/odisha-reporter/media/post_attachments/uploads/2020/12/ash.jpg)
ash
ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ କ୍ରିକେଟ୍ ନୂଆ ରେକର୍ଡ ନିଜ ନାଁରେ କରିଛନ୍ତି। ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମାମଲାରେ ସେ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲୀଧରନଙ୍କୁ ପଛରେ ପକାଇଛନ୍ତି।
ମେଲବର୍ଣ୍ଣରେ ଖେଳାଯାଇଥିବା ୨ୟ ଟେଷ୍ଟର ଚତୁର୍ଥ ଦିବସରେ ଅଶ୍ୱିନ୍ ଜୋଶ୍ ହେଜଲଉଡଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ତାଙ୍କ କ୍ୟାରିୟରର ୩୭୫ତମ ୱିକେଟ୍ ଥିଲା। ହେଜଲଉଡଙ୍କ ୱିକେଟ୍ ନେବା ସହ ଅଶ୍ୱିନ୍ ଏହି ବଡ଼ ରେକର୍ଡ ନିଜ ନାଁ କରିଥିଲେ। ଏହା ଅଶ୍ୱିନଙ୍କର ୧୯୨ତମ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଶିକାର ଥିଲା। ଟେଷ୍ଟ କ୍ରିକେଟରେ ସର୍ବାଧିକ ୮୦୦ ୱିକେଟ୍ ନେଇଥିବା ମୁରଲୀଧରନ ୧୯୧ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଛନ୍ତି।
ଏହି ତାଲିକାରେ ଇଂଲଣ୍ଡର ପେସର୍ ଜେମ୍ସ ଆଣ୍ଡରସନ୍ ତୃତୀୟ (୧୮୬) ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଗ୍ଲେନ୍ ମ୍ୟାକଗ୍ରା (୧୭୨) ଚତୁର୍ଥ, ଶେନ୍ ୱାର୍ଣ୍ଣ (୧୭୨) ପଞ୍ଚମ ଏବଂ ଭାରତର ଅନୀଲ କୁମ୍ବଲେ (୧୬୭) ଷଷ୍ଠ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ' ଟେଷ୍ଟରେ ଅଶ୍ୱିନ୍ ଉଭୟ ଇନିଂସରେ ଯଥାକ୍ରମେ ୩ ଓ ୨ ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
