Advertisment

ଏସିଆ କପ୍‌ ବେଳେ କାହିଁକି ବିଶ୍ରାମ ନେଇଥିଲେ ବିରାଟ୍‌, ମୁହଁ ଖୋଲିଲେ ଶାସ୍ତ୍ରୀ

(ଓଡ଼ିଶା ରିପୋର୍ଟର)- ଗତ ଏସିଆ କପ୍‌ରୁ ଟିମ୍‌ ଇଣ୍ଡିଆର ନିୟମିତ ଅଧ‍ନାୟକ ବିରାଟ୍‌ କୋହଲିଙ୍କୁ ବିଶ୍ରାମ ଦେବା ବାବଦରେ ବିଭିନ୍ନ ଚର୍ଚ୍ଚା ଲାଗି ରହିବାପରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ସେ କହିଛନ୍ତି, “ବିରାଟଙ୍କୁ ବିଶ୍ରାମର ଆବଶ୍ୟକତା ଥିଲା। ଶାରିରୀକଭାବେ ବିରାଟ୍ ଗୋଟିଏ ଷଣ୍ଢ ପରି। ତାଙ୍କୁ ପଡ଼ିଆ ବାହାରେ ରଖିବା ଅସମ୍ଭବ। କିନ୍ତୁ ଏହା ମଧ୍ୟ ବିଚାର କରିବାକୁ ହେବ ଯେ, ସେ ଖେଳିବା ସମୟରେ ତାଙ୍କର ତୀବ୍ରତାର ସ୍ତର ମଧ୍ୟ […]

ଏସିଆ କପ୍‌ ବେଳେ କାହିଁକି ବିଶ୍ରାମ ନେଇଥିଲେ ବିରାଟ୍‌, ମୁହଁ ଖୋଲିଲେ ଶାସ୍ତ୍ରୀ

virat-shastri

Advertisment

(ଓଡ଼ିଶା ରିପୋର୍ଟର)- ଗତ ଏସିଆ କପ୍‌ରୁ ଟିମ୍‌ ଇଣ୍ଡିଆର ନିୟମିତ ଅଧ‍ନାୟକ ବିରାଟ୍‌ କୋହଲିଙ୍କୁ ବିଶ୍ରାମ ଦେବା ବାବଦରେ ବିଭିନ୍ନ ଚର୍ଚ୍ଚା ଲାଗି ରହିବାପରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ। ସେ କହିଛନ୍ତି, "ବିରାଟଙ୍କୁ ବିଶ୍ରାମର ଆବଶ୍ୟକତା ଥିଲା। ଶାରିରୀକଭାବେ ବିରାଟ୍ ଗୋଟିଏ ଷଣ୍ଢ ପରି। ତାଙ୍କୁ ପଡ଼ିଆ ବାହାରେ ରଖିବା ଅସମ୍ଭବ। କିନ୍ତୁ ଏହା ମଧ୍ୟ ବିଚାର କରିବାକୁ ହେବ ଯେ, ସେ ଖେଳିବା ସମୟରେ ତାଙ୍କର ତୀବ୍ରତାର ସ୍ତର ମଧ୍ୟ କିଛି କମ୍‌ ନଥାଏ। ତେଣୁ ଏହା ମାନସିକ ସ୍ତରରେ ତାଙ୍କ ଉପରେ ଚାପ ସୃଷ୍ଟି କରିବା ସ୍ୱାଭାବିକ।"

Advertisment

ଶାସ୍ତ୍ରୀ କହିଛନ୍ତି, "ତାଙ୍କୁ ବିଶ୍ରାମ ଦେବା ଅର୍ଥ କ୍ରିକେଟ୍‌ରୁ ସାମାନ୍ୟ ବିରତି ଦେବା ଏବଂ ପୁଣି ଥରେ ପଡ଼ିଆକୁ ସତେଜ୍‌ ହୋଇ ଫେରିବାକୁ ସୁଯୋଗ ଦେବା।"

ଅନ୍ୟ ମାନଙ୍କ ପାଇଁ ମଧ୍ୟ ଭବିଷ୍ୟତରେ ସେହି ନିୟମ ଲାଗୁ କରାଯିବ ବୋଲି ସେ ଏହି ଅବସରରେ ସୂଚନା ଦେବା ସହ କହିଛନ୍ତି, ଯଶପ୍ରୀତ୍‌ ବୁମ୍‌ରା ଏବଂ ଭୁବନେଶ୍ୱର କୁମାରଙ୍କ ମଧ୍ୟ ବିଶ୍ରାମ ଦରକାର ହେଉଛି, ଯାହାଫଳରେ ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ପାଇଁ ସେମାନେ ଫିଟ୍‌ ରହିବା ନିଶ୍ଚିତ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe