Advertisment

ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପ୍ରଥମ ହାଇସ୍କୋରିଂ ଟାର୍ଗେଟକୁ ପିଛା କରି ହାରିବା ପରେ ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଂ ଅର୍ଡରକୁ ନେଇ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ସିଜନରେ ନିଜ ଦ୍ୱିତୀୟ ମ୍ୟାଚରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସାମ୍ କରନ୍, ଋତୁରାଜ ଗାଏକୱାର୍ଡ ଓ କେଦାର ଯାଦବଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ। ଯଦିଓ କ୍ୟାପଟେନ୍ କୁଲ୍ ତିନିଟି ବିଶାଳକାୟ ଛକ୍କା ମାରିଥିଲେ, ତେବେ ଏହା ଦଳୀୟ ବିଜୟ ପାଇଁ ଯଥେଷ୍ଟ ନଥିଲା ଏବଂ ସେତେବେଳକୁ […]

ଧୋନିଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଉଠିଲା ପ୍ରଶ୍ନ

Dhoni

Advertisment

ନୂଆଦିଲ୍ଲୀ: ଚଳିତ ଆଇପିଏଲର ପ୍ରଥମ ହାଇସ୍କୋରିଂ ଟାର୍ଗେଟକୁ ପିଛା କରି ହାରିବା ପରେ ଚେନ୍ନାଇ ସୁପର କିଙ୍ଗସର ବ୍ୟାଟିଂ ଅର୍ଡରକୁ ନେଇ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ସିଜନରେ ନିଜ ଦ୍ୱିତୀୟ ମ୍ୟାଚରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସାମ୍ କରନ୍, ଋତୁରାଜ ଗାଏକୱାର୍ଡ ଓ କେଦାର ଯାଦବଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିଲେ। ଯଦିଓ କ୍ୟାପଟେନ୍ କୁଲ୍ ତିନିଟି ବିଶାଳକାୟ ଛକ୍କା ମାରିଥିଲେ, ତେବେ ଏହା ଦଳୀୟ ବିଜୟ ପାଇଁ ଯଥେଷ୍ଟ ନଥିଲା ଏବଂ ସେତେବେଳକୁ ଦଳର ଜିତିବା ଆଶା ମଉଳି ଯାଇଥିଲା।

Advertisment

ବିଶେଷଜ୍ଞଙ୍କ କହିବା କଥା, ମାହି ଟପ୍ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିଲେ ତାଙ୍କ ଅଭିଜ୍ଞତା ଓ ଦକ୍ଷତା ଦଳକୁ ସହାୟକ ହୋଇଥାନ୍ତା। ତା ଛଡ଼ା ସାମ କରନ୍, ଋତୁରାଜ ଗାଏକୱାର୍ଡ ଓ କେଦାର ଯାଦବଙ୍କ ଠାରୁ ଧୋନିଙ୍କ ଷ୍ଟ୍ରାଇକ୍ ରେଟ୍ ଯଥେଷ୍ଟ ଉନ୍ନତ। ଏମାନଙ୍କୁ ଆଗରେ ପଠାଇବା ଦ୍ୱାରା ଏହି ବାର୍ତା ଆସିଲା ଯେ ଏମାନେ ଧୋନିଙ୍କ ଠାରୁ ଭଲ ବ୍ୟାଟସମ୍ୟାନ୍। ଧୋନିଙ୍କ ଭଳି ଆଗରେ ରହି ଯୁଦ୍ଧ କରୁଥିବା ଅଧିନାୟକଙ୍କ ଠାରୁ ଏହା ଆଶା କରାଯାଉ ନଥିଲା ବୋଲି ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର କହିଛନ୍ତି। ସେହିପରି ଯଦିଓ ଡୁ ପ୍ଲେସିସ୍ ବଡ଼ ପାଳି ଖେଳିଲେ, ତେବେ ବି ସେ ବଡ଼ ସଟ୍ ମାରିବାରେ ସଂଘର୍ଷ କରୁଥିଲେ। ତେଣୁ ଧୋନି ଦଳୀୟ ଇନିଂସ ସଜାଡ଼ିବାର ସବୁ ଦାୟିତ୍ୱ ନିଜ କାନ୍ଧରେ ନେବା ଉଚିତ ବୋଲି ଗମ୍ଭୀର କହିଛନ୍ତି।

ସୂଚନା ଯୋଗ୍ୟ, ୨୧୬ ରନର ପିଛା କରୁଥିବା ସିଏସକେ ପଞ୍ଚଦଶ ଓଭରରେ ଶହେ ଚଉଦ ରନରେ ୫ଟି ୱିକେଟ୍ ହରାଇବା ପରେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe