Advertisment

ଧୋନିଙ୍କ ଚେନ୍ନାଇକୁ ହରାଇଲା ରାଜସ୍ଥାନ ରୟାଲ୍ସ, ମ୍ୟାଚ୍‌ ସାରା ବର୍ଷିଲା ଛକା ପରେ ଛକା

ଶାରଜା: କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ନିରାଶ ହେବାକୁ ପଡ଼ିଛି। ରାଜସ୍ଥାନ ରୟାଲ୍ସ ଚେନ୍ନାଇକୁ ୧୬ ରନ୍‌ରେ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ୨୧୭ ରନ୍‌କୁ ଚେଜ୍‌ କରିବାକୁ ଯାଇ ପାୱାରପ୍ଲେରେ ଭଲ ଆରମ୍ଭ କରିଥିଲା ଦଳ। ୱାଟସନ୍‌ ଆରମ୍ଭରୁ ଭଲ ପ୍ରଦର୍ଶନ କରିଆସୁଥିଲେ। ତେବେ ସେ ରାହୁଲ ଟେୱାଟିଆଙ୍କ ଶିକାର ହୋଇଥିଲେ। ପରବର୍ତ୍ତୀ ଓଭରରେ ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍‌ ମୁରଲୀ ବିଜୟଙ୍କ ୱିକେଟ୍‌ […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ଧୋନିଙ୍କ ଚେନ୍ନାଇକୁ ହରାଇଲା ରାଜସ୍ଥାନ ରୟାଲ୍ସ, ମ୍ୟାଚ୍‌ ସାରା ବର୍ଷିଲା ଛକା ପରେ ଛକା

sanju

ଶାରଜା: କ୍ୟାପ୍ଟେନ୍‌ କୁଲ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ନିରାଶ ହେବାକୁ ପଡ଼ିଛି। ରାଜସ୍ଥାନ ରୟାଲ୍ସ ଚେନ୍ନାଇକୁ ୧୬ ରନ୍‌ରେ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି।

Advertisment

୨୧୭ ରନ୍‌କୁ ଚେଜ୍‌ କରିବାକୁ ଯାଇ ପାୱାରପ୍ଲେରେ ଭଲ ଆରମ୍ଭ କରିଥିଲା ଦଳ। ୱାଟସନ୍‌ ଆରମ୍ଭରୁ ଭଲ ପ୍ରଦର୍ଶନ କରିଆସୁଥିଲେ। ତେବେ ସେ ରାହୁଲ ଟେୱାଟିଆଙ୍କ ଶିକାର ହୋଇଥିଲେ। ପରବର୍ତ୍ତୀ ଓଭରରେ ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ୍‌ ମୁରଲୀ ବିଜୟଙ୍କ ୱିକେଟ୍‌ ନେବାରେ ସମର୍ଥ ହୋଇଥିଲେ ଶ୍ରେୟସ୍ ଗୋପାଲ।

ପରେ ଫାଫ୍‌ ଡୁପ୍ଲେସିସ୍‌ ଏବଂ କୁରାନ୍‌ ଦଳର ମଙ୍ଗ ସମ୍ଭାଳିଥିଲେ। ଡୁପ୍ଲେସିସ୍‌ ୩୭ ବଲ୍‌ରୁ ୭୨ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳି ଦଳର ବିଜୟ ସମ୍ଭାବନା ବଢ଼ାଇଥିଲେ। ଏପରିକି ଶେଷ ବେଳକୁ ଅଧିନାୟକ ଧୋନି ଆକ୍ରମଣାତ୍ମକ ଶଟ୍‌ ଖେଳି ଲକ୍ଷ୍ୟ ହାସଲ ପାଇଁ ଜୋରଦାର ଉଦ୍ୟମ କରିଥିଲେ। କିନ୍ତୁ ବିଶାଳ ଟାର୍ଗେଟ୍‌ରେ ପହଞ୍ଚିପାରିବା କଷ୍ଟକର ହୋଇପଡ଼ିଥିଲା। ତାଙ୍କର ୧୭ ବଲ୍‌ ୨୯ ରନ୍‌ର ଇନିଂସ୍‌ ସହିତ ଦଳ ୨୦୦ ରନ୍‌ରେ ସୀମିତ ରହିଥିଲା।
https://twitter.com/IPL/status/1308472370068299776?s=20
https://twitter.com/IPL/status/1308480459588792320?s=20
ରାଜସ୍ଥାନ ପକ୍ଷରୁ ଟେୱାଟିଆଙ୍କୁ ୨ଟି ୱିକେଟ୍ ମିଳିଥିଲା। ଅନ୍ୟପକ୍ଷରେ ଆର୍ଚ୍ଚର, ଗୋପାଲ ଏବଂ କୁରାନ୍‌ ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

Advertisment

ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଇନିଂସ୍‌ ଆରମ୍ଭରୁ ଜୟସ୍ୱାଲଙ୍କୁ ହରାଇଥିଲା। ଏହି ୱିକେଟ୍‌ ହରାଇବାର କ୍ଷତକୁ ଭରଣା କରିବାକୁ ଆସିଥିବା ସଞ୍ଜୁ ସାମସନ୍‌ କିନ୍ତୁ ମ୍ୟାଚ୍‌ର ହିରୋ ସାବ୍ୟସ୍ତ ହୋଇଥିଲେ। ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କ ସହ ଜୋରଦାର ପାର୍ଟନରଶିପ୍‌ କରି ଦଳର ସ୍ଥିତି ମଜଭୁତ କରିଥିଲେ। ସ୍ମିଥ ୪୭ ବଳ୍‌ରୁ ୬୯ ରନ୍‌ କରିଥିବାବେଳେ ସାମସନ୍‌ ୩୨ ବଲ୍‌ରୁ ୭୪ ରନ୍‌ କରିଥିଲେ। ତେବେ ଇନିଂସ୍‌ ଶେଷ ବେଳକୁ ଆର୍ଚ୍ଚରଙ୍କ ଧୂଆଁଧାର ଶଟ୍‌ ଦର୍ଶକଙ୍କ ପାଇଁ ମନୋରଞ୍ଜନ ଆଣିଦେଇଥିଲା। ସେ ୮ ବଲ୍‌ରୁ ୪ ଛକା ସହ ୨୭ ରନ୍‌ କରିପାରିଥିଲେ। ଏନ୍‌ଜିଡିଙ୍କ ଶେଷ ଓଭର ବୋଲିଂର ଜବାବରେ ଆର୍ଚ୍ଚରଙ୍କ ଛକା ବେଶ ଚର୍ଚ୍ଚା ସାଉଁଟିଥିଲା। ସଞ୍ଜୁ ସାମସନ୍‌ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
https://twitter.com/IPL/status/1308470097225248768?s=20