୍ଷ କୌଣସି ମ୍ୟାଚ୍‌ ହାରି ନଥିବାରୁ ଏହି ରେକର୍ଡ କାଏମ ରହିବ ବୋଲି କୁହାଯାଉଥିଲା।

ହେଲେ କତାର ଆରମ୍ଭରୁ ହିଁ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ଭାରତ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ହେଁ ଗୋଟିଏ ବି ଗୋଲ ସ୍କୋର କରିବାକୁ ସକ୍ଷମ ହୋଇ ନାହିଁ। ମ୍ୟାଚ୍‌ର ୪ର୍ଥ ମିନିଟରେ ହିଁ ଭାରତୀୟ ଟିମର ଡିଫେନ୍ସ ଫେଲ ମାରିଥିଲେ। ଏହାର ଫାଇଦା ଉଠାଇ କତାର ପକ୍ଷରୁ ମୁସ୍ତାଫା ମାଶାଲ ପ୍ରଥମ ଗୋଲ ସ୍କୋର କରିଥିଲେ।

Advertisment

କତାର ୧-୦ରେ ଆଗରେ ଥିଲେ ହେଁ ଆଟାକ କରିବାକୁ ଭୁଲି ନଥିଲା। କିନ୍ତୁ ହାଫ ଟାଇମ ସୁଦ୍ଧା ସୁନୀଲ ଛେତ୍ରୀ ଆଣ୍ଡ କୋ ଦ୍ୱିତୀୟ ଗୋଲ କରିବାକୁ ସୁଯୋଗ ଦେଇ ନଥିଲେ। ହାଫ ଟାଇମ ସୁଦ୍ଧା ସ୍ଥିତି କତାର ସପକ୍ଷରେ ୧-୦ରେ ରହିଥିଲା।

ଦ୍ୱିତୀୟ ହାଫରେ କତାର ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ୪୭ତମ ମିନିଟରେ ଦଳକୁ ଦ୍ୱିତୀୟ ଗୋଲ ମିଳିଥିଲା। ଅଲମୋଇଜ ଅଲୀ ଦଳ ପାଇଁ ଏହି ଗୋଲ ସ୍କୋର କରିଥିଲେ। ଏହାପରେ କତାର ମ୍ୟାଚ୍‌କୁ ପୂରା ନିୟନ୍ତ୍ରଣକୁ ନେଇଥିଲା।

ଆଟାକ ପାଇଁ ଭାରତକୁ ସେମାନେ କୌଣସି ପ୍ରକାରର ସୁଯୋଗ ଦେଇ ନଥିଲେ। ୮୬ତମ ମିନିଟରେ ପୁଣି ଭାରତୀୟ ଡିଫେନ୍ସ ତ୍ରୁଟି କରିଥିଲା। ଏହାର ଫାଇଦା ଉଠାଇ ୟୁସୁଫ ଅବଦୁରିସାଗ ଦଳ ପାଇଁ ତୃତୀୟ ଗୋଲ କରିଥିଲେ। ଏଥିସହ କତାରର ବିଜୟକୁ ଏକପ୍ରକାରର ସୁନିଶ୍ଚିତ କରିଦେଇଥିଲେ।

ଅବଶ୍ୟ ଶେଷ ଭାଗରେ ଭାରତକୁ ଗୋଲ କରିବାର ଗୋଟିଏ ସୁଯୋଗ ମିଳିଥିଲା। କିନ୍ତୁ ତାଳମେଳ ଅଭାବରୁ ଦଳ ଏଥିରେ ସଫଳ ହୋଇ ନଥିଲା। ଶେଷରେ କତାର ୩-୦ରେ ମ୍ୟାଚ୍‌କୁ ଜିତି ନେଇଛି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ କତାର ୮-୦ରେ ଆଫଗାନିସ୍ତାନକୁ ହରାଇଥିଲା। ଏବେ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ଟେବୁଲ ଟପରେ ରହିଛି।

Football Sunil Chhetri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe