Advertisment

ଶନ୍‌ ମାଇକେଲ୍‌ଙ୍କ କିପ୍-ଅପ୍‌ ନକଲ କଲେ ରିଷଭ ପନ୍ତ, ଦେଖନ୍ତୁ ଭିଡିଓ

ସିଡ୍‌ନୀ:ଟିମ୍‌ ଇଣ୍ଡିଆର ୱିକେଟ୍‌କିପର ରିଷଭ ପନ୍ତଙ୍କ ଅଷ୍ଟ୍ରେଲିଆ ଗସ୍ତ ବେଶ ଘଟଣାବହୁଳ ରହିଛି। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ଙ୍କ ସହ ଯୁକ୍ତିତର୍କ କରି ପୂର୍ବରୁ ଚର୍ଚ୍ଚାରେ ଥିବା ପନ୍ତ ଆଜି ୪ର୍ଥ ଟେଷ୍ଟ୍‌ରେ ରେକର୍ଡ ଶତକ କରି ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ପଡ଼ିଆ ମଝିରେ ପନ୍ତଙ୍କ ଏକ ଅଜବ ପ୍ରଦର୍ଶନ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ପନ୍ତ ଡବ୍ଲ୍ୟୁଡବ୍ଲ୍ୟୁ ସୁପରଷ୍ଟାର ଶନ୍‌ ମାଇକେଲ୍‌ଙ୍କ ପ୍ରସିଦ୍ଧ ‘କିପ୍-ଅପ୍‌’ (kip-up)ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଛି। […]

author-image
Hemant Lenka
ଅଦ୍ୟତନ ହୋଇଛି
ଶନ୍‌ ମାଇକେଲ୍‌ଙ୍କ କିପ୍-ଅପ୍‌ ନକଲ କଲେ ରିଷଭ ପନ୍ତ, ଦେଖନ୍ତୁ ଭିଡିଓ

yy

ସିଡ୍‌ନୀ:ଟିମ୍‌ ଇଣ୍ଡିଆର ୱିକେଟ୍‌କିପର ରିଷଭ ପନ୍ତଙ୍କ ଅଷ୍ଟ୍ରେଲିଆ ଗସ୍ତ ବେଶ ଘଟଣାବହୁଳ ରହିଛି। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ଙ୍କ ସହ ଯୁକ୍ତିତର୍କ କରି ପୂର୍ବରୁ ଚର୍ଚ୍ଚାରେ ଥିବା ପନ୍ତ ଆଜି ୪ର୍ଥ ଟେଷ୍ଟ୍‌ରେ ରେକର୍ଡ ଶତକ କରି ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତେବେ ପଡ଼ିଆ ମଝିରେ ପନ୍ତଙ୍କ ଏକ ଅଜବ ପ୍ରଦର୍ଶନ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି। ଏହି ଭିଡିଓରେ ପନ୍ତ ଡବ୍ଲ୍ୟୁଡବ୍ଲ୍ୟୁ ସୁପରଷ୍ଟାର ଶନ୍‌ ମାଇକେଲ୍‌ଙ୍କ ପ୍ରସିଦ୍ଧ 'କିପ୍-ଅପ୍‌' (kip-up)ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଛି।

Advertisment

ପନ୍ତ ଆଜି ୧୫୯ ରନ୍‌ର ଅପରାଜିତ ଇନିଂସ୍‌ ଖେଳି ସାମାନ୍ୟ ଥକି ଯାଇଥିଲେ। ଏହି ସମୟରେ ଡ୍ରିଙ୍କ୍ସ ବ୍ରେକ୍‌ ସମୟରେ ତଳେ ଶୋଇ ପନ୍ତ ଥକ୍କା ମେଣ୍ଟାଉଥିବା ବେଳେ ହଠାତ୍‌ କିପ୍-ଅପ୍‌ ଷ୍ଟାଇଲ୍‌ରେ ଉଠିଥିଲେ। ଅର୍ଥାତ ହାତ ବ୍ୟବହାର ନକରି କେବଳ ଗୋଡ଼ ସାହାଯ୍ୟରେ ସ୍ପ୍ରିଙ୍ଗ ଆକ୍ସନରେ ଉଠି ଛିଡ଼ା ହୋଇଥିଲେ।

ଦେଖନ୍ତୁ ଭିଡିଓ
https://twitter.com/twitter/statuses/1081027150004682752