Advertisment

ରଣଜୀ ଟ୍ରଫି: ଆସନ୍ତାକାଲିଠାରୁ ଓଡ଼ିଶା ଓ ମହାରାଷ୍ଟ୍ର ମୁକାବିଲା

କଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଟିମ ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ରଣଜୀ ମୁକାବିଲା ହେବ। ଏ ନେଇ ବୁଧବାର ଉଭୟଦଳ ପକ୍ଷରୁ ଜୋରଦାର ଅଭ୍ୟାସ କରାଯାଇଛି। ଚଳିତ ରଣଜୀ ସିଜିନର ପ୍ରଥମ ମ୍ୟାଚରେ ଘରୋଇ ଓଡିଶା ଦଳ ବିଦର୍ଭ ବିପକ୍ଷରେ ମ୍ୟାଚକୁ ଡ୍ର ରଖି ୧ ପଏଣ୍ଟ ପାଇଥିଲା ବେଳେ ମହାରାଷ୍ଟ୍ର ହରିୟାନ ବିପକ୍ଷରେ ପ୍ରଥମ ଇଂନିସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଛି। ତେବେ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ମ୍ୟାଚ ଜିତିବାକୁ […]

ରଣଜୀ ଟ୍ରଫି: ଆସନ୍ତାକାଲିଠାରୁ ଓଡ଼ିଶା ଓ ମହାରାଷ୍ଟ୍ର ମୁକାବିଲା

odisha-mahararastra-practice match in barabati stadiyam

Advertisment

odisha-mahararastra-practice match in barabati stadiyamକଟକ: ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଟିମ ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ରଣଜୀ ମୁକାବିଲା ହେବ। ଏ ନେଇ ବୁଧବାର ଉଭୟଦଳ ପକ୍ଷରୁ ଜୋରଦାର ଅଭ୍ୟାସ କରାଯାଇଛି। ଚଳିତ ରଣଜୀ ସିଜିନର ପ୍ରଥମ ମ୍ୟାଚରେ ଘରୋଇ ଓଡିଶା ଦଳ ବିଦର୍ଭ ବିପକ୍ଷରେ ମ୍ୟାଚକୁ ଡ୍ର ରଖି ୧ ପଏଣ୍ଟ ପାଇଥିଲା ବେଳେ ମହାରାଷ୍ଟ୍ର ହରିୟାନ ବିପକ୍ଷରେ ପ୍ରଥମ ଇଂନିସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଛି। ତେବେ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ମ୍ୟାଚ ଜିତିବାକୁ ଉଭୟ ଦଳ ଆଶା ରଖିଛନ୍ତି। ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ହେଉଥିବାରୁ ପିଚ ସହ ବେଶ ଖାପଖୁଆଇ ଭଲ ପ୍ରଦର୍ଶନ କରିବୁ ବୋଲି ଟିମ ଓଡିଶାର କୋଚ ଦେବାଶିଷ ମହାନ୍ତି କହିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ର ଦଳ ଅନ୍ତର୍ଜାତୀୟ କ୍ରିକେଟର କେଦାର ଯାଦବଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା ରଖିଛି। ତେବେ ମ୍ୟାଚରେ ବର୍ଷା ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe