Advertisment

ସାଥୀ ଖେଳାଳିଙ୍କୁ ପୁଣି ହାତ ଉଠାଇଲେ ବାଂଲାଦେଶ କ୍ରିକେଟର୍

ନୂଆଦିଲ୍ଲୀ: ବାଂଲାଦେଶର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମୁଶଫିକର ରହିମ୍ ପୁଣିଥରେ ନିଜର ଦୁର୍ବ୍ୟବହାର ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସାଥୀ ଖେଳାଳି ନସୁମ ଅହମ୍ମଦଙ୍କୁ ଖରାପ ବ୍ୟବହାର କରି କ୍ଷମା ମାଗିବାର ଦିନକ ପରେ ରହିମଙ୍କର ଆଉ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ରହିମ୍ ନିଜ ସାଥୀ ଖେଳାଳିଙ୍କୁ ବଲରେ ମାରିବାକୁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି। ତେବେ ଖାସ୍ କଥା ହେଉଛି, ଏଥର ବି ନସୁମ୍ ଅହମ୍ମଦଙ୍କ ଉପରକୁ ହାତ ଉଠାଇଛନ୍ତି। https://twitter.com/middlestump5/status/1339128934747820032?s=20 ଏହି […]

author-image
Ranjit Kumar Jena
ସାଥୀ ଖେଳାଳିଙ୍କୁ ପୁଣି ହାତ ଉଠାଇଲେ ବାଂଲାଦେଶ କ୍ରିକେଟର୍

rahim

ନୂଆଦିଲ୍ଲୀ: ବାଂଲାଦେଶର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମୁଶଫିକର ରହିମ୍ ପୁଣିଥରେ ନିଜର ଦୁର୍ବ୍ୟବହାର ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସାଥୀ ଖେଳାଳି ନସୁମ ଅହମ୍ମଦଙ୍କୁ ଖରାପ ବ୍ୟବହାର କରି କ୍ଷମା ମାଗିବାର ଦିନକ ପରେ ରହିମଙ୍କର ଆଉ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ରହିମ୍ ନିଜ ସାଥୀ ଖେଳାଳିଙ୍କୁ ବଲରେ ମାରିବାକୁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି। ତେବେ ଖାସ୍ କଥା ହେଉଛି, ଏଥର ବି ନସୁମ୍ ଅହମ୍ମଦଙ୍କ ଉପରକୁ ହାତ ଉଠାଇଛନ୍ତି।

Advertisment

https://twitter.com/middlestump5/status/1339128934747820032?s=20

ଏହି ଦୃଶ୍ୟଟି ମଧ୍ୟ ସମାନ ମ୍ୟାଚର ବୋଲି ଜଣାପଡ଼ିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟାଟ୍ସମ୍ୟାନ୍ ମିଡୱିକେଟକୁ ଶଟ୍‌ ମାରିଛନ୍ତି। ଏହାରି ଭିତରେ ୱିକେଟ୍ କିପିଂ କରୁଥିବା ରହିମ୍ ବଲକୁ ଧରିବା ପାଇଁ ଦୌଡ଼ୁଛନ୍ତି, ଏହି ସମୟରେ ବୋଲିଂ କରୁଥିବା ନସିମ୍ ମଧ୍ୟ ବଲ୍ ଧରିବାକୁ ଦୌଡ଼ିଛନ୍ତି। ରହିମ୍ ଦ୍ରୁତ ଗତିରେ ଆସି ବଲକୁ ଧରିବାରେ ସଫଳ ହୁଅନ୍ତି। ଯାହା ପରେ ରହିମ୍ ରାଗିକି ନାସୁମଙ୍କ ଉପରକୁ ହାତ ଉଠାଇଛନ୍ତି। ଏଥର ନସୁମ୍ କିଛି କହିନାହାନ୍ତି। କିନ୍ତୁ ରହିମଙ୍କ ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

https://twitter.com/CricCrazyNIKS/status/1338425712844238850?s=20

ପୂର୍ବଥର ଯେଉଁ ଭିଡିଓ ଭାଇରାଲ୍ ହୋଇଥିଲା, ସେଥିରେ ରହିମ୍ ନସୁମଙ୍କୁ ଚାପୁଡ଼ା ମାରିବା ପାଇଁ ପ୍ରୟାସ କରିଥିଲେ। ଯେଉଁ କାରଣରୁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ତାଙ୍କ ଉପରୋ ୨୫ ପ୍ରତିଶତ ଜୋରିମାନା ଲଗାଇଥିଲା। ଏପରିକି ରହିମ୍ ନିଜର ଏହି ଆଚରଣ ପାଇଁ ଇନଷ୍ଟାଗ୍ରାମରେ କ୍ଷମା ମାଗିଥିଲେ।

Advertisment