ନୂଆଦିଲ୍ଲୀ: ଟାସ୍ମାନିଆ ଷ୍ଟେଟ୍ର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି ପାଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ।
ଏହି ନିଯୁକ୍ତି ପରେ ସେ ସେପ୍ଟେମ୍ବର ୨ ତାରିଖରୁ ଭାରତ, ଶ୍ରୀଲଙ୍କା, ଇଣ୍ଡୋନେସିଆ ଓ ସିଙ୍ଗାପୁର ଗସ୍ତରେ ଆସିଛନ୍ତି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ତାଙ୍କ ସହ ରାଜ୍ୟର ଶିକ୍ଷା, ଶକ୍ତି, ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରର ପ୍ରତିନିଧିମାନେ ମଧ୍ୟ ଯାତ୍ରା କରୁଛନ୍ତି।
ଟାସ୍ମାନିଆର ପ୍ରିମିଅର ୱିଲ୍ ହଗ୍ମାନ୍ କହିଛନ୍ତି,“ପଣ୍ଟିଂଙ୍କ ଭାରତ ଗସ୍ତ ସମୟରେ ଏକ ଉଚ୍ଚସ୍ଥରୀୟ ବୈଠକରେ ଯୋଗଦେବେ। ବୈଠକରେ ଶିକ୍ଷାର ପ୍ରସାର ସହ ବହୁ କ୍ଷେତ୍ରରେ ଆଲୋଚନା ହେବ।”