/odisha-reporter/media/post_attachments/uploads/2015/10/16730-1.jpg)
ind-vs-SA-2nd-odi
ରାଜକୋଟ: ରାଜକୋଟରେ ଖେଳାଯାଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆୟୋଜିତ ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଟସ ଜିତି ବ୍ୟାଟଇଂ ନିଷ୍ପତ୍ତି ନେଇଛି । ଗାନ୍ଧି-ମାଣ୍ଡେଲା ଫ୍ରେଣ୍ଡସିପ ସିରିଜର ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାନପୁରରେ ଦକ୍ଷିଣ ଆଫ୍ରିକା ଓ ଇନ୍ଦୋରରେ ଭାରତ ବିଜୟୀ ହେବା ଫଳରେ ସିରିଜ ଏବେ ୧-୧ରେ ବରାବର ରହିଛି। ଏହି ମ୍ୟାଚକୁ ଜିତି ଉଭୟ ଦଳ ଜିତି ସିରିଜ ଅଗ୍ରଣୀ ହେବାକୁ ଉଦ୍ୟମ କରିବେ । ସେପଟେ ଦ୍ୱିତୀୟ ଦିନିକିଆ ଜିତି ଟିମ ଇଣ୍ଡିଆ ଖେଳାଳୀଙ୍କ ମନୋବଳ ଊର୍ଦ୍ଧ୍ୱରେ ରହିଛି । ଏହି ମ୍ୟାଚ ଲାଗି ଭାରତ ପ୍ଲେଇଂ ଇଲେଭେନରେ ଗୋଟିଏ ପରିବର୍ତ୍ତନ କରିଛି । ଉମେଶ ଯାଦବଙ୍କ ସ୍ଥାନରେ ଅମିତ ମିଶ୍ରାଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଗୁଜରାଟରେ ଦେଖାଦେଇଥିବା ପଟିଦାର ଆନ୍ଦୋଳନର ପ୍ରଭାବ ଏହି ମ୍ୟାଚ୍ ଉପରେ ମଧ୍ୟ ପଡିବା ଆଶଙ୍କ। ଦେଖାଯାଇଛି। କାରଣ ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା ପଟିଦାର୍ ଅନାମତ ଆନ୍ଦୋଳନ ସମିତିର ଆବାହକ ହାର୍ଦ୍ଦିକ ପଟେଲ ଏହି ମ୍ୟାଚ କରାଇ ନଦେବାକୁ ଧମକ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜକୋଟରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବାକୁ ବନ୍ଦ କରି ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
