କୋଲକତା: ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ତୋପ ସଲାମୀ ସହ ବିସିସିଆଇ ଅଧ୍ୟକ୍ଷ ଜଗମୋହନ ଡାଲମିଆଁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ବି.ଏମ. ବିର୍ଲା ହାର୍ଟ ରିସର୍ଚ୍ଚ ସେଣ୍ଟରରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ସୋମବାର ଇଣ୍ଡେନ୍ ଗାର୍ଡେନରେ ଶେଷ ଦର୍ଶନ ପାଇଁ ମରଶରୀରକୁ ରଖାଯାଇଥିଲା। ଏହାକୁ ଦର୍ଶନ କରିବାକୁ ହଜାର ହଜାର ଲୋକଙ୍କ ସମେତ ବିସିସିଆଇର ସମ୍ପାଦକ ଅନୁରାଗ ଠାକୁର, ଆଇସିସି ଅଧ୍ୟକ୍ଷ ଶ୍ରୀନିବାସନ୍, ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା, ପୂର୍ବତନ ସଭାପତି ସରଦ ପାୱାର, ଶଶାଙ୍କ ମନୋହରଙ୍କ ସମେତ ଟିମ ଇଣ୍ଡିଆର ପ୍ରମୁଖ କ୍ରିକେଟରମାନେ ଉପସ୍ଥିତ ଥିଲେ। ଏହାସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ମନ୍ତ୍ରୀ ତାଙ୍କ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ। ଶେଷକୃତ୍ୟ ପାଇଁ ତାଙ୍କ ମରଶରୀରକୁ କିଓରାଟାଲା ସ୍ମଶାନକୁ ନିଆଯାଇଥିଲା। ଏହି ସମୟରେ ‘ଡାଲମିଆଁ ଅମର ରହେ’ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସାରା ସହର। ତାଙ୍କ ପୁଅ ଅଭିଶେଖ ମୁଖାଗ୍ନୀ ଦେଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ଚନ୍ଦ୍ରଲେଖା ଏବଂ ଝିଅ ବୈଶାଳୀ ମଧ୍ୟ ଉପସ୍ଥିତ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।