Advertisment

ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

ଦୁବାଇ: ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରବିନ ଉଥାପ୍ପା ଏକ ବିରଳ ଓ ଲଜ୍ଜାଜନ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା ଖେଳାଳିଙ୍କ ତାଲିକାର ୧ ନଂ ସ୍ଥାନରେ ରବିନ ଉଥାପ୍ପା ପହଞ୍ଚି ଯାଇଛି। ପୂର୍ବରୁ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ହାରିଥିବା ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ରହିଥିଲା। କୋହଲି ଏଯାଏ ୯୦ଟି ମ୍ୟାଚ୍‌ ହାରିଛନ୍ତି। ତେବେ ଗତକାଲି ରାଜସ୍ଥାନ ପ୍ରତିପକ୍ଷ କୋଲକାତା ଠାରୁ […]

ଅଦ୍ୟତନ ହୋଇଛି
ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

cy

Advertisment

ଦୁବାଇ: ଚଳିତ ବର୍ଷ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ରବିନ ଉଥାପ୍ପା ଏକ ବିରଳ ଓ ଲଜ୍ଜାଜନ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଇପିଏଲରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା ଖେଳାଳିଙ୍କ ତାଲିକାର ୧ ନଂ ସ୍ଥାନରେ ରବିନ ଉଥାପ୍ପା ପହଞ୍ଚି ଯାଇଛି। ପୂର୍ବରୁ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ହାରିଥିବା ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ରହିଥିଲା।

Advertisment

କୋହଲି ଏଯାଏ ୯୦ଟି ମ୍ୟାଚ୍‌ ହାରିଛନ୍ତି। ତେବେ ଗତକାଲି ରାଜସ୍ଥାନ ପ୍ରତିପକ୍ଷ କୋଲକାତା ଠାରୁ ହାରିବା ପରେ ଉଥାପ୍ପାଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ଏହି ତାଲିକାର ତୃତୀୟ ସ୍ଥାନରେ କୋଲକାତା ନାଇଟ ରାଇଡର୍ସର ଦୀନେଶ କାର୍ତ୍ତି(୮୭) ଓ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା(୮୫) ୪ର୍ଥ ସ୍ଥାନରେ ରହିଛନ୍ତି।

ଆଇପିଏଲରେ ରବିନ ଉଥାପ୍ପା ଏଯାଏ ୫ଟି ଟିମ୍‌ ପକ୍ଷରୁ ଖେଳି ସାରିଲେଣି। ୨୦୨୦ ଆଇପିଏଲ ନିଲାମୀ ବେଳେ ରାଜସ୍ଥାନ ପ୍ରତିପକ୍ଷ କୋଲକାତା ଠାରୁ ୩ କୋଟି ଟଙ୍କାରେ ଉଥାପ୍ପାଙ୍କୁ କିଣିଥିଲା।

Advertisment
Ipl 2020 IPL2020
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe