Advertisment

କୋଲକାତାରେ ଅଟକିଲା ଦକ୍ଷିଣ ଆଫ୍ରିକା ଟିମ୍‌

କୋଲକାତା: କରୋନା ଭାଇରସ୍ କାରଣରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବାତିଲ୍ ହେବା ପରେ ସ୍ୱଦେଶ ଅଭିମୁଖେ ବାହାରିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସୋମବାର କୋଲକାତାରେ ଏକ ହୋଟେଲ୍ ରୁମରେ ଅଟକିଛି। ଦକ୍ଷିଣ ଆଫ୍ରିକା ଟିମ୍ ଲକ୍ଷ୍ନୌରୁ ସିଧା କୋଲକାତା ଆସି ପହଞ୍ଚିଛନ୍ତି ଏବଂ ମଙ୍ଗଳବାର ସକାଳେ ସେମାନେ ଦୁବାଇ ଅଭିମୁଖେ ଯାତ୍ରା କରିବେ। ଏହା ପରେ ଦୁବାଇରୁ ଟିମ୍ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଅଭିମୁଖେ ଯାତ୍ରା କରିବ। କୋଲକାତାରେ ଏପର୍ଯ୍ୟନ୍ତ କରୋନା ଭାଇରସର ଗୋଟିଏ […]

କୋଲକାତାରେ ଅଟକିଲା ଦକ୍ଷିଣ ଆଫ୍ରିକା ଟିମ୍‌

sa1

Advertisment

କୋଲକାତା: କରୋନା ଭାଇରସ୍ କାରଣରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ବାତିଲ୍ ହେବା ପରେ ସ୍ୱଦେଶ ଅଭିମୁଖେ ବାହାରିଥିବା ଦକ୍ଷିଣ ଆଫ୍ରିକା ଟିମ୍ ସୋମବାର କୋଲକାତାରେ ଏକ ହୋଟେଲ୍ ରୁମରେ ଅଟକିଛି। ଦକ୍ଷିଣ ଆଫ୍ରିକା ଟିମ୍ ଲକ୍ଷ୍ନୌରୁ ସିଧା କୋଲକାତା ଆସି ପହଞ୍ଚିଛନ୍ତି ଏବଂ ମଙ୍ଗଳବାର ସକାଳେ ସେମାନେ ଦୁବାଇ ଅଭିମୁଖେ ଯାତ୍ରା କରିବେ। ଏହା ପରେ ଦୁବାଇରୁ ଟିମ୍ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଅଭିମୁଖେ ଯାତ୍ରା କରିବ।

Advertisment

କୋଲକାତାରେ ଏପର୍ଯ୍ୟନ୍ତ କରୋନା ଭାଇରସର ଗୋଟିଏ ବି ମାମଲା ସାମ୍ନାକୁ ଆସି ନାହିଁ। ଏହି କାରଣରୁ କୋଲକାତାକୁ ସବୁଠାରୁ ସୁରକ୍ଷିତ ସହର ବୋଲି କୁହାଯାଉଛି। ଏ ନେଇ ମେଡିକାଲ୍ କମିଟି ଚେୟାରମ୍ୟାନ୍ ପ୍ରଦୀପ ଡେ' କହିଛନ୍ତି, ଦକ୍ଷିଣ ଆଫ୍ରିକା ଖେଳାଳିମାନେ କିପରି ସୁରକ୍ଷିତ ଭାବେ ନିଜ ଘରକୁ ଫେରିବେ, ତା'ର ସମ୍ପୂର୍ଣ୍ଣ ବନ୍ଦୋବସ୍ଥ କରାଯାଇଛି। ଆମର ତିନିଜଣିଆ ମେଡିକାଲ୍ ଟିମ୍ ସଦସ୍ୟ ସବୁ ବ୍ୟବସ୍ଥା ଉପରେ ଟିକନିକ୍ ଭାବେ ନଜର ରଖିଛନ୍ତି। ଏହାସହ ଆମେ ସମସ୍ତ ପ୍ରକାରର ପ୍ରତିକ୍ଷେଧାତ୍ମକ ଅବଲମ୍ବନ କରିଛୁ।

ବିମାନ ବନ୍ଦରରେ ଦକ୍ଷିଣ ଆଫ୍ରିକା ଟିମକୁ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)ର ଅଧ୍ୟକ୍ଷ ଅଭିଷେକ ଡାଲମିଆ, ସମ୍ପାଦକ ସ୍ନେହାଶିଷ ଗାଙ୍ଗୁଲି ଓ ଯୁଗ୍ମସମ୍ପାଦକ ଦେବବ୍ରତ ଦାସ ସ୍ୱାଗତ କରିଥିଲେ। ସିଏବିର ଅଧ୍ୟକ୍ଷ ଅଭିଷେକ କହିଛନ୍ତି, "ଆମ ପାଇଁ ଦକ୍ଷିଣ ଆଫ୍ରିକା ଖେଳାଳିମାନଙ୍କର ସୁରକ୍ଷା ମୁଖ୍ୟ ପ୍ରାଥମିକତା ଏବଂ ଏଥିପାଇଁ ସେମାନେ ରହିବାକୁ ଥିବା ହୋଟେଲ୍ ରୁମକୁ ଭଲଭାବେ ସଫା କରିଦିଆଯାଇଛି। ଏହାସହ ଆମର ମେଡିକାଲ୍ ଏବଂ ଜନସମ୍ପର୍କ ଟିମ୍ ସେଠାକାର ଦୁଇଟି ରୁମରେ ଉପସ୍ଥିତ ଅଛନ୍ତି। ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ମାସ୍କ ଏବଂ ସାନିଟାଇଜର ମହଜୁତ୍ ଅଛି। ଆମେ ଖେଳାଳିଙ୍କ ସହ କଥା ହୋଇଛୁ ଏବଂ ସମସ୍ତେ ଠିକ୍ ମଧ୍ୟ ଅଛନ୍ତି।"

Advertisment

ସୂଚନାଯୋଗ୍ୟ, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ୍ ହୋଇଥିଲା। ଏହା ପରେ କରୋନା ଭାଇରସକୁ ଦୃଷ୍ଟିରେ ରଖି ବିସିସିଆଇ ପରବର୍ତ୍ତୀ ଦୁଇଟି ଦିନିକିଆକୁ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଥିଲା। ଏପରିକି ଆଇପିଏଲର ୧୩ଶ ସଂସ୍କରଣକୁ ମଧ୍ୟ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe