/odisha-reporter/media/post_attachments/uploads/2016/01/birsa-munda.jpg)
birsa-munda
ନୂଆଦିଲ୍ଲୀ: ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ)। ଭୁବନେଶ୍ୱରଠାରେ ଏହାର ଉଦଘାଟନୀ ମ୍ୟାଚ୍ ଭୁବନେଶ୍ୱରଠାରେ ଖେଳା ଯିବାକୁ ଥିବା ବେଳେ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ରାଞ୍ଚିର ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯିବ। ଫେବୃଆରୀ ୨୦ ତାରିଖରେ ସେମିଫାଇନାଲ୍ ମ୍ୟାଚଗୁଡ଼ିକ ଖେଳା ଯିବାକୁ ଥିବା ବେଳେ ୨୧ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳା ଯିବ।
Advertisment
ଉଦଘାଟନୀ ମ୍ୟାଚ୍ କଳିଙ୍ଗ ଲାନର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ ମଧ୍ୟରେ ଖେଳା ଯିବ। ଡିଫେଣ୍ଡିଂ ଚାମ୍ପିଅନ୍ ରାଞ୍ଚି ରେଜ୍ ଗତବର୍ଷର ରନର୍ସ ଅପ୍ ପଂଜାବ ୱାରିୟର ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ ଜାନୁଆରୀ ୧୯ରେ ଚଣ୍ଡିଗଡ଼ରେ ଖେଳା ଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
