Advertisment

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଡାଲମିଆଁଙ୍କ ଶେଷକୃତ୍ୟ ସମ୍ପନ୍ନ

କୋଲକତା: ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ତୋପ ସଲାମୀ ସହ ବିସିସିଆଇ ଅଧ୍ୟକ୍ଷ ଜଗମୋହନ ଡାଲମିଆଁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ଗତକାଲି ବି.ଏମ. ବିର୍ଲା ହାର୍ଟ ରିସର୍ଚ୍ଚ ସେଣ୍ଟରରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ସୋମବାର ଇଣ୍ଡେନ୍ ଗାର୍ଡେନରେ ଶେଷ ଦର୍ଶନ ପାଇଁ ମରଶରୀରକୁ ରଖାଯାଇଥିଲା। ଏହାକୁ ଦର୍ଶନ କରିବାକୁ ହଜାର ହଜାର ଲୋକଙ୍କ ସମେତ ବିସିସିଆଇର ସମ୍ପାଦକ ଅନୁରାଗ ଠାକୁର, ଆଇସିସି ଅଧ୍ୟକ୍ଷ ଶ୍ରୀନିବାସନ୍, ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା, ପୂର୍ବତନ ସଭାପତି ସରଦ […]

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଡାଲମିଆଁଙ୍କ ଶେଷକୃତ୍ୟ ସମ୍ପନ୍ନ

dalmia

Advertisment

dalmiya-210915-ra5କୋଲକତା: ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ତୋପ ସଲାମୀ ସହ ବିସିସିଆଇ ଅଧ୍ୟକ୍ଷ ଜଗମୋହନ ଡାଲମିଆଁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ଗତକାଲି ବି.ଏମ. ବିର୍ଲା ହାର୍ଟ ରିସର୍ଚ୍ଚ ସେଣ୍ଟରରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ସୋମବାର ଇଣ୍ଡେନ୍ ଗାର୍ଡେନରେ ଶେଷ ଦର୍ଶନ ପାଇଁ ମରଶରୀରକୁ ରଖାଯାଇଥିଲା। ଏହାକୁ ଦର୍ଶନ କରିବାକୁ ହଜାର ହଜାର ଲୋକଙ୍କ ସମେତ ବିସିସିଆଇର ସମ୍ପାଦକ ଅନୁରାଗ ଠାକୁର, ଆଇସିସି ଅଧ୍ୟକ୍ଷ ଶ୍ରୀନିବାସନ୍, ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା, ପୂର୍ବତନ ସଭାପତି ସରଦ ପାୱାର, ଶଶାଙ୍କ ମନୋହରଙ୍କ ସମେତ ଟିମ ଇଣ୍ଡିଆର ପ୍ରମୁଖ କ୍ରିକେଟରମାନେ ଉପସ୍ଥିତ ଥିଲେ। ଏହାସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ମନ୍ତ୍ରୀ ତାଙ୍କ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ। ଶେଷକୃତ୍ୟ ପାଇଁ ତାଙ୍କ ମରଶରୀରକୁ କିଓରାଟାଲା ସ୍ମଶାନକୁ ନିଆଯାଇଥିଲା। ଏହି ସମୟରେ ‘ଡାଲମିଆଁ ଅମର ରହେ’ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସାରା ସହର।  ତାଙ୍କ ପୁଅ ଅଭିଶେଖ ମୁଖାଗ୍ନୀ ଦେଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ଚନ୍ଦ୍ରଲେଖା ଏବଂ ଝିଅ ବୈଶାଳୀ ମଧ୍ୟ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe