Advertisment

ପ୍ୟାରିସ୍‌ ପାରାଅଲିମ୍ପିକ୍ସ: ରେକର୍ଡ କଲେ ସୁମିତ, ଜିତିଲେ ଲଗାତାର ଦୁଇଟି ସ୍ୱର୍ଣ୍ଣ

ପ୍ୟାରିସ୍ ପାରାଅଲିମ୍ପିକ୍ସ ଜାଭଲିନ ଥ୍ରୋରେ F64 ବର୍ଗରେ ଅଂଶଗ୍ରହଣ କରି ସୁମିତ ଏହି ସଫଳତା ପାଇଛନ୍ତି।

Sumit Antil

Sumit Antil

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ସୁମିତ ଅନ୍ତିତ। ଲଗାତର ଭାବେ ଜିତିଲେ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ। ଲଗାତାର ଭାବେ ଦୁଇ ଦୁଇଟି ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରେ ଅବନୀ ଲେଖରାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ରେକର୍ଡ କରିଛନ୍ତି ପାରା ଅଲିମ୍ପିଆନ୍ ସୁମିତ ଅନ୍ତିଲ।

Advertisment

ପ୍ୟାରିସ୍ ପାରାଅଲିମ୍ପିକ୍ସ ଜାଭଲିନ ଥ୍ରୋରେ F64 ବର୍ଗରେ ଅଂଶଗ୍ରହଣ କରି ସୁମିତ ଏହି ସଫଳତା ପାଇଛନ୍ତି। ନିଜର ପୂର୍ବ ରେକର୍ଡ ଭାଙ୍ଗି ସୁମିତ ପୁଣି ଥରେ ଗୋଲ୍ଡ ଜିତିଛନ୍ତି। ସୁମିତଙ୍କ ଏହି ସଫଳତା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସୋମିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କୁସ୍ତିରୁ ପ୍ରଥମେ କ୍ୟାରିଅର ଆରମ୍ଭ କରିଥିଲେ ହରିୟାଣା ସୋନିପଥର ସୁମିତ। ୨୦୧୫ରେ ସେ ଏକ ଦୁର୍ଘଟଣାରେ ନିଜର ବାମ ଗୋଡ଼ ହରାଇଥିଲେ। ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ତାଙ୍କର ବାମ ଗୋଡ଼ ହରାଇଥିଲେ। ଆଉ ଏତିକିରେ ସେ ହାର୍ ମାନିନଥିଲେ। କୁସ୍ତି ଛାଡ଼ି ଜାଭେଲିନକୁ ଆପଣାଇଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି।

Advertisment

୩ ବର୍ଷ ତଳେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଥିଲେ ସୁମିତ। ଟୋକିଓରେ ୬୮.୫୫ ମିଟର ଫିଙ୍ଗି ଜିତିଥିଲେ ସ୍ୱର୍ଣ୍ଣ ପଦକ। ଆଉ ଏବେ ସେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି। ଜାଭେଲିନ ଥ୍ରୋରେ ୭୩.୨୯ ମିଟରର ବିଶ୍ୱ ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି।

Paris Paralympics 2024 Sumit Antil India Gold Medal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe