Advertisment

ରେସଲିଂରେ ରୌପ୍ୟ ଆଣିଲେ ରବି କୁମାର

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ଆଉ ଏକ ପଦକ ଜିତିଛି। ରବି କୁମାର ଦହିୟା ପୁରୁଷଙ୍କ ୫୭ କେଜି ଫ୍ରିଷ୍ଟାଇଲ୍ ରେସଲିଂ ଫାଇନାଲରେ ହାରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି। ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ୪-୭ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ପୁଣିଥରେ ଧୂଳିସାତ୍ ହୋଇ ଯାଇଛି। ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ହେଁ ରବି […]

ଅଦ୍ୟତନ ହୋଇଛି
ରେସଲିଂରେ ରୌପ୍ୟ ଆଣିଲେ ରବି କୁମାର

ravi-kumar

Advertisment

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତ ଆଜି ଆଉ ଏକ ପଦକ ଜିତିଛି। ରବି କୁମାର ଦହିୟା ପୁରୁଷଙ୍କ ୫୭ କେଜି ଫ୍ରିଷ୍ଟାଇଲ୍ ରେସଲିଂ ଫାଇନାଲରେ ହାରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି। ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ୪-୭ ପଏଣ୍ଟରେ ପରାସ୍ତ ହୋଇଛନ୍ତି। ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ପୁଣିଥରେ ଧୂଳିସାତ୍ ହୋଇ ଯାଇଛି।

Advertisment

ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ହେଁ ରବି କୁମାର ରୌପ୍ୟ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ରେସଲିଂରେ ଭାରତର ଏହା ପ୍ରଥମ ପଦକ। ଏହାସହ ୨୦୧୨ ପରେ ରବି କୁମାର ଭାରତକୁ ପୁରୁଷ ରେସଲିଂ ବର୍ଗରେ ପଦକ ଦେଇଛନ୍ତି। ୨୦୧୨ ଲଣ୍ଡନ ଗେମ୍ସରେ ଭାରତର ସୁଶୀଲ କୁମାର ଓ ଯୋଗେଶ୍ୱର ଦତ୍ତ ପଦକ ଜିତିଥିଲେ। ସେହିପରି ଗତ ସଂସ୍କରଣରେ ସାକ୍ଷୀ ମଲିକ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ।

ଚଳିତ ଅଲିମ୍ପିକ୍ସରେ ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରିଥିଲେ। ରାଉଣ୍ଡ-୧୬ରେ ରବି କୁମାର କଲମ୍ବିଆର ଓସ୍କାର ଏଡୁଆର୍ଡ ଟାଇଗ୍ରେରସଙ୍କୁ ୧୩-୨ ପଏଣ୍ଟରେ ହରାଇ କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ତିମ-୮ରେ ରବି କୁମାର ବୁଲଗେରିଆର ଜର୍ଜି ଭାଙ୍ଗେଲୋଭଙ୍କୁ ୧୪-୪ରେ ହରାଇଥିବା ବେଳେ ସେମିଫାଇନାଲରେ କଜାଖସ୍ତାନର ନୁରିସ୍ଲାମ୍ ସାନାୟେଭଙ୍କୁ ଭିକ୍ଟରୀ ବାଏ ଫଲରେ ୭-୯ରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ।

Advertisment
Tokyo Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe