/odisha-reporter/media/post_attachments/uploads/2020/09/Chahal.jpg)
Chahal
ଦୁବାଇ: ଆଇପିଏଲ ତ୍ରୟୋଦଶ ସଂସ୍କରଣର ତୃତୀୟ ମ୍ୟାଚ୍ରୁ ବିଜୟ ଅଭିଯାନ ଆରମ୍ଭ କରିଛି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ସନରାଇଜର୍ସ ହାଇଦ୍ରାବାଦକୁ ୧୦ ରନ୍ରେ ହରାଇ ଆରସିବି ଏହି ସଫଳତା ପାଇଛି। ଜନି ବେୟାରଷ୍ଟୋଙ୍କ ୪୩ ବଲରୁ ୬୧ ରନ୍ ସତ୍ତ୍ୱେ ହାଇଦ୍ରାବାଦ ୧୯.୪ ଓଭରରେ ୧୫୩ ରନ୍ରେ ଅଲ ଆଉଟ୍ ହୋଇ ପରାଜୟ ବରଣ କରିଛି।
https://twitter.com/IPL/status/1308103873618354176?s=20
ଆରସିବି ଇନିଂସ୍ ଆରମ୍ଭରୁ ପାଡ଼ିକ୍କଲ ଏବଂ ଆରୋନ୍ ଫିଞ୍ଚ ପାୱାରପ୍ଲେର ଭରପୁର ଫାଇଦା ନେଇଥିଲେ। ଏହି ଯୋଡ଼ି ପ୍ରଥମ ୬ ଓଭରରେ ୫୩ ରନ୍ କରିପାରିଥିଲେ। ୧୦ ଓଭର ଯାଏ ଏହି ଯୋଡ଼ି କାଏମ ରହିଥିଲା ଏବଂ ଏକାଦଶ ତମ ଓଭରରେ ବିଜୟ ଶଙ୍କର ଏହି ଯୋଡ଼ି ଭାଙ୍ଗିଥିଲେ। ବିଜୟ ପାଡ଼ିକ୍କଲ (୫୬)ଙ୍କୁ ବୋଲ୍ଡ କରିଥିଲେ। ଏହା ପରେ ପରେ ହିଁ ଫିଞ୍ଚ ଅଭିଷେକ ଶର୍ମାଙ୍କ ଶିକାର ହୋଇଥିଲେ। ଏହାପରେ ଆସିଥିବା ବିରାଟ ୧୩ ବଲ୍ରୁ ୧୪ ରନ୍ କରି ଟି ନଟରାଜନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡି ଭିଲିଅର୍ସ ୩୦ ବଲ୍ରୁ ୫୧ ରନ୍ କରିପାରିଥିଲେ, ଯାହାକି ଆରସିବି ପାଇଁ ବଡ଼ ଯୋଗଦାନ ଥିଲା। ପରେ ଏସ୍ ଦୁବେ ଏବଂ ଫିଲିପ୍ ବ୍ୟାଟିଂ ପାଇଁ ଆସିଥିଲେ। ୨୦ ଓଭରରୁ ମୋଟ ୧୬୩ ରନ୍ ସ୍କୋର କରିପାରିଥିଲା ଆରସିବି।
https://twitter.com/IPL/status/1308112170777849857?s=20
୧୬୪ ରନ୍ର ଟାର୍ଗେଟ୍ ପାଇଁ ଖେଳୁଥିବା ହାଇଦ୍ରାବାଦ୍ ଆରମ୍ଭରୁ ୱାର୍ଣ୍ଣରଙ୍କୁ ହରାଇଥିଲା। ପରେ ବେୟାରଷ୍ଟୋ (୬୧) ଏବଂ ମନୀଷ ପାଣ୍ଡେ (୩୪) ଦଳର ମଙ୍ଗ ସମ୍ଭାଳି ନେଇଥିଲେ। ଏମାନଙ୍କ ପରେ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ବିଜୟ ସମ୍ଭାବନା କ୍ରମାଗତ ଭାବେ କମିବାରେ ଲାଗିଥିଲା। ଶେଷରେ ଦଳ ଆରସିବିର ବୋଲିଂ ବାହିନୀରୁ ଚହଲଙ୍କୁ ୩ଟି ୱିକେଟ୍ର ସଫଳତା ମିଳିଥିବାବେଳେ ଦୁବେ ଏବଂ ସଇନି ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ସେହିଭଳି ଷ୍ଟେନ୍ଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା। ତେବେ ଉମେଶ ଯାଦବ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହେଇଥିଲେ। ସେ ୪ ଓଭରରେ ୪୮ ରନ୍ ବ୍ୟୟ କରିଥିଲେ। କିନ୍ତୁ ଅନ୍ୟ ବୋଲରମାନଙ୍କ ସଫଳତା ଆରସିବିକୁ ବିଜୟ ଦେଇଛି। ୟୁଜବେନ୍ଦ୍ର ଚହଲ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
https://twitter.com/IPL/status/1308113097303891969?s=20
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
