Advertisment

ଜାତୀୟ ଶକ୍ତି ଉତ୍ତୋଳନରେ ତେଜାବ୍ ଓ ଏଏସ୍ଆଇ ବାବୁଲାଙ୍କୁ ୨ ଲେଖାଏଁ ମେଡାଲ

ରାୟଗଡା(ମାଉଡ଼ି ବାରିକ): କେରଳର ଆଲଫୁଲା ମୁନିସିପାଲଟି ଟାଉନହଲ ଠାରେ ଅନୁଷ୍ଠିତ ବରିଷ୍ଠ ଜାତୀୟ ଶକ୍ତି ଉତ୍ତୋଳନ ଚାମ୍ପିୟନସିପରେ ରାୟଗଡାର ତେଜାବ କୁମାର ସୁନା ଓ ପୁଲିସରେ କାର୍ଯ୍ୟରତ ଏଏସ୍ଆଇ ବାବୁଲା ସାମଲଙ୍କୁ ୨ଟି ଲେଖାଏଁ ମେଡାଲ ମିଳିଛି। ତେଜାବଙ୍କୁ ୫୯ ବର୍ଗରେ ୫୦୦ କେଜି ଭାର ଉତ୍ତୋଳନ କରି ରୌପ୍ୟ ମେଡାଲ ଓ ଡେଡଲିଫ୍ଟରେ ବ୍ରୋଂଜ ପଦକ ମିଳିଛି। ସେହିପରି ଓଡ଼ିଶା ପୁଲିସରେ କାର୍ଯ୍ୟରତ ଏଏସ୍ଆଇ ବାବୁଲା ସାମଲ ମଧ୍ୟ ମାଷ୍ଟର-୨ର ୯୩ ବର୍ଗରେ ୪୭୦ କେଜି […]

ଜାତୀୟ ଶକ୍ତି ଉତ୍ତୋଳନରେ ତେଜାବ୍ ଓ ଏଏସ୍ଆଇ ବାବୁଲାଙ୍କୁ ୨ ଲେଖାଏଁ ମେଡାଲ

Bronze-Medal

Advertisment

ରାୟଗଡା(ମାଉଡ଼ି ବାରିକ): କେରଳର ଆଲଫୁଲା ମୁନିସିପାଲଟି ଟାଉନହଲ ଠାରେ ଅନୁଷ୍ଠିତ ବରିଷ୍ଠ ଜାତୀୟ ଶକ୍ତି ଉତ୍ତୋଳନ ଚାମ୍ପିୟନସିପରେ ରାୟଗଡାର ତେଜାବ କୁମାର ସୁନା ଓ ପୁଲିସରେ କାର୍ଯ୍ୟରତ ଏଏସ୍ଆଇ ବାବୁଲା ସାମଲଙ୍କୁ ୨ଟି ଲେଖାଏଁ ମେଡାଲ ମିଳିଛି। ତେଜାବଙ୍କୁ ୫୯ ବର୍ଗରେ ୫୦୦ କେଜି ଭାର ଉତ୍ତୋଳନ କରି ରୌପ୍ୟ ମେଡାଲ ଓ ଡେଡଲିଫ୍ଟରେ ବ୍ରୋଂଜ ପଦକ ମିଳିଛି। ସେହିପରି ଓଡ଼ିଶା ପୁଲିସରେ କାର୍ଯ୍ୟରତ ଏଏସ୍ଆଇ ବାବୁଲା ସାମଲ ମଧ୍ୟ ମାଷ୍ଟର-୨ର ୯୩ ବର୍ଗରେ ୪୭୦ କେଜି ଭାର ଉତ୍ତୋଳନ କରି ସ୍କାର୍ଡରେ ରୌପ୍ୟ ଓ ଡେଡଲିଫ୍ଟରେ ବ୍ରୋଂଜ ପଦକ ହାସଲ କରିଛନ୍ତି।

Advertisment

ରବିବାର ସେମାନେ ମେଡାଲ ସହ ସ୍ଥାନୀୟ ରେଳ ଷ୍ଟେସନରେ ପହଞ୍ଚିବା ପରେ ଆମ୍ବାଗୁଡା ବାସିନ୍ଦା ଓ ରାୟଗଡା ଜଗତ ଜନନୀ ଜିମ୍ନାସିୟମ କ୍ଳବର ସଦସ୍ୟ ଉପସ୍ଥିତ ରହି ସ୍ୱାଗତ କରିଥିଲେ। ରାଜ୍ୟର ସୁନାମ ବଢ଼ାଇଥିବାରୁ ବାଜା, ନାଚ, ଗୀତ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ପ୍ରତିଯୋଗିତାରେ ସୁଯୋଗ ମିଳିଲେ ଭବିଷ୍ୟତରେ ଆହୁରି ଭଲ କରିବେ ବୋଲି କୃତି ଖେଳାଳିମାନେ କହିଛନ୍ତି। ତେଜାବଙ୍କ କୃତିତ୍ୱ ନିମନ୍ତେ ତାଙ୍କ ମା ଜୟନ୍ତି ସୁନା ବହୁତ ଖୁସି ପ୍ରକାଶ କରିଛନ୍ତି। ପ୍ରଶାସନର ସହଯୋଗ ମିଳିଲେ ତାଙ୍କ ପୁଅ ଆହୁରି ସଫଳତା ହାସଲ କରିବ ବୋଲି ଆଶା ରଖିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୃତି ଖେଳାଳିଙ୍କୁ କୌଣସି ପ୍ରକାର ସ୍ୱାଗତ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
I
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe