Advertisment

ସନରାଇଜର୍ସ ଆଗରେ ୧୫୫ ରନର ଟାର୍ଗେଟ୍ ରଖିଲା ରାଜସ୍ଥାନ ରୟାଲ୍ସ

ଦୁବାଇ: ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି ସନରାଇଜର୍ସ ହାଇଦ୍ରାବାଦ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୪ ରନ୍ କରିଛି। ଫଳରେ ଏହି ମୁକାବିଲାକୁ ଜିତିବା ପାଇଁ ସନରାଇଜର୍ସକୁ ୧୫୫ ରନ୍ କରିବାକୁ ପଡ଼ିବ। ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା […]

ସନରାଇଜର୍ସ ଆଗରେ ୧୫୫ ରନର ଟାର୍ଗେଟ୍ ରଖିଲା ରାଜସ୍ଥାନ ରୟାଲ୍ସ

ipl

Advertisment

ଦୁବାଇ: ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି ସନରାଇଜର୍ସ ହାଇଦ୍ରାବାଦ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୪ ରନ୍ କରିଛି। ଫଳରେ ଏହି ମୁକାବିଲାକୁ ଜିତିବା ପାଇଁ ସନରାଇଜର୍ସକୁ ୧୫୫ ରନ୍ କରିବାକୁ ପଡ଼ିବ।

Advertisment

ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ପାଇଁ ରବିନ୍ ଉଥାପ୍ପା ଦ୍ରୁତ ରନ୍ କରିଥିଲେ। କିନ୍ତୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ସେ ବ୍ୟକ୍ତିଗତ ୧୯ (୧୩ ବଲ୍, ୨ ଚୌକା, ୧ ଛକା) ରନ୍ କରିଥିଲେ। ଅନ୍ୟତମ ଓପ୍ନର ବେନ୍ ଷ୍ଟୋକ୍ସଙ୍କୁ ସାଥ୍ ଦେଇଥିଲେ ସଞ୍ଜୁ ସାମସନ୍। ଦୁହେଁ ୨ୟ ୱିକେଟ୍‌ ପାଇଁ ୫୬ ରନର ଭାଗିଦାରୀ କରିଥିଲେ।

ସାମସନ୍ ଆଜି ନିଜର ପୁରୁଣା ଲୟ ହାସଲ କରିଥିଲେ ହେଁ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ସେ ୩୬ (୨୬ ବଲ୍‌, ୩ ଚୌକା, ୧ ଛକା) ରନ୍ କରି ଜେସନ୍ ହୋଲ୍ଡରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ପରେ ପରେ ଷ୍ଟୋକ୍ସ (୩୦) ମଧ୍ୟ ନିଜ ୱିକେଟ୍‌ ହରାଇ ବସିଥିଲେ। ଗତ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଜୋସ୍ ବଟଲର୍ (୯) ନିରାଶ କରିଥିଲେ।

Advertisment

କ୍ୟାପଟେନ୍ ଷ୍ଟିଭ୍ ସ୍ମିଥ୍ ୧୯ ରନର ଇନିଂସ୍ ଖେଳିଥିବା ବେଳେ ରିୟାନ୍ ପରାଗ ୧୨ ବଲରେ ଦ୍ରୁତ ୨୦ (୧୨ ବଲ୍, ୨ ଚୌକା, ୧ ଛକା) ରନର ଇନିଂସ୍ ଖେଳିଥିଲେ। ଶେଷ ଆଡ଼କୁ ଜୋଫ୍ରା ଆର୍ଚର୍ ଦ୍ରୁତ ଅପରାଜିତ ୧୬ (୭ ବଲ୍, ୧ ଛକା, ୧ ଚୌକା) ରନ୍ କରି ଦଳକୁ ୧୫୪ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ରାଜସ୍ଥାନ ପକ୍ଷରୁ ହୋଲ୍ଡର ୩ଟି, ବିଜୟ ଶଙ୍କର ଓ ରଶିଦ୍ ଖାନ୍ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Ipl 2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe