Advertisment

ଘର ଲୋକଙ୍କ ପାଇଁ ଚିନ୍ତାରେ ଋଷଭ ପନ୍ତ!

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏବେ ଖୁବ୍ ଚର୍ଚ୍ଚାରେ। ମଇଦାନରେ ଭିତରେ ହେଉ କି ବାହାରେ ଚାରିଆଡ଼େ ଏବେ ପନ୍ତଙ୍କ ପ୍ରଶଂସା। କିନ୍ତୁ ବ୍ରିସବେନ୍ ଟେଷ୍ଟରେ ଭାରତ ବିଜୟର ହିରୋ ସାଜିଥିବା ପନ୍ତ ଏବେ ନିଜ ପରିବାର ଲୋକଙ୍କ ପାଇଁ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି। ପନ୍ତଙ୍କ ପରିବାର ଲୋକେ ଚାହୁଁଛନ୍ତି ଯେ ପନ୍ତ ଗୋଟିଏ ନୂଆ ଘର କିଣନ୍ତୁ। ଯାହାକୁ ନେଇ ପନ୍ତ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି। ୨୩ ବର୍ଷୀୟ ପନ୍ତଙ୍କ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଘର ଲୋକଙ୍କ ପାଇଁ ଚିନ୍ତାରେ ଋଷଭ ପନ୍ତ!

pant

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏବେ ଖୁବ୍ ଚର୍ଚ୍ଚାରେ। ମଇଦାନରେ ଭିତରେ ହେଉ କି ବାହାରେ ଚାରିଆଡ଼େ ଏବେ ପନ୍ତଙ୍କ ପ୍ରଶଂସା। କିନ୍ତୁ ବ୍ରିସବେନ୍ ଟେଷ୍ଟରେ ଭାରତ ବିଜୟର ହିରୋ ସାଜିଥିବା ପନ୍ତ ଏବେ ନିଜ ପରିବାର ଲୋକଙ୍କ ପାଇଁ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି। ପନ୍ତଙ୍କ ପରିବାର ଲୋକେ ଚାହୁଁଛନ୍ତି ଯେ ପନ୍ତ ଗୋଟିଏ ନୂଆ ଘର କିଣନ୍ତୁ। ଯାହାକୁ ନେଇ ପନ୍ତ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି।

Advertisment

୨୩ ବର୍ଷୀୟ ପନ୍ତଙ୍କ ଘର ଉତ୍ତରାଖଣ୍ଡରେ। କିନ୍ତୁ ସେ ଏବେ ଦିଲ୍ଲୀ କିମ୍ବା ଏହାର ଆଖପାଖରେ ଘର ଖୋଜୁଛନ୍ତି। ପନ୍ତ ଟ୍ୱିଟରରେ ଏ ସମ୍ବନ୍ଧରେ ନିଜ ପ୍ରଶଂସକଙ୍କୁ ପଚାରିଛନ୍ତି। ପନ୍ତ ଟ୍ୱିଟରେ ଲେଖିଛନ୍ତି, ଯେବେଠାରୁ ଅଷ୍ଟ୍ରେଲିଆରୁ ଫେରିଛି ଘରଲୋକେ ନୂଆ ଘର କିଣିବା ପାଇଁ ମୋ ପଛରେ ପଡ଼ିଯାଇଛନ୍ତି। ଗୁରୁଗ୍ରାମରେ ଘର ନେବା ଠିକ୍ ରହିବ କି? ଯଦି ଆଉ କିଛି ଅପ୍ସନ୍ ଅଛି, ତାହେଲେ ଜଣାଇବେ।

https://twitter.com/RishabhPant17/status/1354678148193951747?s=20

ପନ୍ତଙ୍କ ଏହି ପ୍ରଶ୍ନରେ ଫ୍ୟାନ୍ ରୋଚକ ପ୍ରତିକ୍ରିୟା ଦେଇଛନ୍ତି। ଫ୍ୟାନ୍ ତାଙ୍କୁ ଦିଲ୍ଲୀ, ଯୋଧପୁର, ହାଇଦ୍ରାବାଦ ଭଳି ସହରରରେ ଘର କିଣିବାକୁ ପରାମର୍ଶ ଦେଇଛନ୍ତି। ଅଷ୍ଟ୍ରେଲିଆରୁ ଫେରିବା ପରେ ପନ୍ତ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ସହ ଏକ ଫଟୋ ଉଠାଇଥିଲେ। ଏହି ଫଟୋକୁ ଧୋନିଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମରେ ଶେଆର୍ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ବ୍ରିସବେନରେ ଖେଳାଯାଇଥିବା ଟେଷ୍ଟ ସିରିଜର ନିର୍ଣ୍ଣାୟକ କଥା ଚତୁର୍ଥ ଟେଷ୍ଟ ମ୍ୟାଚର ୨ୟ ଇନିଂସରେ ପନ୍ତ ଅପରାଜିତ ୮୯ ରନର ଇନିଂସ୍ ଖେଳିଥିଲେ। ପନ୍ତଙ୍କ ଏହି ଦମଦାର ଇନିଂସ୍ ବଳରେ ଭାରତ ଶେଷ ଟେଷ୍ଟ ମ୍ୟାଚ୍ ଜିତି ସିରିଜକୁ ୨-୧ରେ କବଜା କରିଥିଲା।

Indian Cricket Team Rishabh Pant