Advertisment

୧୦ମ ଥର ଅଷ୍ଟ୍ରେଲିଆ ଓପନ ଜିତିଲେ ଜୋକୋଭିଚ୍‌, କ’ଣ କହିଲେ ଫେଡେରର ଓ ନାଡାଲ

କୋକୋଭିଚ୍‌ ଗ୍ରୀସର ଷ୍ଟେଫାନସ ସିସିପାସଙ୍କୁ ହରାଇ ନିଜ କ୍ୟାରିୟରର ୨୨ତମ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି।

Novak Djokovic

Novak Djokovic

Advertisment

ରବିବାର ସର୍ବିୟା ଟେନିସ ଷ୍ଟାର ନୋଭାକ ଜୋକୋଭିଚ୍‌ ୧୦ମ ଥର ପାଇଁ ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କୋକୋଭିଚ୍‌ ଗ୍ରୀସର ଷ୍ଟେଫାନସ ସିସିପାସଙ୍କୁ ହରାଇ ନିଜ କ୍ୟାରିୟରର ୨୨ତମ ଗ୍ରାଣ୍ଡସ୍ଲାମ ହାସଲ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ କିମ୍ବଦନ୍ତୀ ସ୍ୱିସ ଟେନିସ ଖେଳାଳି ରୋଜର ଫେଡେରର ଓ ସ୍ପେନ ତାରକା ରାଫେଲ ନାଡାଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଜୋକୋଭିଜ୍‌ ରବିବାର ସିସିପାସଙ୍କୁ ସିଧାସଳଖ ୬-୩, ୭-୬(୪) ଓ ୭-୬(୫) ସେଟ୍‌ରେ ହରାଇ ନାଡାଲଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ନାଡାଲ ୨୨ଟି ଗ୍ରାଣ୍ଡସ୍ଲାମ ଜିତିଥିବା ବେଳେ ଜୋକୋଭିଚ୍‌ ସମାନ ସଂଖ୍ୟକ ଟ୍ରଫି ହାତେଇବାକୁ ସକ୍ଷମ ହୋଇଛନ୍ତି।

ଏହି ବିଜୟ ପରେ ୨୦ଟି ଗ୍ରାଣ୍ଡସ୍ଲାମ ଜିତିଥିବା ଫେଡେରର ଲେଖିଛନ୍ତି, “ପୁଣିଥରେ ଅଦ୍ଭୂତ ପ୍ରଦର୍ଶନ। ଅନେକ ଶୁଭେଚ୍ଛା।” ନାଡାଲ ଲେଖିଛନ୍ତି, “ଏହି ମହାନ ସଫଳତା ପାଇଁ ଆପଣଙ୍କୁ ଓ ଆପଣଙ୍କ ଟିମକୁ ଶୁଭେଚ୍ଛା। ଏହି ମୁହୂର୍ତ୍ତକୁ ଉପଭୋଗ କର।”

Advertisment

ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଓପନ ଜିତିବା ପରେ ଜୋକୋଭିଚ୍‌ ବିଶ୍ୱର ନୂଆ ୧ନଂ ଟେନିସ ଖେଳାଳି ହୋଇଯାଇଛନ୍ତି। ସେ ସ୍ପାଇନିସ୍‌ ଷ୍ଟାର କାର୍ଲୋସ ଆକାରାଜଙ୍କୁ ୨ନଂ ସ୍ଥାନକୁ ଠେଲି ଦେଇଛନ୍ତି। ଗତବର୍ଷ କରୋନା ଟିକା ନେଇ ନଥିବାରୁ ଜୋକୋଭିଚ୍‌କୁ ଅଷ୍ଟ୍ରେଲିଆ ଓପନ ଖେଳିବାକୁ ମିଳି ନଥିଲା। ହେଲେ ଏଥର ସେ ଭାଗ ନେବା ସହ ଚାମ୍ପିୟନ ହୋଇଛନ୍ତି। ବିଜୟ ପରେ ସେ ପ୍ଲେୟାର ବକ୍ସ ଉପରେ ଠିଆ ହୋଇ ଖୁସି ମନାଇଥିଲେ।

ଜୋକୋଭିଚ୍‌ କହିଛନ୍ତି, “ଆଜି ଯାଏ ଯେତେ ଟୁର୍ଣ୍ଣାମେଣ୍ଟ ଖେଳିଛି, ଏଇଟା ମୋ ଜୀବନର ସବୁଠାରୁ ଚ୍ୟାଲେଞ୍ଜିଂ ଇଭେଣ୍ଟ ଥିଲା। ଗତବର୍ଷ ଖେଳି ନଥିଲି ଓ ଚଳିତ ବର୍ଷ କମବ୍ୟାକ କରିଛି। ମୋତେ ସ୍ୱାଗତ ଜଣାଇଥିବା ସବୁ ଲୋକଙ୍କୁ ଧନ୍ୟବାଦ ଜଣାଉଛି। କିମ୍ବଦନ୍ତୀ ରୋଡ ଲାଭେରଙ୍କ ସାମ୍ନାରେ ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହା ଏକ ବଡ଼ ଯାତ୍ରା। ମୋ ଟିମ ଓ ମୋ ପରିବାର ଜାଣିଛି ଯେ ୪ରୁ ୫ ସପ୍ତାହ ଆମେ ଗୋଟିଏ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି। ଏପରି ସ୍ଥିତିରେ ମୁଁ ବିଜୟ ହୋଇଛି। ସମ୍ଭବତଃ ଏହା ମୋ ଜୀବନର ସବୁଠାରୁ ବଡ଼ ବିଜୟ।”

ସିସିପାସ ମ୍ୟାଚ୍‌ ହାରିଥିଲେ ମଧ୍ୟ ଜୋକୋଭିଚ୍‌କୁ ମହା ଖେଳାଳି ଭାବେ ସମ୍ବୋଧନ କରିଛନ୍ତି।

Tennis Novak Djokovic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe