Advertisment

ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

ଦୁବାଇ: ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରବିନ ଉଥାପ୍ପା ଏକ ବିରଳ ଓ ଲଜ୍ଜାଜନ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା ଖେଳାଳିଙ୍କ ତାଲିକାର ୧ ନଂ ସ୍ଥାନରେ ରବିନ ଉଥାପ୍ପା ପହଞ୍ଚି ଯାଇଛି। ପୂର୍ବରୁ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ହାରିଥିବା ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ରହିଥିଲା। କୋହଲି ଏଯାଏ ୯୦ଟି ମ୍ୟାଚ୍‌ ହାରିଛନ୍ତି। ତେବେ ଗତକାଲି ରାଜସ୍ଥାନ ପ୍ରତିପକ୍ଷ କୋଲକାତା ଠାରୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

cy

ଦୁବାଇ: ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରବିନ ଉଥାପ୍ପା ଏକ ବିରଳ ଓ ଲଜ୍ଜାଜନ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା ଖେଳାଳିଙ୍କ ତାଲିକାର ୧ ନଂ ସ୍ଥାନରେ ରବିନ ଉଥାପ୍ପା ପହଞ୍ଚି ଯାଇଛି। ପୂର୍ବରୁ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ହାରିଥିବା ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ରହିଥିଲା।

Advertisment

କୋହଲି ଏଯାଏ ୯୦ଟି ମ୍ୟାଚ୍‌ ହାରିଛନ୍ତି। ତେବେ ଗତକାଲି ରାଜସ୍ଥାନ ପ୍ରତିପକ୍ଷ କୋଲକାତା ଠାରୁ ହାରିବା ପରେ ଉଥାପ୍ପାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ଏହି ତାଲିକାର ତୃତୀୟ ସ୍ଥାନରେ କୋଲକାତା ନାଇଟ ରାଇଡର୍ସର ଦୀନେଶ କାର୍ତ୍ତି(୮୭) ଓ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା(୮୫) ୪ର୍ଥ ସ୍ଥାନରେ ରହିଛନ୍ତି।

ଆଇପିଏଲରେ ରବିନ ଉଥାପ୍ପା ଏଯାଏ ୫ଟି ଟିମ୍‌ ପକ୍ଷରୁ ଖେଳି ସାରିଲେଣି। ୨୦୨୦ ଆଇପିଏଲ ନିଲାମୀ ବେଳେ ରାଜସ୍ଥାନ ପ୍ରତିପକ୍ଷ କୋଲକାତା ଠାରୁ ୩ କୋଟି ଟଙ୍କାରେ ଉଥାପ୍ପାଙ୍କୁ କିଣିଥିଲା।

Advertisment
IPL2020 Ipl 2020