Advertisment

ଋଷି କପୁରଙ୍କ ପରଲୋକରେ କ୍ରୀଡ଼ା ଜଗତର ଶୋକ

ନୂଆଦିଲ୍ଲୀ: ବଲିଉଡର କିମ୍ବଦନ୍ତୀ ଅଭିନେତା ଋଷି କପୁରଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି। କ୍ରମାଗତ ଦ୍ୱିତୀୟ ଦିନରେ ଭାରତୀୟ ସିନେମା ଜଗତ ପାଇଁ ଦ୍ୱିତୀୟ ବଡ଼ ଝଟକା, ଯାହା ସମସ୍ତଙ୍କ ପାଇଁ ଏକ ଦୁଃସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। ବୁଧବାର ବଲିଉଡର ଆଉ ଜଣେ ପ୍ରତିଭାବାନ କଳାକାର ଇରଫାନ୍ ଖାନ୍ ଦୁନିଆକୁ ଅଲବିଦା କହିଥିଲେ। Very very sad to hear about the passing away of Rishi ji. I grew […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଋଷି କପୁରଙ୍କ ପରଲୋକରେ କ୍ରୀଡ଼ା ଜଗତର ଶୋକ

rishi

ନୂଆଦିଲ୍ଲୀ: ବଲିଉଡର କିମ୍ବଦନ୍ତୀ ଅଭିନେତା ଋଷି କପୁରଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି। କ୍ରମାଗତ ଦ୍ୱିତୀୟ ଦିନରେ ଭାରତୀୟ ସିନେମା ଜଗତ ପାଇଁ ଦ୍ୱିତୀୟ ବଡ଼ ଝଟକା, ଯାହା ସମସ୍ତଙ୍କ ପାଇଁ ଏକ ଦୁଃସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। ବୁଧବାର ବଲିଉଡର ଆଉ ଜଣେ ପ୍ରତିଭାବାନ କଳାକାର ଇରଫାନ୍ ଖାନ୍ ଦୁନିଆକୁ ଅଲବିଦା କହିଥିଲେ।

Advertisment


ଲଗାତର ଦୁଇ ଦିନରେ ଦୁଇଜଣ ମହାନ୍ ହସ୍ତିଙ୍କୁ ହରାଇବା ନିଶ୍ଚିତ ଭାବେ ସାରା ଦେଶକୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। ବଲିଉଡଠାରୁ ଆରମ୍ଭରୁ ରାଜନୀତି ଏବଂ କ୍ରୀଡ଼ା ଜଗତର ଅନେକ ନାମୀ ବ୍ୟକ୍ତିତ୍ୱ ସ୍ତବ୍ଧ ଓ ଦୁଃଖିତ। ଋଷି କପୁରଙ୍କ ବିୟୋଗରେ ଟିମ୍ ଇଣ୍ଡିଆର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର୍ ଅଧିକ ମର୍ମାହତ ହୋଇଛନ୍ତି।

Advertisment

ସଚିନ୍ ଟ୍ୱିଟ୍ ଜରିଆରେ ଋଷି କପୁରଙ୍କ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଋଷିଜୀଙ୍କର ପରଲୋକ ଖବର ଶୁଣି ବହୁତ ଦୁଃଖ ଲାଗିଲା। ମୁଁ ତାଙ୍କ ଫିଲ୍ମ ଦେଖି ବଡ଼ ହୋଇଛି। ଯେତେବେଳେ ବି ମୁଁ ତାଙ୍କୁ ସାକ୍ଷାତ କରେ, ସେ ବହୁତ ଶାନ୍ତସ୍ୱଭାବର ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ନୀତୁ ଜି, ରଣବୀର ଏବଂ ପୂରା ପରିବାର ପ୍ରତି ମୋର ଗଭୀର ସମବେଦନା।


ସେହିପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଲେଖିଛନ୍ତି, ଏହା ଅସତ୍ୟ ଏବଂ ଅବିଶ୍ୱସନୀୟ। ଗତକାଲି ଇରଫାନ୍ ଖାନ୍ ଏବ ଆଜି ଋଷି କପୁର ଜୀ। ଏହାକୁ ସ୍ୱୀକାର କରିବା ବହୁତ କଷ୍ଟ। ତାଙ୍କ ପରିବାର ପ୍ରତି ମୋର ସମବେଦନା। ଭଗବାନ୍ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।


ଭାରତର ପୂର୍ବତନ ଓପ୍ନର ବୀରେନ୍ଦ୍ର ସେହ୍ୱାଗ କହିଛନ୍ତି, ଋଷି ଜୀ'ଙ୍କର ପରଲୋକ ଖବର ପାଇଁ ବହୁତ ଦୁଃଖ ଲାଗିଲା। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ଓମ୍ ଶାନ୍ତି।